Posted inଜାତୀୟ

ବିଜୟର ୨୩ ଦିନ ପରେ ଶପଥ

ନାଗପୁର,୧୬।୧୨(ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଆଶାତୀତ ସଫଳତା ହାସଲର ୨୩ ଦିନ ପରେ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଏବଂ ୨ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଓ ଅଜିତ ପାଓ୍ବାର ଶପଥ ନେବାର ୧୦ ଦିନ ପରେ ତାଙ୍କ କ୍ୟାବିନେଟ୍‌ର ଅନ୍ୟ ସଦସ୍ୟମାନେ ଶପଥ ଗ୍ରହଣ କରିଛନ୍ତି। ଏଥିରେ ମହାୟୁତିର ୩ ଦଳରୁ ୩୯ ବିଧାୟକଙ୍କୁ ସୁଯୋଗ ମିଳିଛି। ୧୦ ପୂର୍ବତନ ମନ୍ତ୍ରୀଙ୍କୁ ବାଦ୍‌ ଦିଆଯାଇଥିବାବେଳେ କ୍ୟାବିନେଟରେ ୧୬ ନୂଆ ମୁହଁ ସ୍ଥାନ ପାଇଛନ୍ତି। ୩୩ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ୬ ଜଣ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଓ ୨ ଉପମୁଖ୍ୟମନ୍ତ୍ରୀଙ୍କ ସମେତ କ୍ୟାବିନେଟ୍‌ର ମନ୍ତ୍ରୀ ସଂଖ୍ୟା ୪୨ ହୋଇଛି। ଭାଜପାରୁ ମନ୍ତ୍ରିମଣ୍ଡଳରେ ୧୯ ଜଣ ସ୍ଥାନ ପାଇଥିବାବେଳେ ଏକନାଥ ଶିନ୍ଦେଙ୍କ ଶିବସେନା ଏବଂ ଅଜିତ ପାଓ୍ବାରଙ୍କ ଏନ୍‌ସିପିରୁ ଯଥାକ୍ରମେ ୧୧ ଏବଂ ୯ ଜଣଙ୍କୁ ମନ୍ତ୍ରୀପଦ ମିଳିଛି। ରାଜ୍ୟ ବିଧାନସଭା ଶୀତ ଅଧିବେଶନର ପୂର୍ବ ସନ୍ଧ୍ୟାରେ ନାଗପୁରସ୍ଥିତ ରାଜଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ୍‌ ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଭାଜପା ୧୩୨ ଆସନ ଜିତିଥିବାବେଳେ ଶିବସେନା ୫୭ ଏବଂ ଏନ୍‌ସିପି ୪୧ ଆସନ ଜିତିଥିଲା। ସେହି ଅନୁଯାୟୀ ଭାଜପାକୁ ୧୬ଟି କ୍ୟାବିନେଟ ଏବଂ ୩ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଥିବାବେଳେ ଶିବସେନାକୁ ୯ କ୍ୟାବିନେଟ ଓ ୨ ରାଷ୍ଟ୍ରମନ୍ତ୍ରୀ ଏବଂ ଏନ୍‌ସିପିକୁ ୮ କ୍ୟାବିନେଟ ଓ ୧ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଛି। ୪ ମହିଳା ମନ୍ତ୍ରୀଙ୍କ ମଧ୍ୟରୁ ପଙ୍କଜା ମୁଣ୍ଡେ, ମାଧୁରୀ ମିସାଲ ଏବଂ ମେଘନା ବୋରଡିକର ଭାଜପାରୁ ହୋଇଥିବାବେଳେ ଏନ୍‌ସିପିରୁ ଅଦିତି ଟଟକାରେ ଅଛନ୍ତି। ଛଗନ ଭୁଜବଳ, ଦିଲୀପ ଓ୍ବାଲ୍‌ସେ ପାଟିଲ, ସୁଧୀର ମୁଙ୍ଗନ୍ତିଓ୍ବାର ଏବଂ ବିଜୟକୁମାର ଗଭିତ୍‌ ଏଥର ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଛନ୍ତି। ଶିବସେନାରୁ ପୂର୍ବତନ ମନ୍ତ୍ରୀ ତନଜି ସାଓ୍ବନ୍ତ, ଦୀପକ କେସରକର ଏବଂ ଅବଦୁଲ ସତ୍ତାର ବାଦ୍‌ ପଡ଼ିଥିବାବେଳେ ଏନ୍‌ସିପିରୁ ଅନିଲ ପାଟିଲ, ସଞ୍ଜୟ ବନ୍ଦସୋଡେ ଏବଂ ଧର୍ମାରାଓ ବାବା ଅତରାମ ବାଦ୍‌ ପଡ଼ିଛନ୍ତି।

ବାଦ୍‌ ପଡ଼ିଥିବା ବିଧାୟକଙ୍କୁ ମଧ୍ୟ ସୁଯୋଗ ମିଳିବ: ଅଜିତ

ମହାରାଷ୍ଟ୍ରର ଦ୍ୱିତୀୟ ରାଜଧାନୀ ନାଗପୁରରେ ସୋମବାରଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ରବିବାର ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। କ୍ୟାବିନେଟରେ ସାମିଲ ହୋଇ ନ ଥିବା ବିଧାୟକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବାବେଳେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ସେମାନଙ୍କୁ ଆଶାଛଡ଼ା ନ ହେବାକୁ ଆଶ୍ୱାସନା ଦେଇଛନ୍ତି। ଏନ୍‌ସିପି ମୁଖ୍ୟ ଅଜିତ କହିଛନ୍ତି, ମହାୟୁତି ସରକାର ଏହି ପାଳିରେ ଅନ୍ୟ ବିଧାୟକମାନଙ୍କୁ ମଧ୍ୟ ସୁଯୋଗ ଦେବ। ସମସ୍ତେ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି। ସେମାନେ ସୁଯୋଗ ପାଇବାକୁ ଯୋଗ୍ୟ। କିନ୍ତୁ ମନ୍ତ୍ରିପଦ ସଂଖ୍ୟା ସୀମିତ। କେତେଜଣ ବିଧାୟକଙ୍କୁ ଦେଢ଼ବର୍ଷ ପାଇଁ ମନ୍ତ୍ରିପଦ ମିଳିଛି। ଆଉ କେତେଜଣଙ୍କୁ ଅଢ଼େଇ ବର୍ଷ ପରେ କ୍ୟାବିନେଟ କିମ୍ବା ରାଷ୍ଟ୍ରମନ୍ତ୍ରୀ ଭାବେ ସୁଯୋଗ ମିଳିବ। ଏଥିରେ ଅନେକ ଜିଲା ଓ ଅଞ୍ଚଳକୁ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିବ ବୋଲି ଅଜିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri