ନୁଭୋକୋ ଭିସ୍ତାସ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୨୬।୫: ନୁଭୋକୋ ଭିସ୍ତାସ୍‌ କର୍ପୋରେଶନ ଲିମିଟେଡର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହିତ ୨୦୨୩-୨୪ ଆର୍ଥିକ ବର୍ଷର ବାର୍ଷିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷରେ କମ୍ପାନୀର ମୋଟ ସିମେଣ୍ଟ ବିକ୍ରି ୧୮.୮ ଏମ୍‌ଏମ୍‌ଟି ରହିଥିଲାବେଳେ ଏହି ସମାନ ଅବଧି ମଧ୍ୟରେ କମ୍ପାନୀର ପରିଚାଳନାଗତ ମୋଟ ରାଜସ୍ବ ୧୦,୭୩୩ କୋଟି ଟଙ୍କା ରହିଛି।

ସେହିପରି ମୋଟ ଏବିଟା ବାର୍ଷିକ ଆଧାରରେ ୩୫% ବୃଦ୍ଧି ହୋଇ ୧୬୫୭ କୋଟି ଟଙ୍କା ହୋଇଥିଲାବେଳେ କମ୍ପାନୀର ଶୁଦ୍ଧ ଋଣ ପରିମାଣ ବାର୍ଷିକ ଆଧାରରେ ୩୮୪ କୋଟି ଟଙ୍କା ହ୍ରାସ ହୋଇ ୪୦୩୦ କୋଟି ଟଙ୍କାରେ ରହିଛି, ଯାହାଫଳରେ ଶୁଦ୍ଧ ଋଣ ଏବିଟାର ୨.୪ ଗୁଣ ରହିଛି। ଚଳିତ ବର୍ଷ କମ୍ପାନୀର ହରିୟାଣାସ୍ଥିତ ସିମେଣ୍ଟ ପ୍ଲାଣ୍ଟରେ ଏକ ୧.୨ ଏମ୍‌ଏମ୍‌ଟିପିଏ ଗ୍ରାଇଣ୍ଡିଂ ୟୁନିଟ୍‌ର ସଫଳ କାର୍ଯ୍ୟକାରିତାକୁ ଚିହ୍ନିତ କରିଛି, ଯାହା ଏହାର ସମ୍ପ୍ରସାରଣରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଦର୍ଶାଉଛି।

ଏହି ସିମେଣ୍ଟ ପ୍ଲାଣ୍ଟ କାର୍ଯ୍ୟକାରିତା ଉତ୍ତର ଭାରତରେ କମ୍ପାନୀର ମୋଟ କ୍ଷମତାକୁ ୨୦%ରୁ ୨୪%କୁ ବୃଦ୍ଧି କରିଛି ଏବଂ ଏହା ସମ୍ପୃକ୍ତ ଅଞ୍ଚଳରେ କମ୍ପାନୀର ଉପସ୍ଥିତିକୁ ଆହୁରି ସୁଦୃଢ କରିବ। ଏ ସମ୍ପର୍କରେ ନୁଭୋକୋ ଭିସ୍ତାସ୍‌ କର୍ପୋରେଶନ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଜୟାକୁମାର କ୍ରିଷ୍ଣାସ୍ବାମୀ କହିଛନ୍ତି, କମ୍ପାନୀ ତା’ର ପରିଚାଳନା ଦକ୍ଷତାକୁ ଉନ୍ନତ କରିଥିଲାବେଳେ ୨୦୨୪ ଆର୍ଥିକ ବର୍ଷ ସମୟରେ ଅସ୍ଥିର ଚାହିଦା ସତ୍ତ୍ୱେ ଏବିଟା ଓ ପିଏଟିରେ ମଜଭୁତ ଅଭିବୃଦ୍ଧି ପ୍ରଦାନ ଏବଂ ସର୍ବୋଚ୍ଚ ଲାଭ ହାସଲ କରିଛି। ଏପରିକି ଆମର ପ୍ରଶଂସନୀୟ ପରିଚାଳନାଗତ ଫଳାଫଳ ପ୍ରିମିୟମାଇଜେଶନ ଓ କଷ୍ଟ୍‌ ଅପ୍ଟିମାଇଜେଶନ ଉପରେ ଆମର ଗତିଶୀଳ ଓ ଦକ୍ଷ ରଣନୈତିକ ଗୁରୁତ୍ୱକୁ ପ୍ରତିଫଳନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

Apple ଜାରି କଲା ବଡ଼ ସତର୍କତା: ଏସବୁ ଉପଭୋକ୍ତାଙ୍କ ପାଇଁ ସୁରକ୍ଷିତ ନୁହେଁ ଗୁଗଲ୍ Chrome

ନୂଆଦିଲ୍ଲୀ,୮।୧୨: ଗୁଗୁଲର ସବୁଠାରୁ ଲୋକପ୍ରିୟ ଉତ୍ପାଦ ବିରୋଧରେ ଆପଲ୍ ଏକ ବଡ଼ ସତର୍କତା ଜାରି କରିଛି। ଆପଲ୍ ପକ୍ଷରୁ କୁହାଯାଇଛି ଯେ, iPhone ଏବଂ Mac...

SBI ରେ ଆକାଉଣ୍ଟ ଅଛି କି? ଏହି ଭୁଲ କରୁଥିଲେ କଟିଯିବ ଟଙ୍କା…

ନୂଆଦିଲ୍ଲୀ,୭।୧୨: ଆପଣଙ୍କର ଷ୍ଚେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ବ୍ୟାଙ୍କରେ ଖାତା ଅଛି କି? ଆପଣଙ୍କର ATMରୁ ବାରମ୍ୱାର ଟଙ୍କା ଉଠାଇବାର ଅଭ୍ୟାସ ରହିଛି କି? ତେବେ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

୧ଟଙ୍କାରେ ଜମି ଦେବେ ସରକାର, ଏହି ତାରିଖ ସୁଦ୍ଧା କରିବାକୁ ପଡିବ ଆବେଦନ, କିନ୍ତୁ ରହିଛି ଏହି ସର୍ତ୍ତ

ପାଟନା,୬।୧୨: ପ୍ରାୟତଃ ଦେଖାଯାଏ ଯେ ଏକ ଭଲ ବ୍ୟବସାୟିକ ଧାରଣା ସତ୍ତ୍ୱେ, ଆକାଶଛୁଆଁ ଜମି ମୂଲ୍ୟ ଉଦ୍ୟୋଗୀମାନଙ୍କ ସ୍ୱପ୍ନକୁ ବାଧା ଦିଏ। ଯଦି ଆପଣ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri