ନୁଭୋକୋ ଭିସ୍ତାସ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୨୬।୫: ନୁଭୋକୋ ଭିସ୍ତାସ୍‌ କର୍ପୋରେଶନ ଲିମିଟେଡର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହିତ ୨୦୨୩-୨୪ ଆର୍ଥିକ ବର୍ଷର ବାର୍ଷିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷରେ କମ୍ପାନୀର ମୋଟ ସିମେଣ୍ଟ ବିକ୍ରି ୧୮.୮ ଏମ୍‌ଏମ୍‌ଟି ରହିଥିଲାବେଳେ ଏହି ସମାନ ଅବଧି ମଧ୍ୟରେ କମ୍ପାନୀର ପରିଚାଳନାଗତ ମୋଟ ରାଜସ୍ବ ୧୦,୭୩୩ କୋଟି ଟଙ୍କା ରହିଛି।

ସେହିପରି ମୋଟ ଏବିଟା ବାର୍ଷିକ ଆଧାରରେ ୩୫% ବୃଦ୍ଧି ହୋଇ ୧୬୫୭ କୋଟି ଟଙ୍କା ହୋଇଥିଲାବେଳେ କମ୍ପାନୀର ଶୁଦ୍ଧ ଋଣ ପରିମାଣ ବାର୍ଷିକ ଆଧାରରେ ୩୮୪ କୋଟି ଟଙ୍କା ହ୍ରାସ ହୋଇ ୪୦୩୦ କୋଟି ଟଙ୍କାରେ ରହିଛି, ଯାହାଫଳରେ ଶୁଦ୍ଧ ଋଣ ଏବିଟାର ୨.୪ ଗୁଣ ରହିଛି। ଚଳିତ ବର୍ଷ କମ୍ପାନୀର ହରିୟାଣାସ୍ଥିତ ସିମେଣ୍ଟ ପ୍ଲାଣ୍ଟରେ ଏକ ୧.୨ ଏମ୍‌ଏମ୍‌ଟିପିଏ ଗ୍ରାଇଣ୍ଡିଂ ୟୁନିଟ୍‌ର ସଫଳ କାର୍ଯ୍ୟକାରିତାକୁ ଚିହ୍ନିତ କରିଛି, ଯାହା ଏହାର ସମ୍ପ୍ରସାରଣରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଦର୍ଶାଉଛି।

ଏହି ସିମେଣ୍ଟ ପ୍ଲାଣ୍ଟ କାର୍ଯ୍ୟକାରିତା ଉତ୍ତର ଭାରତରେ କମ୍ପାନୀର ମୋଟ କ୍ଷମତାକୁ ୨୦%ରୁ ୨୪%କୁ ବୃଦ୍ଧି କରିଛି ଏବଂ ଏହା ସମ୍ପୃକ୍ତ ଅଞ୍ଚଳରେ କମ୍ପାନୀର ଉପସ୍ଥିତିକୁ ଆହୁରି ସୁଦୃଢ କରିବ। ଏ ସମ୍ପର୍କରେ ନୁଭୋକୋ ଭିସ୍ତାସ୍‌ କର୍ପୋରେଶନ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଜୟାକୁମାର କ୍ରିଷ୍ଣାସ୍ବାମୀ କହିଛନ୍ତି, କମ୍ପାନୀ ତା’ର ପରିଚାଳନା ଦକ୍ଷତାକୁ ଉନ୍ନତ କରିଥିଲାବେଳେ ୨୦୨୪ ଆର୍ଥିକ ବର୍ଷ ସମୟରେ ଅସ୍ଥିର ଚାହିଦା ସତ୍ତ୍ୱେ ଏବିଟା ଓ ପିଏଟିରେ ମଜଭୁତ ଅଭିବୃଦ୍ଧି ପ୍ରଦାନ ଏବଂ ସର୍ବୋଚ୍ଚ ଲାଭ ହାସଲ କରିଛି। ଏପରିକି ଆମର ପ୍ରଶଂସନୀୟ ପରିଚାଳନାଗତ ଫଳାଫଳ ପ୍ରିମିୟମାଇଜେଶନ ଓ କଷ୍ଟ୍‌ ଅପ୍ଟିମାଇଜେଶନ ଉପରେ ଆମର ଗତିଶୀଳ ଓ ଦକ୍ଷ ରଣନୈତିକ ଗୁରୁତ୍ୱକୁ ପ୍ରତିଫଳନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

