ଗର୍ଭବତୀ ପରେ ନୁସରତଙ୍କ ଏପରି ଭିଡିଓ ହେଉଛି ଭାଇରାଲ

ପଶ୍ଚିମବଙ୍ଗରେ ଟିଏମ୍‌ସି ଏମ୍‌ପି ତଥା ଅଭିନେତ୍ରୀ ନୁସରତ ଜାହାଁ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ବର୍ତ୍ତମାନ ସେ ତାଙ୍କ ବିବାହ ଏବଂ ମା’ହେବା ଖବର ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏସବୁ ମଧ୍ୟରେ ସେ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ପ୍ରଶଂସକମାନେ ପ୍ରତିକ୍ରିୟା ଦେଉଛନ୍ତି। ନିକଟରେ ସେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ପାଣି ଭିତରେ ଗ୍ଲାମର ପୋଜ୍‌ ଦେଉଥିବା ନଜର ଆସିଛନ୍ତି। ଏହା ସହିତ, ନୁସରତ କ୍ୟାପଶନରେ ଲେଖିଛନ୍ତି, ନୋ ରିକ୍ସ ନୋ ଷ୍ଟୋରୀ। ଉପଭୋକ୍ତାମାନେ ନୁସରତଙ୍କ ଭିଡିଓ ଉପରେ କଡ଼ା ମନ୍ତବ୍ୟ ଦେଇଛନ୍ତି। ଏହି ଭିଡିଓରେ କିଛି ଉପଭୋକ୍ତା ତାଙ୍କ ସୌନ୍ଦର୍ଯ୍ୟକୁ ପ୍ରଶଂସା କରୁଥିବାବେଳେ କିଛି ଉପଭୋକ୍ତା ତାଙ୍କ ବିବାହ ଏବଂ ଗର୍ଭଧାରଣ ବିଷୟରେ କହୁଛନ୍ତି।
ନିକଟରେ ନୁସରତ ମା’ ହେବାକୁ ଯାଉଥିବାର ଖବର ଆସିଛି। ସେ ନିଜେ ଏକ ଫଟୋ ଶେୟାର କରିଥିଲେ ଯେଉଁଥିରେ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା। ହେଲେ କିଛି ଦିନ ପୂର୍ବରୁ ସେ ତାଙ୍କ ବିବାହକୁ ଅବଧ ଘୋଷଣା କରିଥିଲେ। ଏହା ପରେ ଲୋକମାନେ ତାଙ୍କ ଗର୍ଭଧାରଣ ଉପରେ ପ୍ରଶ୍ନ କରିବା ଆରମ୍ଭ କରିଥିଲେ।

Share