ଜନବସତି ନିକଟରେ ଖଣି ଷ୍ଟକ୍‌ୟାର୍ଡକୁ ବିରୋଧ

କେନ୍ଦୁଝର,୧୨।୧୧(ସ୍ବ.ପ୍ର.): ପଲ୍ଲୀସଭା ନ କରି, ବିନା ପ୍ରଦୂଷଣ ଅନୁମୋତିରେ ବାଂଶପାଳ ବ୍ଲକ୍‌ ତଳକଇଁସାରୀ ଗ୍ରାମରେ ଲୁହାପଥର ଷ୍ଟକ୍‌ୟାର୍ଡ ନିର୍ମାଣ ହେଉଛି। ଉକ୍ତ ସ୍ଥାନରୁ ଗଛ କଟାଯିବା ସହ ପଥର ତଡ଼ା ଯାଉଛି। ଏଥିସହ ଷ୍ଟକ୍‌ୟାର୍ଡ ହେବା ଫଳରେ ଅଞ୍ଚଳରେ ଚାଷ କ୍ଷତିଗ୍ରସ୍ତ ହେବ। ବନ୍ୟପ୍ରାଣୀଙ୍କ ଯାତାୟାତରେ ସମସ୍ୟା ଉପୁଜିବ। ଫଳରେ ଏହାକୁ ମୂଳ ଆଦିବାସୀମାନେ ବିରୋଧ କରିଆସୁଛନ୍ତି। ସରକାର ଏଥିରେ ହସ୍ତକ୍ଷେପ କରି ଏହାର ସମାଧାନ କରିବାକୁ ଦାବି କରିଛନ୍ତି।
ସୂଚନା ମୁତାବକ, ବାଂଶପାଳ ତହସିଲ ପକ୍ଷରୁ ୨୦୧୯ ମସିହାରେ ଉକ୍ତ ଷ୍ଟକ୍‌ୟାର୍ଡ ପାଇଁ ବିନା ଅନୁମୋତି କେସ ନଂ. ୨/୨୦୧୯ରେ ଅଭିଯୋଗ ଶୁଣାଣି ହୋଇଥିଲା। ଉକ୍ତ ଶୁଣାଣିରେ ଖାତା ନଂ. ୪୮ ଅନ୍ତର୍ଗତ ଚାଷ ଉପଯୋଗୀ ଓ ବାସଗୃହ ସ୍ଥାନରେ ଷ୍ଟକ୍‌ୟାର୍ଡ ନିର୍ମାଣ ପାଇଁ ଆଦିବାସୀ ବାରଣ କରିଥିଲେ। ଏଠାରେ ଷ୍ଟକ୍‌ୟାର୍ଡ ହେଲେ ସେମାନଙ୍କ ଜମିଜମା କ୍ଷତିଗ୍ରସ୍ତ ହେବା ସହ ବନ୍ୟଜନ୍ତୁଙ୍କ ଯାତାୟାତରେ ସମସ୍ୟା ଉପୁଜିବ। ବ୍ୟାପକ ଜଙ୍ଗଲ ଓ ପରିବେଶ ନଷ୍ଟ ହେବ ବୋଲି ସେମାନେ କହିଛନ୍ତି। କିନ୍ତୁ ଅଭିଯୋଗକୁ ଅଣଦେଖା କରି ଖଣି ସଂସ୍ଥାର ଷ୍ଟକ୍‌ୟାର୍ଡ ନିର୍ମାଣ ସପକ୍ଷରେ ଲିପିବଦ୍ଧ କରାଯାଇଥିବା କହିଛନ୍ତି। ଏ ନେଇ ୨୦୨୦ ଅଗଷ୍ଟ ୨୫ରେ ଆଦିବାସୀମାନେ ଖଣି ସଂସ୍ଥାରେ ଆପତ୍ତି କରିଥିଲେ। ଅଭିଯୋଗକୁ ଅଣଦେଖା କରାଯାଇଥିଲା। ପୁଣି ଥରେ ତହସିଲ ପକ୍ଷରୁ ଶେଷ ଶୁଣାଣି ପାଇଁ ୧୮ ଫେବୃୟାରୀ ୨୦୨୧ ଧାର୍ଯ୍ୟ କରାଯାଇଥିଲା। ଉକ୍ତ ଦିନ ଆଦିବାସୀମାନେ ତହସିଲ କାର୍ଯ୍ୟାଳୟରେ ଉପସ୍ଥିତ ରହି ଅଞ୍ଚଳରେ ଷ୍ଟକୟାର୍ଡ ନ କରିବାକୁ ନିବେଦନ କରିଥିଲେ। ମାତ୍ର ୨୮ ଡିସେମ୍ବର ୨୦୨୧ରେ ପୋଲିସ ସୁରକ୍ଷା ମଧ୍ୟରେ ନିର୍ମାଣ କାମ କରାଯାଇଥିଲା। ଏହାକୁ ନେଇ ଭୀମସେନ ମୁଣ୍ଡା ଓ ଅନ୍ୟ ଆଦିବାସୀମାନେ ଜାତୀୟ ଅନୁସୂଚିତ ଜନଜାତି କମିଶନ, ନୂଆଦିଲ୍ଲୀର ଦ୍ୱାରସ୍ଥ ହୋଇଥିଲେ। କମିଶନ ଖଣି ନିର୍ଦ୍ଦେଶାଳୟ ଓ ଜିଲାପାଳ କେନ୍ଦୁଝରଙ୍କୁ ଚିଠି ଲେଖି ସବିଶେଷ ରିପୋର୍ଟ ଦେବାକୁ ଆଦେଶ କରିଥିଲେ। ଅଦ୍ୟାବଧି କାର୍ଯ୍ୟ ଜାରି ରହିଥିବା ବେଳେ ଅଭିଯୋଗ କଲେ ପୋଲିସ ଭୟ ଦେଖାଉଛି। ଏଣୁ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିବାକୁ ଆଦିବାସୀ ନିବେଦନ କରିଛନ୍ତି। ନଚେତ୍‌ ବାଧ୍ୟ ହୋଇ ଅଦାଲତ ଓ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri