ପୁଅର ବାପାଙ୍କ ନାଁ ଖୁଲାସା କଲେ ନୁଶରତ

ଟିଏମସି ଏମ୍‌ପି ତଥା ବଙ୍ଗାଳୀ ଅଭିନେତ୍ରୀ ନୁଶରତ ଜାହାଁ ପ୍ରଥମ ଥର ପାଇଁ ଅଭିନେତା ୟଶ ଦାସଗୁପ୍ତାଙ୍କ ସହ ତାଙ୍କ ସମ୍ପର୍କକୁ ଖୋଲାଖୋଲି ଭାବେ ସ୍ବୀକାର କରିଛନ୍ତି। ସେ ୟଶଙ୍କ ଜନ୍ମଦିନରେ ଖୁଲାସା କରି କହିଛନ୍ତି ତାଙ୍କ ପୁଅର ବାପା ହେଉଛନ୍ତି ୟଶ। ଉଭୟ ସମ୍ପର୍କ ଉପରେ ଥିବା ସନ୍ଦେହକୁ ସମାପ୍ତ କରିବା ସହ ୟଶଙ୍କୁ ସ୍ବାମୀ ବୋଲି କହିଛନ୍ତି ନୁଶରତ।


ୟଶଙ୍କ ଜନ୍ମଦିନ ଉପଲକ୍ଷେ ଆସିଥିବା କେକ୍‌ରେ ଲେଖାଯାଇଥିଲା ଜନ୍ମଦିନର ଶୁଭେଚ୍ଛା ହଜ୍‌ବ୍ୟାଣ୍ଡ୍‌ ଅର୍ଥାତ୍‌ ସ୍ବାମୀ ଏବଂ ଡାଡ୍‌ ଅର୍ଥାତ୍‌ ବାପା। ଉଭୟ ମା’ ଏବଂ ପୁଅ ତରଫରୁ ବାପାଙ୍କୁ ଜନ୍ମଦିନ କେକ୍‌ ଭେଟି ଦିଆଯାଇଥିଲା। ନୁଶରତ ନିଜ ଇନଷ୍ଟାଗ୍ରାମ ଷ୍ଟାଟସରେ ୟଶଙ୍କ ସହ ଏକ ସୁନ୍ଦର ଫଟୋ ମଧ୍ୟ ଶେୟାର କରିଥିଲେ। ପ୍ରଶଂସକଙ୍କୁ ନୁଶରତ କେକ୍‌ ମାଧ୍ୟମରେ ଏହି ବାର୍ତ୍ତା ଦେଇଥିବା ପରି ମନେହୁଏ। ନିକଟରେ ନୁଶରତ ପୁତ୍ର ସନ୍ତାନର ଜନନୀ ହୋଇଥିଲେ। ଏହା ପରଠାରୁ ତାଙ୍କୁ ବାରମ୍ବାର ଶିଶୁର ବାପାଙ୍କ ବିଷୟରେ ପ୍ରଶ୍ନ କରାଯାଉଥିଲା। ନୁଶରତ ପୂର୍ବରୁ ନିଖିଲ ଜୈନଙ୍କ ୁ ବିବାହ କରିଥିଲେ। କିନ୍ତୁ ତାଙ୍କ ବିବାହ ବେଶୀ ଦିନ ତିଷ୍ଠି ନ ଥିଲା। ପରେ ୟଶଙ୍କୁ ଡେଟ୍‌ କରୁଥିଲେ। କିନ୍ତୁ ଉଭୟ ବିବାହ କରିଥିବା କଥା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Share