Categories: ଜାତୀୟ

ନୁସରତଙ୍କ ଘର କଳି ଏବେ ସଂସଦରେ, ସଦସ୍ୟତା ରଦ୍ଦ ଦାବି କଲା ଭାଜପା…

ନୂଆଦିଲ୍ଲୀ,୨୨।୬: ପଶ୍ଚିମବଙ୍ଗ ବସିରହାଟ୍‌ ଲୋକସଭା ଆସନ ଏମ୍‌ପି ନୁସରତ ଜାହାଁଙ୍କ ଘର କଳି ଏବେ ସଂସଦରେ ପହଞ୍ଚିଛି। ଭାଜପା ପକ୍ଷରୁ ନୁସରତଙ୍କ ସଦସ୍ୟତା ରଦ୍ଧ ପାଇଁ ଦାବି କରାଯାଇଛି। ଭାଜପା ଏମ୍‌ପି ସଂଘମିତ୍ରା ମୌର୍ଯ୍ୟ ଏନେଇ ଦାବି କରିଛନ୍ତି। ନୁସରତଙ୍କ ଆଚରଣ ସାମାଜିକ ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରୁଥିବା ସଂଘମିତ୍ରା ଅଭିଯୋଗ କରିଛନ୍ତି। ଏନେଇ ସଂଘମିତ୍ରା ଲୋକସଭା ବାଚସ୍ପତି ଓମ୍‌ ବିରଳାଙ୍କୁ ଚିଠି ଲେଖିଛନ୍ତି। ବିବାହ ସମ୍ପର୍କିତ ସୂଚନା ନେଇ ନୁସରତ ଭୋଟରଙ୍କୁ ଅନ୍ଧାରରେ ରଖିବା ସହିତ ସଂସଦର ଗାରିମାରେ କଳଙ୍କ ବୋଳି ଥିବା ସଂଘମିତ୍ରା ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ମାମଳାକୁ ସଂସଦର ଏଥିକ୍ସ୍‌ କିମିଟିକୁ ପଠାଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହା ସହିତ ଯାଞ୍ଚ୍‌ କରାଯାଇ ନୁସରତଙ୍କ ବିରୋଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସେ ଗୁରୁତ୍ୱାରୋପ କରିଛନ୍ତି।

Share