ରକ୍ତଦାନ କରି ଜଣଙ୍କ ଜୀବନ ବଞ୍ଚାଇଲେ ନର୍ସିଂ ଛାତ୍ର

ଭଞ୍ଜନଗର,୧୫ା୧(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ୨ ଜଣ ନର୍ସିଂ ପ୍ରଶିକ୍ଷଣ ଛାତ୍ର ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଜଣେ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି। ସେମାନେ ହେଲେ ସ୍ଥାନୀୟ ଭଞ୍ଜ କଲେଜ ଅଫ ନର୍ସିଂର ବି ଏସସି ତୃତୀୟ ବର୍ଷ ଛାତ୍ର ଆଦିତ୍ୟ ନାରାୟଣ ପାତ୍ର ଏଂ ଅଭିନାଶ ପଟ୍ଟନାୟକ। ଭଞ୍ଜନଗର ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀ ରକ୍ତ ପାଉ ନ ଥିଲେ । ଛାତ୍ର ଦ୍ୱୟ ଏହା ଜାଣି ରକ୍ତଦାନ ପାଇଁ ଆଗଭର ହୋଇଥିଲେ । ଡାକ୍ତର ଦିଲୀପ କୁମାର ସାହୁ ଏବଂ ଏଆରଟି କାଉନସିଲର ନାରାୟଣ ବେହେରାଙ୍କ ଉପସ୍ଥିତିରେ ଛାତ୍ର ଆଦିତ୍ୟ ଓ ଓ ଅଭିନାଶ ରକ୍ତ ଦାନ କରିଛନ୍ତି। ଉଭୟଙ୍କ ଏପରି ମହତ କାର୍ଯ୍ୟକୁ ମେଡିକାଲ ଅଧୀକ୍ଷକ ସିତାଂଶୁ ଶେଖର ଶତପଥୀ, ନର୍ସିଂ କଲେଜ ସମ୍ପାଦକ ତ୍ରୈଲୋକ୍ୟ ନାଥ ପଣ୍ଡା ଓ ମେଡିକାଲ ପରିଚାଳକ ବିଚିତ୍ର କୁମାର୍‌ ପାଣିଗ୍ରାହୀ ପ୍ରଶଂସା କରିବା ସହ ଯୁବ ପିଢ଼ିଙ୍କୁ ରକ୍ତଦାନ କରିବା ପାଇଁ ପରାମର୍ଶ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଜାତିରେ ବାହା ହେଲା ଝିଅ, ବାପାଙ୍କ ମୃତଦେହ ପାଖ ମାଡ଼ିଲେନି ଗ୍ରାମବାସୀ, ୯ ଘଣ୍ଟା ଯାଏ…

ଜଗନ୍ନାଥ ପ୍ରସାଦ,୧୫ା୧(ବିଭୁ ପ୍ରସାଦ ପଟ୍ଟନାୟକ)- ଝିଅ ଅନ୍ୟ ଜାତିରେ ବାହା ହୋଇଗଲା ବୋଲି ଜାତିପ୍ରଥାକୁ ନେଇ ଜଗନ୍ନାଥପ୍ରସାଦ ବ୍ଲକ ଅଞ୍ଚଳରେ ଦେଖାଦେଇଛି ଏକ ଭିନ୍ନ ଚିତ୍ର।...

ବଡ଼ ଧରଣର ଡକାୟତି ଲାଗି କରିଥିଲେ ଯୋଜନା, ପଣ୍ଡ କରିଦେଲା ଅଡ଼ବା ପୋଲିସ, ୭ ଅପରାଧୀଙ୍କୁ…

ମୋହନା,୧୫ା୧(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ପୋଲିସ ଗୁରୁବାର ମଧ୍ୟାହ୍ନରେ ଅପରାଧୀମାନଙ୍କ ଏକ ବଡଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିଦେଇଛି। ଏଥିରେ ସମ୍ପୃକ୍ତ ୭ଜଣଙ୍କୁ...

ଗଞ୍ଜେଇ ବେପାର କରୁଥିଲେ, ମାଡ଼ିବସିଲା ଆନନ୍ଦପୁର ଅବକାରୀ ବିଭାଗ

ଆନନ୍ଦପୁର,୧୫ା୧(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିଛି। ଘଟଣାରେ...

ପାଣି ପାଇଁ ଘଷିପୁରା ବିଡିଓଙ୍କୁ ଘେରିଲେ ମହିଳା

ଆନନ୍ଦପୁର,୧୫ା୧(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଘଷିପୁରା ବ୍ଲକ୍‌ ଗୋହିରା ପଞ୍ଚାୟତ ଭୋଳନୁଆଗାଁ ହରିଜନ ସାହିରେ ମାଘ ମାସରେ ଜଳ ସଙ୍କଟ ଦେଖାଦେଇଛି। ପାଣି ମୁନ୍ଧେ...

ହୋମଗାର୍ଡ ନିଯୁକ୍ତିରେ ଘୋଟାଲା ଅଭିଯୋଗ: ହାଇକୋର୍ଟଙ୍କ ନୋଟିସ୍

କଟକ,୧୫ା୧: ରାଜ୍ୟର ବିଭିନ୍ନ ଜିଲାରେ ହୋମଗାର୍ଡ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଅନେକ ଜିଲାରୁ ନିଯୁକ୍ତିରେ ଅନିୟମିତତା ଖବର ଆସିବାରେ ଲାଗିଛି। ଏହାରି ମଧ୍ୟରେ ନବରଙ୍ଗପୁର...

ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସହରର ସମସ୍ତ ସ୍କୁଲ, କଲେଜ ବନ୍ଦ

ସୁନ୍ଦରଗଡ଼,୧୫ା୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସହରରେ ଗୁରୁବାର ଘଟିଥିବା ଗୋଷ୍ଠୀ ସଂଘର୍ଷ ପରେ ସ୍ଥିତି ଗମ୍ଭୀର ରହିଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ...

ଭୀଷ୍ମଗିରି କଲେଜ ଜାତୀୟ ସେବା ଶିବିର: ସମାଜକୁ ସେବାର ମହନୀୟତା ସମ୍ପର୍କରେ…

ଦିଗପହଣ୍ଡି,୧୫ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ଜାତୀୟ ସେବା ଶିବିର ୟୁନିଟ ପକ୍ଷରୁ ସହଦେବ ଟିକରପଡ଼ା ଗ୍ରାମରେ...

ଗାଁକୁ ନାହିଁ ରାସ୍ତା: ଖଟିଆରେ ବୁହାହେଲେ ଗର୍ଭବତୀ

କେନ୍ଦୁଝର,୧୫ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଏବେ ମଧ୍ୟ ଅନେକ ଗ୍ରାମ, ସାହିକୁ ସବୁଦିନିଆ ରାସ୍ତା ନାହିଁ। ଫଳରେ ଗ୍ରାମକୁ ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri