ଆପତ୍ତି ଉଠାଇଲେ ଏଜି

ଯାଜପୁର ଅଫିସ,୨୦ା୫: ରାଜ୍ୟରେ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ମାନଙ୍କ ସୁରକ୍ଷାରେ ଜାଲ୍‌ ପ୍ରମାଣପତ୍ରଧାରୀ ଶିକ୍ଷୟିତ୍ରୀଶିକ୍ଷକ ରହିଛନ୍ତି। ଏହି ଶିକ୍ଷୟିତ୍ରୀଶିକ୍ଷକମାନଙ୍କ ପ୍ରମାଣପତ୍ର ଜାଲ୍‌ ବୋଲି ଯାଞ୍ଚ ପ୍ରକ୍ରିୟାରେ ସ୍ପଷ୍ଟ ହେବା ସତ୍ତ୍ୱେ ବିଇଓମାନେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଏ ନେଇ ହାଇକୋର୍ଟରେ ମାମଲା ଚାଲିଥିବାବେଳେ ବିଇଓମାନଙ୍କ ଅବହେଳା ସମ୍ପର୍କରେ ଆଡଭୋକେଟ ଜେନେରାଲ(ଏଜି) ଏବଂ ଅତିରିକ୍ତ ଆଡଭୋକେଟ ଜେନେରାଲ(ଏଏଜି) ଗୁରୁତର ଆପତ୍ତି ଉଠାଇଛନ୍ତି। ତୁରନ୍ତ ଏହି ମାମଲାଗୁଡିକୁ ଆଇନ ଅନୁସାରେ ଶେଷ କରିବାକୁ ଏଜି ନିର୍ଦ୍ଦେଶ ଦେଇଛନ୍ତି। ଏହିମର୍ମରେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ(ଡିଇଇ) ନିର୍ଦ୍ଦେଶକ ନକଲି ଶିକ୍ଷକ ମାମଲାଗୁଡ଼ିକ ଉପରେ ବ୍ୟକ୍ତିଗତ ଭାବେ ଧ୍ୟାନଦେବାକୁ ଜିଲା ଶିକ୍ଷାଧିକାରୀ (ଡିଇଓ) ଏବଂ ବିଇଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜାଲ୍‌ ପ୍ରମାଣପତ୍ରଧାରୀ ଶିକ୍ଷୟିତ୍ରୀଶିକ୍ଷକଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଇଇ ନିର୍ଦ୍ଦେଶକ ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି। ଏହାସହ ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ନିର୍ଦ୍ଦେଶାଳୟରେ ପହଞ୍ଚାଇବାକୁ ନିଦ୍ଦେର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ଶକ ଚେତାବନୀ ଦେଇଛନ୍ତି। ଏଥିରୁ ରାଜ୍ୟରେ ବିଭିନ୍ନ ଜାଲ୍‌ ପ୍ରମାଣପତ୍ର ହାସଲ କରି ଶିକ୍ଷକତା କରୁଥିବା ବ୍ୟକ୍ତିିବିଶେଷଙ୍କଠାରୁ ମୋଟା ଅଙ୍କର ହାତଗୁଞ୍ଜା ନେଇ ସମ୍ପୃକ୍ତ ଅଧିକାରୀମାନେ ସୁରକ୍ଷା ଦେଉଥିବା ସନ୍ଦେହ ସାଧାରଣରେ ଆହୁରି ଦୃଢ଼ୀଭୂତ ହୋଇଛି।
ଜାଲ୍‌ ଜାତିଗତ ଓ ଶିକ୍ଷାଗତ ପ୍ରମାଣପତ୍ର ଆଧାରରେ ଶିକ୍ଷକତା କରୁଥିବା ପ୍ରାୟ ୪୦୦ ଜଣଙ୍କ ତାଲିକା ଡିଇଇ ପକ୍ଷରୁ ହୋଇଛି। ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଡିଇଇ ପକ୍ଷରୁ ବାରମ୍ବାର ନିର୍ଦ୍ଦେଶ ଦିଆଯିବା ସତ୍ତ୍ୱେ ବିଇଓ ଏବଂ ଉଚ୍ଚ ପଦସ୍ଥ ଅଧିକାରୀମାନେ କର୍ଣ୍ଣପାତ କରୁନାହାନ୍ତି। ଏପରି କି ସେମାନେ କାର୍ଯ୍ୟାନୁଷ୍ଠାନ ଚେତାବନୀକୁ ମଧ୍ୟ ଖାତିର କରୁନାହାନ୍ତି। ସବୁଠୁ ବଡ଼କଥା, କେତେଜଣ ବିଇଓ ମଧ୍ୟ ଜାଲ୍‌ ଜାତିଗତ ପ୍ରମାଣପତ୍ର ହାସଲ କରି ଚାକିରି କରୁଛନ୍ତି। ବଡ଼ଚଣାରୁ କେନ୍ଦ୍ରାପଡ଼ା ଜିଲାକୁ ବଦଳି ହୋଇଥିବା ଜଣେ ବିଇଓଙ୍କୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ଏନେଇ ଅଞ୍ଚଳବାସୀଙ୍କୁ ପକ୍ଷରୁ ବହୁବାର ଶିକ୍ଷା ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଉଥିଲେ ହେଁ କିଛି ସୁଫଳ ମିଳି ପାରୁନାହିଁ। ଜାଲ୍‌ ପ୍ରମାଣପତ୍ରଧାରୀଙ୍କ ବିରୋଧରେ ହାଇକୋର୍ଟରେ ଏହି ମର୍ମରେ ସଞ୍ଜୟ କୁମାର ମହାରଣା ଡବ୍ଲ୍ୟୁପିସି(ସି)୧୮୭୫୨/୨୦୧୮ରେ ଏକ ମାମଲା ରୁଜୁ କରିଛନ୍ତି। ଡିଇଇ ପକ୍ଷରୁ ଏହି ମାମଲା ଉପରେ ଅତିରିକ୍ତ ସତ୍ୟପାଠ ଦାଖଲ କରିବା ସମୟରେ ବିଇଓମାନଙ୍କ ଅବହେଳା ସାମ୍ନାକୁ ଆସିଛି। ବିଇଓମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଅନେକ ଜାଲ୍‌ ପ୍ରମାଣପତ୍ରଧାରୀ ଏବେ ବି ଚାକିରି କରୁଛନ୍ତି। କେତେଜଣ ନିଲମ୍ବିତ ହୋଇଥିଲେ ହେଁ ସେମାନଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କିମ୍ବା ସରକାରୀ ଦରମା ଫେରସ୍ତ ଆଦି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଡିଇଇ ନିର୍ଦ୍ଦେଶକଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ସମୟରେ ମାମଲାଗୁଡିକୁ ଫଇସଲା କରିବାକୁ ଏକାଧିକ ନିର୍ଦ୍ଦେଶ ଦିଆଯାଉଛି। କିନ୍ତୁ ତାହା କାର୍ଯ୍ୟକାରୀ ହେଉନାହିଁ। ତେଣୁ ହାଇକୋର୍ଟ ପକ୍ଷରୁ ଏଜି ଉଦ୍‌ବେଗ ପ୍ରକାଶ କରିଛନ୍ତି ବୋଲି ଡିଇଇ ନିର୍ଦ୍ଦେଶକ ବିଇଓ ଓ ଡିଇଓମାନଙ୍କୁ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri