ଓଏଏସ୍‌: ଭଦ୍ରକରୁ ସୁଚିସ୍ମିତା, କେନ୍ଦୁଝରରୁ ଶର୍ମିଷ୍ଠା

ଚାନ୍ଦବାଲି/ କେନ୍ଦୁଝର,୧୦।୧୦ (ଡି.ଏନ.ଏ.) ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌)ରେ ଭଦ୍ରକରୁ ସୁଚିସ୍ମିତା ଦାସ ଓ କେନ୍ଦୁଝରରୁ ଶର୍ମିଷ୍ଠା ସାହୁ କୃତିତ୍ୱ ହାସଲ ହାସଲ କରିଛନ୍ତି। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ବାଲିଗଁା ପଞ୍ଚାୟତ କୁହ୍ଲି ଗ୍ରାମର ଶଶିକାନ୍ତ ଦାସଙ୍କ ଝିଅ ସୁଚିସ୍ମିତା ୨୫ ନଂ. ସ୍ଥାନରେ ରହି ନିଜ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ସେ ୨୦୧୧ରେ ବ୍ଲକରେ ମାଟ୍ରିକ ଟପ୍ପର ହୋଇ ଗୌରବ ଅର୍ଜନ କରିଥିଲେ। ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌)ରେ ଯୋଗଦେବାକୁ ଉଦ୍ୟମ ଜାରି ରଖିଥିବା ସୁଚିସ୍ମିତା କହିଛନ୍ତି। କେନ୍ଦୁଝର ସହରର ଶର୍ମିଷ୍ଠା ୭୯ ର଼୍ୟାଙ୍କରେ ଅଛନ୍ତି। କେନ୍ଦୁଝର ସହରର ପବିତ୍ରଡିହାରେ ରହୁଥିବା ସୋମନାଥ ସାହୁ ଓ ଶାନ୍ତିଲତାଙ୍କ ଝିଅ। ପିଲା ବେଳୁ ସେ ଜଣେ ମେଧାବୀ ଛାତ୍ରୀ ଭାବେ ବିଦ୍ୟାଳୟ ଓ କଲେଜରେ ସୁନାମ ଅର୍ଜନ କରିଥିଲେ ା ତାଙ୍କର ଏହି ସଫଳତା ପାଇଁ ସେ ଭଗବାନ, ପିତାମାତା ଓ ଶିକ୍ଷୟତ୍ରୀଶିକ୍ଷକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ା