ଏହି ଦିଗରେ କରନ୍ତୁ ପିଲାଙ୍କ ରୁମ: ପଢ଼ା ଟେବୁଲରେ ଏସବୁ ରଖିବା ଲାଭଦାୟକ

ଆଜିର ପିଢ଼ି ଆମ ଦେଶର ଭବିଷ୍ୟତ। ଯଦି ଆପଣଙ୍କ ପିଲାଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ ଦେଖିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଆପଣଙ୍କୁ ସେମାନଙ୍କ କୋଠରୀକୁ ମଧ୍ୟ ସଠିକ୍‌ ଭାବରେ ସଜାଇବାକୁ ପଡିବ। ବାସ୍ତୁଅନୁଯାୟୀ ପିଲାମାନଙ୍କ କୋଠରୀ କିପରି ହେବା ଉଚିତ୍‌ ଜାଣନ୍ତୁ।

=) ଘରେ ପିଲାମାନଙ୍କର କୋଠରୀ ପୂର୍ବ, ଉତ୍ତର, ପଶ୍ଚିମ କିମ୍ବା ଭାୟା (ପଶ୍ଚିମ ଏବଂ ଉତ୍ତର ଦିଗ ମଧ୍ୟରେ) ହେବା ଉଚିତ୍‌।

=) ପିଲାମାନଙ୍କର ମୁଣ୍ଡ ପୂର୍ବ ଆଡକୁ ଏବଂ ପାଦ ପଶ୍ଚିମ ଆଡକୁ ରହିବା ଠିକ୍‌।

=) ଯଦି ଶିଶୁ କୋଠରୀର କବାଟ ପୂର୍ବ ଦିଗରେ ଥାଏ, ତେବେ ଶଯ୍ୟା ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ହେବା କଥା।

=) ଶୌଚାଳୟ ନିକଟରେ କଦାପି ପଢ଼ାଘର ରହିବା ଉଚିତ୍‌ ନୁହେଁ। ଏହା ସହିତ, ଆଲମାରୀ କେବଳ ପୂର୍ବ କିମ୍ବା ଉତ୍ତର ଦିଗରେ ରଖନତିୁ ନାହିଁ।

=)ଯଦି ଘରେ ଜାଗା ଅଭାବ ହେତୁ ଆପଣଙ୍କୁ ଶୋଇବା ଘରେ ପଢ଼ିବାକୁ ପଡ଼ୁଛି ତେବେ ପଢ଼ା ଟେବୁଲ, ଲାଇବ୍ରେରୀ ପଶ୍ଚିମ କିମ୍ବା ଦକ୍ଷିଣ-ପଶ୍ଚିମ ଦିଗରେ ରଖନ୍ତୁ, କିନ୍ତୁ ଏହା ଉପରେ ପଢ଼ିବା ବେଳେମୁହଁ କେବଳ ପୂର୍ବ କିମ୍ବା ଉତ୍ତର ଦିଗରେ ରହିବା ଉଚିତ।

=)ପଢ଼ା ଟେବୁଲରେ ଗ୍ଲୋବ କିମ୍ବା ତମ୍ବା ପିରାମିଡ ରଖିବା ଲାଭଦାୟକ ଏବଂ ନକାରାତ୍ମକ ଶକ୍ତି ଦୂରେଇ ଯାଏ।