ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ: ହସ୍ପିଟାଲ ଆସି ରୋଗୀ ହଟହଟା

ବରଗଡ଼, ୨୬।୯( ପ୍ରେମାନନ୍ଦ ଖମାରୀ): ୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରୁଛନ୍ତି। ବରଗଡ଼ ଜିଲାରେ କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଫଳରେ ଜିଲାରେ ସ୍ବାସ୍ଥ୍ୟସେବା ବ୍ୟାହତ ହୋଇପଡିଛି। ଜିଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ। କେବଳ ପ୍ରସୂତି ବିଭାଗକୁ ଛାଡି ଅନ୍ୟ ସମସ୍ତ ବିଭାଗର ନର୍ସିଂ କର୍ମଚାରୀ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଫଳରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ବାସ୍ଥ୍ୟସେବା ପାଇଁ ଆସୁଥିବା ରୋଗୀମାନଙ୍କୁ ନାହିଁ ନ ଥିବା ହଟହଟାର ସମ୍ମୁଖୀନ ହେବାକୁ ପଡୁଛି। ଦାବି ସମୂହ ପୂରଣ ନ ହେଲେ ଆଗକୁ ସିରିଞ୍ଜ୍‌ ଛାଡ ଆନ୍ଦୋଳନ କରିବାକୁ ନର୍ସିଂ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।

ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାୟ ଶହେ ଜଣ ନର୍ସିଂ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ସେମାନେ ଜିଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗରେ ଅବସ୍ଥାପିତ ରହି ରୋଗୀମାନଙ୍କୁ ସେବା ଯୋଗାଇ ଦେଇଥାନ୍ତି। କିନ୍ତୁ ଗତ ୨ଦିନ ହେଲା ନର୍ସିଂ କର୍ମଚାରୀମାନେ ସେମାନଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି ଅଟଳ ରହିଛନ୍ତି। ଫଳରେ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ଜଟିଳ ହେବାରେ ଲାଗିଛି। ଗୁରୁବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହା ପରିଲକ୍ଷିତ ହୋଇଥିଲା।

ବିଭିନ୍ନ ବିଭାଗରେ ଡାକ୍ତର ଏବଂ ନର୍ସିଂ କର୍ମଚାରୀଙ୍କ ଚୌକି ଖାଲି ପଡିଥିବା ଦେଖିବାକୁ ମିଳିଥିଲା। ଚିକିତ୍ସାଳୟକୁ ଆସୁଥିବା ରୋଗୀମାନଙ୍କୁ ପ୍ରାଥମିକ ଚିକିତ୍ସା ମଧ୍ୟ ମିଳୁ ନ ଥିଲା। ସେମାନଙ୍କୁ ଭିମ୍‌ସାର୍‌, ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିବା ଦେଖିବାକୁ ମିଳିଥିଲା। ବିଷକ୍ରିୟା ଯୋଗୁ ଅସୁସ୍ଥ ହୋଇ ପଡିଥିବା ଜଣେ ରୋଗୀଙ୍କୁ ଧରି ପରିବାର ଲୋକେ ଜିଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି ଥିବାବେଳେ ତାଙ୍କୁ ତୁରନ୍ତ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେହିପରି ଦୁର୍ଘଟଣାରେ ଆହତଙ୍କୁ ଧରି ଲୋକେ ଚିକିତ୍ସା ପାଇଁ ଆସିଥିବାବେଳେ ପ୍ରାଥମିକ ଚିକିତ୍ସା ସୁଦ୍ଧା କରା ନ ଯାଇ ବୁର୍ଲା ନେବାକୁ ଉପସ୍ଥିତ ଡାକ୍ତର କହିଥିବା ଅଭିଯୋଗ ହୋଇଛି।

କେବଳ ଉକ୍ତ ୨ରୋଗୀ ନୁହନ୍ତି, ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯେଉଁ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି ସମସ୍ତଙ୍କ କ୍ଷେତ୍ରରେ ଅନୁରୂପ ସମସ୍ୟା ଉପୁଜୁଥିବା ଯୋଗୁ ଡାକ୍ତରଖାନାରେ ଚାପା ଉତ୍ତେଜନା ଲାଗି ରହିଛି। ସେହିପରି ଜିଲାର ଅନ୍ୟ ଗୋଷ୍ଠୀ ଏବଂ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀମାନେ ଧାରଣାରେ ସାମିଲ ଥିବାରୁ ସେହି ଡାକ୍ତରଖାନା ଗୁଡିକରେ ମଧ୍ୟ ରୋଗୀ ସେବା ବ୍ୟାହତ ହୋଇପଡିଛି। ଫଳରେ ଜନଅସନ୍ତୋଷ ବଢିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri