ବେବି ବମ୍ପ୍‌ରେ ନଜର ଆସିଲେ ନୁସରତ

ମୁମ୍ବାଇ: ଟିଏମ୍‌ସି ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁ ଗର୍ଭବତୀ ଥିବା ଚର୍ଚ୍ଚା ହେଉଛି। ଖାଲି ଏତିକି ନୁହେଁ ନୁସରତଙ୍କ ସ୍ବାମୀ ନିଖିଲ ଜୈନ କହିଛନ୍ତି ମୁଁ ତାଙ୍କଠାରୁ ୬ ମାସ ଧରି ଅଲଗା ରହୁଛି। ସେ ପିଲା ମୋର ନୁହଁ। ତେବେ ଏସବୁ ବାଦ ବିବାଦ ପରେ ଏହି ଚର୍ଚ୍ଚା ଏବେ ସତ ହୋଇଛି। କାରଣ ନୁସରତଙ୍କୁ ବେବି ବମ୍ପ୍‌ରେ ଦେଖିବାକୁ ମିଳିଛି। ଯେବେଠାରୁ ଚର୍ଚ୍ଚା ହେଲାଣି ସେବେଠାରୁ ନୁସରତ ବାହାରକୁ ଆସିବା ବନ୍ଦ କରିଦେଇଥିଲେ। ମାତ୍ର ଶନିବାର ନୁସରତଙ୍କ ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ନୁସରତ ଗର୍ଭବତୀ ଥିବା ସ୍ପଷ୍ଟ ଦେଖାଯାଇଛି। ଫଟୋରେ ନୁସରତଙ୍କ ସହ ଆଉ ଦୁଇଜଣ ଟଲିଉଡ୍‌ ହିରୋଇନ ସାବନ୍ତୀ ଏବଂ ତନୁଶ୍ରୀ ଚକ୍ରବର୍ତ୍ତୀଙ୍କୁ ଦେଖିବାକୁ ମିଳିଛି।

Share