ଏହି ସ୍ଥାନରେ ଏବେ ବି ଶସ୍ତାରେ ମିଳୁଛି ସୁନା, ଭାରତ ତୁଳନାରେ ଏତେ କମ୍‌…

ନୂଆଦିଲ୍ଲୀ,୪।୨: ପ୍ରତିଦିନ ସୁନାର ମୂଲ୍ୟ ବଦଳୁଛି। ବଜେଟ ଦିନ, ଫେବୃଆରୀ 1 ଏବଂ 2 ରେ ଏକ ବଡ଼ ହ୍ରାସ ପରେ, ସୁନାର ମୂଲ୍ୟ ପୁଣି ଥରେ…

ବଡ଼ ଘୋଷଣା: ଏହି ରୁଟ୍‌ର ଟ୍ରେନ କ୍ୟାନସଲ୍‌, ଦେଖନ୍ତୁ ଲିଷ୍ଟ…

ନୂଆଦିଲ୍ଲୀ,୪।୨: ପ୍ରତିଦିନ ସାରା ଦେଶରେ ଲକ୍ଷ ଲକ୍ଷ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତି ଏବଂ ଏକ ବଡ଼ ସଂଖ୍ୟାରେ ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶ ମଧ୍ୟରେ ଯାତ୍ରା…

ଆହୁରି ଖସିବ ସୁନାଦର! ସରକାର ନେଲେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କିଣିବେ କେବେ?

ନୂଆଦିଲ୍ଲୀ,୪।୨: ସରକାର ଶେଷରେ ସୁନା ଏବଂ ରୂପା ଉପରେ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ କଷ୍ଟମ୍ସ ବୋର୍ଡ (CBIC) ଦ୍ୱାରା ଜାରି…

UPIକୁ ନେଇ ବଡ଼ ଅପଡେଟ୍‌: ଏଣିକି ମିଳିବ ଏହି ସୁବିଧା, ଲାଭବାନ ହେବେ…

ନୂଆଦିଲ୍ଲୀ,୪।୨: ଭାରତର ଡିଜିଟାଲ ପେମେଣ୍ଟ ସିଷ୍ଟମ ଖୁବଶୀଘ୍ର ଏକ ନୂତନ ବିଶ୍ୱସ୍ତରୀୟ ପରିଚୟ ହାସଲ କରିପାରେ। ସୂଚନା ଅନୁଯାୟୀ ସରକାର ଭାରତୀୟ ଉପଭୋକ୍ତାମାନଙ୍କୁ ଦେଶ ଭିତରେ ଯେପରି…

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିର ପ୍ରଭାବ: ୮ ବର୍ଷ ମଧ୍ୟରେ ଟଙ୍କା ମୂଲ୍ୟରେ ସବୁଠାରୁ ବଡ଼ ସୁଧାର

ନୂଆଦିଲ୍ଲୀ,୩।୨: ଭାରତ ଏବଂ ଆମେରିକା ମଧ୍ୟରେ ଐତିହାସିକ ବାଣିଜ୍ୟ ଚୁକ୍ତି ଭାରତୀୟ ମୁଦ୍ରା ‘ଟଙ୍କା’ ପାଇଁ ସଞ୍ଜୀବନୀ ସଦୃଶ ହୋଇଛି। ମଙ୍ଗଳବାର ବଜାର ବନ୍ଦ ହେବା ବେଳକୁ…

ଆଇଆଇଟି ରିପୋର୍ଟରେ ଟିପିସିଓଡିଏଲ୍‌ର କାର୍ଯ୍ୟଦକ୍ଷତାକୁ ସ୍ବୀକୃତି

ଭୁବନେଶ୍ୱର,୩ା୨(ଅନୁରାଧା ମହାରଣା): ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌…

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ପରେ ଷ୍ଟକ ମାର୍କେଟରେ ଫେରିଛି ଖୁସି, ସେନସେକ୍ସ ୨୪୦୦ ପଏଣ୍ଟ ଟପିଛି, ବୃଦ୍ଧି ପାଇଛି ନିଫ୍ଟି

ନୂଆଦିଲ୍ଲୀ,୩।୨: ଆମେରିକା ବାଣିଜ୍ୟ ଚୁକ୍ତିର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ଅନୁଭୂତ ହେଉଛି। ମଙ୍ଗଳବାର ପ୍ରାରମ୍ଭିକ କାରବାରରେ ଭାରତୀୟ ଷ୍ଟକ ବଜାରରେ ଏକ ବଡ଼ ବୃଦ୍ଧି ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri