ଆପତ୍ତି ଉଠାଇଲେ ଏଜି

ଯାଜପୁର ଅଫିସ,୨୦ା୫: ରାଜ୍ୟରେ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ମାନଙ୍କ ସୁରକ୍ଷାରେ ଜାଲ୍‌ ପ୍ରମାଣପତ୍ରଧାରୀ ଶିକ୍ଷୟିତ୍ରୀଶିକ୍ଷକ ରହିଛନ୍ତି। ଏହି ଶିକ୍ଷୟିତ୍ରୀଶିକ୍ଷକମାନଙ୍କ ପ୍ରମାଣପତ୍ର ଜାଲ୍‌ ବୋଲି ଯାଞ୍ଚ ପ୍ରକ୍ରିୟାରେ ସ୍ପଷ୍ଟ ହେବା ସତ୍ତ୍ୱେ ବିଇଓମାନେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଏ ନେଇ ହାଇକୋର୍ଟରେ ମାମଲା ଚାଲିଥିବାବେଳେ ବିଇଓମାନଙ୍କ ଅବହେଳା ସମ୍ପର୍କରେ ଆଡଭୋକେଟ ଜେନେରାଲ(ଏଜି) ଏବଂ ଅତିରିକ୍ତ ଆଡଭୋକେଟ ଜେନେରାଲ(ଏଏଜି) ଗୁରୁତର ଆପତ୍ତି ଉଠାଇଛନ୍ତି। ତୁରନ୍ତ ଏହି ମାମଲାଗୁଡିକୁ ଆଇନ ଅନୁସାରେ ଶେଷ କରିବାକୁ ଏଜି ନିର୍ଦ୍ଦେଶ ଦେଇଛନ୍ତି। ଏହିମର୍ମରେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ(ଡିଇଇ) ନିର୍ଦ୍ଦେଶକ ନକଲି ଶିକ୍ଷକ ମାମଲାଗୁଡ଼ିକ ଉପରେ ବ୍ୟକ୍ତିଗତ ଭାବେ ଧ୍ୟାନଦେବାକୁ ଜିଲା ଶିକ୍ଷାଧିକାରୀ (ଡିଇଓ) ଏବଂ ବିଇଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜାଲ୍‌ ପ୍ରମାଣପତ୍ରଧାରୀ ଶିକ୍ଷୟିତ୍ରୀଶିକ୍ଷକଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଇଇ ନିର୍ଦ୍ଦେଶକ ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି। ଏହାସହ ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ନିର୍ଦ୍ଦେଶାଳୟରେ ପହଞ୍ଚାଇବାକୁ ନିଦ୍ଦେର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ଶକ ଚେତାବନୀ ଦେଇଛନ୍ତି। ଏଥିରୁ ରାଜ୍ୟରେ ବିଭିନ୍ନ ଜାଲ୍‌ ପ୍ରମାଣପତ୍ର ହାସଲ କରି ଶିକ୍ଷକତା କରୁଥିବା ବ୍ୟକ୍ତିିବିଶେଷଙ୍କଠାରୁ ମୋଟା ଅଙ୍କର ହାତଗୁଞ୍ଜା ନେଇ ସମ୍ପୃକ୍ତ ଅଧିକାରୀମାନେ ସୁରକ୍ଷା ଦେଉଥିବା ସନ୍ଦେହ ସାଧାରଣରେ ଆହୁରି ଦୃଢ଼ୀଭୂତ ହୋଇଛି।
ଜାଲ୍‌ ଜାତିଗତ ଓ ଶିକ୍ଷାଗତ ପ୍ରମାଣପତ୍ର ଆଧାରରେ ଶିକ୍ଷକତା କରୁଥିବା ପ୍ରାୟ ୪୦୦ ଜଣଙ୍କ ତାଲିକା ଡିଇଇ ପକ୍ଷରୁ ହୋଇଛି। ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଡିଇଇ ପକ୍ଷରୁ ବାରମ୍ବାର ନିର୍ଦ୍ଦେଶ ଦିଆଯିବା ସତ୍ତ୍ୱେ ବିଇଓ ଏବଂ ଉଚ୍ଚ ପଦସ୍ଥ ଅଧିକାରୀମାନେ କର୍ଣ୍ଣପାତ କରୁନାହାନ୍ତି। ଏପରି କି ସେମାନେ କାର୍ଯ୍ୟାନୁଷ୍ଠାନ ଚେତାବନୀକୁ ମଧ୍ୟ ଖାତିର କରୁନାହାନ୍ତି। ସବୁଠୁ ବଡ଼କଥା, କେତେଜଣ ବିଇଓ ମଧ୍ୟ ଜାଲ୍‌ ଜାତିଗତ ପ୍ରମାଣପତ୍ର ହାସଲ କରି ଚାକିରି କରୁଛନ୍ତି। ବଡ଼ଚଣାରୁ କେନ୍ଦ୍ରାପଡ଼ା ଜିଲାକୁ ବଦଳି ହୋଇଥିବା ଜଣେ ବିଇଓଙ୍କୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ଏନେଇ ଅଞ୍ଚଳବାସୀଙ୍କୁ ପକ୍ଷରୁ ବହୁବାର ଶିକ୍ଷା ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଉଥିଲେ ହେଁ କିଛି ସୁଫଳ ମିଳି ପାରୁନାହିଁ। ଜାଲ୍‌ ପ୍ରମାଣପତ୍ରଧାରୀଙ୍କ ବିରୋଧରେ ହାଇକୋର୍ଟରେ ଏହି ମର୍ମରେ ସଞ୍ଜୟ କୁମାର ମହାରଣା ଡବ୍ଲ୍ୟୁପିସି(ସି)୧୮୭୫୨/୨୦୧୮ରେ ଏକ ମାମଲା ରୁଜୁ କରିଛନ୍ତି। ଡିଇଇ ପକ୍ଷରୁ ଏହି ମାମଲା ଉପରେ ଅତିରିକ୍ତ ସତ୍ୟପାଠ ଦାଖଲ କରିବା ସମୟରେ ବିଇଓମାନଙ୍କ ଅବହେଳା ସାମ୍ନାକୁ ଆସିଛି। ବିଇଓମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଅନେକ ଜାଲ୍‌ ପ୍ରମାଣପତ୍ରଧାରୀ ଏବେ ବି ଚାକିରି କରୁଛନ୍ତି। କେତେଜଣ ନିଲମ୍ବିତ ହୋଇଥିଲେ ହେଁ ସେମାନଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କିମ୍ବା ସରକାରୀ ଦରମା ଫେରସ୍ତ ଆଦି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଡିଇଇ ନିର୍ଦ୍ଦେଶକଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ସମୟରେ ମାମଲାଗୁଡିକୁ ଫଇସଲା କରିବାକୁ ଏକାଧିକ ନିର୍ଦ୍ଦେଶ ଦିଆଯାଉଛି। କିନ୍ତୁ ତାହା କାର୍ଯ୍ୟକାରୀ ହେଉନାହିଁ। ତେଣୁ ହାଇକୋର୍ଟ ପକ୍ଷରୁ ଏଜି ଉଦ୍‌ବେଗ ପ୍ରକାଶ କରିଛନ୍ତି ବୋଲି ଡିଇଇ ନିର୍ଦ୍ଦେଶକ ବିଇଓ ଓ ଡିଇଓମାନଙ୍କୁ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ଶୁକ୍ରବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri