Categories: ଫୁରସତ

ଏଣିକି ଆକାଶରେ ଉଡ଼ିବ ବୋଟ୍‌, ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା

ବର୍ତ୍ତମାନ ପର୍ଯ୍ୟନ୍ତ ପାଣିରେ ଡଙ୍ଗା ଚାଲୁଥିବାର ଦେଖିଥିଲେ। କିନ୍ତୁ ଏବେ ଆକାଶରେ ଉଡ଼ି ପାରୁଥିବା ବୋଟ୍‌ ବା ଡଙ୍ଗା ଆସିବ। ଇଟାଲୀ କମ୍ପାନୀ ଏକ ସ୍ବତନ୍ତ୍ର ବୋଟ୍‌ ତିଆରି କରିବାକୁ ଯାଉଛି। ଏହି ବିଳାସପୂର୍ଣ୍ଣ ବୋଟ୍‌ ସମୁଦ୍ରରେ ଭାସିବା ସହିତ ଆକାଶରେ ଉଡ଼ିପାରିବ। ଏହି ଏୟାର ବୋଟ୍‌ର ଲମ୍ବ ପ୍ରାୟ ୪୯୦ ଫୁଟ। ଶୁଖିଲା କାର୍ବନ ଫାଇବର ଢାଞ୍ଚାରେ ଏହାକୁ ନିର୍ମାଣ କରାଯାଉଛି। ଏହି ବୋଟ୍‌ଟି ଘଣ୍ଟାପ୍ରତି ୧୧୨ କିଲୋମିଟର ବେଗରେ ଉଡ଼ିପାରିବ।

ଏହି ସ୍ବତନ୍ତ୍ର ବୋଟ୍‌ରେ ୪ଟି ସୌରଚାଳିତ ଇଲେକ୍ଟ୍ରିକ ପ୍ରୋପେଲର ଲଗାଯାଇଛି। ଯାହା ଉଡ଼ାଣରେ ସାହାଯ୍ୟ କରିବ। ଏଥିରେ ହିଲିୟମ ବର୍ତ୍ତି ବେଲୁନ୍‌ ଲଗାଯାଇଛି। ଯାହା ଦ୍ୱାରା ଏହା ପାଣିରେ ଭାସିପାରିବ। ହିଲିୟମ ବେଲୁନ ବାୟୁ ଅପେକ୍ଷା ହାଲୁକା ଅଟେ। ଯାହା ବୋଟ୍‌କୁ ଆକାଶରେ ଉଡ଼ିବାକୁ ସହାୟକ ହୋଇଥାଏ। ତେବେ ଏହି ବୋଟ୍‌ର ମୂଲ୍ୟ କେତେ ହେବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

ଏହି ଡଙ୍ଗା ଦୁଇଟି ବଡ଼ ବେଲୁନ ଏବଂ ହାଲୁକା ବ୍ୟାଟେରୀ ସହିତ ସୌର ପ୍ୟାନେଲ ଦ୍ୱାରା ଚାଳିତ ଆଠଟି ଇଞ୍ଜିନ ରହିବ। ସବୁଠୁ ବଡ଼ କଥା ହେଉଛି ଏହା ୪୮ ଘଣ୍ଟା ପାଇଁ ନିରନ୍ତର ଉଡ଼ିପାରିବ।
କମ୍ପାନୀ ପକ୍ଷରୁ କୁହାଯାଇଛି, ଏହି ଏୟାର ବୋଟ୍‌ ବିମାନ ନୁହେଁ। ବ୍ୟକ୍ତିଗତ ମାଲିକମାନଙ୍କୁ ଧ୍ୟାନରେ ରଖି ଏହାକୁ ପରିକଳ୍ପନା କରାଯାଇଛି। ଏହାରି ଭିତରେ ଶଯ୍ୟା ଏବଂ ସ୍ନାନ ସୁବିଧା ସହିତ ବ୍ୟକ୍ତିଗତ ଶୁଟ୍‌ ରହିବ। ଯାତ୍ରୀମାନେ ୫ ହଜାର ଫୁଟ ଉଚ୍ଚତାରେ ସତେଜ ପବନ ନେଇବାରିବା ସହ ପାଣିର ଢେଉ ଉପଭୋଗ କରିପାରିବେ।

Share