ନୁସରତ ଶେୟାର କଲେ ଫଟୋ, ପ୍ରଶଂସକଙ୍କ ନଜର ହଟୁନି

ମୁମ୍ବାଇ: ଟିଏମ୍‌ସି ଏମ୍‌ପି ତଥା ଅଭିନେତ୍ରୀ ନୁସରତ ଜାହାଁ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହୁଛନ୍ତି। ଗୋଟିଏ ପରେ ଗୋଟିଏ ଫଟୋ ଶେୟାର କରି ଦର୍ଶକଙ୍କ ହୃଦୟରେ ବସା ବାନ୍ଧୁଛନ୍ତି। ଏବେ ଆଉ କିଛି ଫଟୋ ଶେୟାର କରିଛନ୍ତି ନୁସରତ। ଯେଉଁଥିରୁ କାହା ନଜର ହଟୁନି।

ନୁସରତ ତାଙ୍କ ଇନ୍‌ଷ୍ଟାଗ୍ରାମରେ ନିଜର କିଛି ଲାଟେଷ୍ଟ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। ଫଟୋରେ ନୁସରତ ଶାଢ଼ି ପିନ୍ଧିଥିବା ନଜର ଆସିଛନ୍ତି। ସେ ଲାଇଟ୍‌ ବ୍ଲୁ କଲରର ଏକ ପ୍ରିଣ୍ଟେଡ୍‌ ଶାଢ଼ି ପିନ୍ଧିଛନ୍ତି। କେଶ ମୁକୁଳା କରିଥିବା ବେଳେ ଗୋଲ୍ଡେନ ଇୟରିଂ ପିନ୍ଧିଛନ୍ତି। ଏମିତି ପୋଜ୍‌ରେ ନୁସରତ ଫଟୋ ଉଠାଇଛନ୍ତି ଯାହା ସମସ୍ତଙ୍କ ହୃଦୟ ଜିତି ନେଉଛି। ଅଭିନେତ୍ରୀଙ୍କ ଏହି ଫଟୋ ବେଶ୍‌ ଭାଇରାଲ ହେଉଛି।

Share