ଜନବସତି ନିକଟରେ ଖଣି ଷ୍ଟକ୍‌ୟାର୍ଡକୁ ବିରୋଧ

କେନ୍ଦୁଝର,୧୨।୧୧(ସ୍ବ.ପ୍ର.): ପଲ୍ଲୀସଭା ନ କରି, ବିନା ପ୍ରଦୂଷଣ ଅନୁମୋତିରେ ବାଂଶପାଳ ବ୍ଲକ୍‌ ତଳକଇଁସାରୀ ଗ୍ରାମରେ ଲୁହାପଥର ଷ୍ଟକ୍‌ୟାର୍ଡ ନିର୍ମାଣ ହେଉଛି। ଉକ୍ତ ସ୍ଥାନରୁ ଗଛ କଟାଯିବା ସହ ପଥର ତଡ଼ା ଯାଉଛି। ଏଥିସହ ଷ୍ଟକ୍‌ୟାର୍ଡ ହେବା ଫଳରେ ଅଞ୍ଚଳରେ ଚାଷ କ୍ଷତିଗ୍ରସ୍ତ ହେବ। ବନ୍ୟପ୍ରାଣୀଙ୍କ ଯାତାୟାତରେ ସମସ୍ୟା ଉପୁଜିବ। ଫଳରେ ଏହାକୁ ମୂଳ ଆଦିବାସୀମାନେ ବିରୋଧ କରିଆସୁଛନ୍ତି। ସରକାର ଏଥିରେ ହସ୍ତକ୍ଷେପ କରି ଏହାର ସମାଧାନ କରିବାକୁ ଦାବି କରିଛନ୍ତି।
ସୂଚନା ମୁତାବକ, ବାଂଶପାଳ ତହସିଲ ପକ୍ଷରୁ ୨୦୧୯ ମସିହାରେ ଉକ୍ତ ଷ୍ଟକ୍‌ୟାର୍ଡ ପାଇଁ ବିନା ଅନୁମୋତି କେସ ନଂ. ୨/୨୦୧୯ରେ ଅଭିଯୋଗ ଶୁଣାଣି ହୋଇଥିଲା। ଉକ୍ତ ଶୁଣାଣିରେ ଖାତା ନଂ. ୪୮ ଅନ୍ତର୍ଗତ ଚାଷ ଉପଯୋଗୀ ଓ ବାସଗୃହ ସ୍ଥାନରେ ଷ୍ଟକ୍‌ୟାର୍ଡ ନିର୍ମାଣ ପାଇଁ ଆଦିବାସୀ ବାରଣ କରିଥିଲେ। ଏଠାରେ ଷ୍ଟକ୍‌ୟାର୍ଡ ହେଲେ ସେମାନଙ୍କ ଜମିଜମା କ୍ଷତିଗ୍ରସ୍ତ ହେବା ସହ ବନ୍ୟଜନ୍ତୁଙ୍କ ଯାତାୟାତରେ ସମସ୍ୟା ଉପୁଜିବ। ବ୍ୟାପକ ଜଙ୍ଗଲ ଓ ପରିବେଶ ନଷ୍ଟ ହେବ ବୋଲି ସେମାନେ କହିଛନ୍ତି। କିନ୍ତୁ ଅଭିଯୋଗକୁ ଅଣଦେଖା କରି ଖଣି ସଂସ୍ଥାର ଷ୍ଟକ୍‌ୟାର୍ଡ ନିର୍ମାଣ ସପକ୍ଷରେ ଲିପିବଦ୍ଧ କରାଯାଇଥିବା କହିଛନ୍ତି। ଏ ନେଇ ୨୦୨୦ ଅଗଷ୍ଟ ୨୫ରେ ଆଦିବାସୀମାନେ ଖଣି ସଂସ୍ଥାରେ ଆପତ୍ତି କରିଥିଲେ। ଅଭିଯୋଗକୁ ଅଣଦେଖା କରାଯାଇଥିଲା। ପୁଣି ଥରେ ତହସିଲ ପକ୍ଷରୁ ଶେଷ ଶୁଣାଣି ପାଇଁ ୧୮ ଫେବୃୟାରୀ ୨୦୨୧ ଧାର୍ଯ୍ୟ କରାଯାଇଥିଲା। ଉକ୍ତ ଦିନ ଆଦିବାସୀମାନେ ତହସିଲ କାର୍ଯ୍ୟାଳୟରେ ଉପସ୍ଥିତ ରହି ଅଞ୍ଚଳରେ ଷ୍ଟକୟାର୍ଡ ନ କରିବାକୁ ନିବେଦନ କରିଥିଲେ। ମାତ୍ର ୨୮ ଡିସେମ୍ବର ୨୦୨୧ରେ ପୋଲିସ ସୁରକ୍ଷା ମଧ୍ୟରେ ନିର୍ମାଣ କାମ କରାଯାଇଥିଲା। ଏହାକୁ ନେଇ ଭୀମସେନ ମୁଣ୍ଡା ଓ ଅନ୍ୟ ଆଦିବାସୀମାନେ ଜାତୀୟ ଅନୁସୂଚିତ ଜନଜାତି କମିଶନ, ନୂଆଦିଲ୍ଲୀର ଦ୍ୱାରସ୍ଥ ହୋଇଥିଲେ। କମିଶନ ଖଣି ନିର୍ଦ୍ଦେଶାଳୟ ଓ ଜିଲାପାଳ କେନ୍ଦୁଝରଙ୍କୁ ଚିଠି ଲେଖି ସବିଶେଷ ରିପୋର୍ଟ ଦେବାକୁ ଆଦେଶ କରିଥିଲେ। ଅଦ୍ୟାବଧି କାର୍ଯ୍ୟ ଜାରି ରହିଥିବା ବେଳେ ଅଭିଯୋଗ କଲେ ପୋଲିସ ଭୟ ଦେଖାଉଛି। ଏଣୁ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିବାକୁ ଆଦିବାସୀ ନିବେଦନ କରିଛନ୍ତି। ନଚେତ୍‌ ବାଧ୍ୟ ହୋଇ ଅଦାଲତ ଓ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri