Categories: ଜାତୀୟ

କାର୍‌ ଚଳାଇ ଭର୍ଚୁଆଲ ଶୁଣାଣିରେ ଯୋଗଦେବା ନେଇ ଆପତ୍ତି…

ନୂଆଦିଲ୍ଲୀ, ୨୯।୧ : କାର୍‌ ଚଳାଉଥିବା ସମୟରେ ଭର୍ଚୁଆଲ ଶୁଣାଣିରେ ଯୋଗଦେଇଥିବା ଜଣେ ଆଇନଜୀବୀଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ଆଇନଜୀବୀ ଜଣକ ଏଭଳି କରିଥିବା ଅଭିଯୋଗ ମିଳିବା ପରେ କୋର୍ଟ ଆପତ୍ତି ପ୍ରକାଶ କରିଛନ୍ତି।

ବିଚାରପତି ମୁକ୍ତା ଗୁପ୍ତାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆମ୍‌ ଆଦମୀ ପାର୍ଟିର ପୂର୍ବତନ ନେତା ତାହିର ହୁସେନ୍‌ଙ୍କ ବିରୋଧରେ ଅଣାଯାଇଥିବା ଦଙ୍ଗା ଷଡ଼ଯନ୍ତ୍ର ଅଭିଯୋଗର ବିଚାର ସମୟରେ ଏଭଳି କହିଛନ୍ତି। ହୁସେନ୍‌ଙ୍କ ଆଇନଜୀବୀ କାର୍‌ ଚଳାଉଥିବା ସମୟରେ ମୌଖିକ ଭାବେ ଶୁଣାଣିରେ ଯୋଗଦେଇଥିଲେ।

ଆଇନଜୀବୀ ଜଣକ କାର୍‌ରେ ବସି ଅବା ମୋବାଇଲ ଫୋନ୍‌ରେ ଶୁଣାଣିରେ ଯୋଗଦେଇଥିଲେ କୌଣସି ଆପତ୍ତି ନ ଥିଲା। ମାତ୍ର ସେ କାର୍‌ ଚଳାଉଥିବା ସମୟରେ ଏଭଳି କରିଥିବାରୁ କୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। ଏହା ସହିିତ କୋର୍ଟ ମାମଲାର ଶୁଣାଣିକୁ ସ୍ଥଗିତ କରିଦେଇଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ଏପ୍ରିଲ୍‌ ୧୯ରେ କରାଯିବ।

Share