ଦେବୀ ଦୁର୍ଗା ସାଜି ଫଟୋଶୁଟ୍‌ କଲେ ଏହି ସୁନ୍ଦରୀ ରାଜନେତ୍ରୀ

ଲୋକସଭା ସଦସ୍ୟା ତଥା ଅଭିନେତ୍ରୀ ନୁସରତ ଜାହାନ କୌଣସି ନା କୌଣସି କଥାକୁ ନେଇ ସବୁ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ସେ କ୍ରମାଗତ ଭାବେ ନିଜର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ତାକୁ ପ୍ରଶଂସକମାନେ ପସନ୍ଦ ମଧ୍ୟ କରିଥାନ୍ତି। ଏବେ ପୁଣିଥରେ ସେ ନିଜ ଫଟୋକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି।
ନିକଟରେ ନୁସରତ ନିଜର କିଛି ଫଟୋ ଏବଂ ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ତେବେ ଖାସ୍‌ କଥା ହେଲା, ଏହି ଫଟୋରେ ସେ ମା’ ଦୁର୍ଗା ସାଜିଥିବା ଦେଖିବାକୁ ମିଳୁଛି। ହାତରେ ତ୍ରିଶୂଳ ଧରି ମା’ ଦୁର୍ଗା ଅବତାରେ ତାଙ୍କୁ ଦେଖିବାକୁ ମିଳୁଛି। ତାଙ୍କର ଏହି ଲୁକ୍‌କୁ ପ୍ରଶଂସକ ପସନ୍ଦ ମଧ୍ୟ କରୁଛନ୍ତି।

Share