ସେବା ଦେବାକୁ ଅନିଚ୍ଛୁକ ନର୍ସିଂ ଅଫିସର, ଦେଖାଉଛନ୍ତି ଖରାପ ବ୍ୟବହାର

ନୟାଗଡ଼ ଅଫିସ,୧୫।୧୨: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ, ଶଲ୍ୟ ଓ ମେଡିସିନ ୱାର୍ଡଗୁଡିକରେ ନର୍ସିଂ ଅଫିସରଙ୍କ ଉପତ୍ାତ ବଢ଼ିବାରେ ଲାଗିଥିବା ଅଭିଯୋଗ ହୋଇଆସୁଛି। କେତେଜଣ ନର୍ସିଂ ଅଫିସର ମାଗଣା ସେବା ଯୋଗାଇବାକୁ ଅନିଚ୍ଛୁକ ହେଉଛନ୍ତି। ସ୍ବାସ୍ଥ୍ୟସେବା ମିଳୁନି ବୋଲି ପ୍ରତିବାଦ ଅଥବା ଅଭିଯୋଗ କଲେ ଅନେକ ନର୍ସିଂ ଅଫିସର ଆଚରଣ ଓ ଉଚ୍ଚାରଣରେ ଖରାପ ବ୍ୟବହାର ଦେଖାଉଛନ୍ତି। ତେବେ ହାତଗୁଞ୍ଜା ପାଇଗଲେ ସ୍ବର ନରମି ଯାଇ ଭଦ୍ର ବ୍ୟବହାର ଦେଖିବାକୁ ମିଳୁଛି। ପ୍ରଶ୍ନ ଉଠୁଛି ହାତଗୁଞ୍ଜା ପାଉଥିବା ନର୍ସିଂ ଅଫିସରଙ୍କୁ ଚିହ୍ନଟ କରାଯାଇ କାହିଁକି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉନି। କେତେଜଣ ନର୍ସିଂ ଅଫିସରଙ୍କ ଯୋଗୁ ସବୁ ନର୍ସିଂ ଅଫିସର କାହିଁକି ସମାଲୋଚନା ହେଉଛନ୍ତି।

ଏ ନେଇ ନୟାଗଡ଼ର ପ୍ରମୋଦ ନାୟକ କହିଛନ୍ତି, ମୋର ଜଣେ ସମ୍ପର୍କୀୟ ମେଡିସିନ ୱାର୍ଡରେ ଗତ ସୋମବାର ଭର୍ତ୍ତି ହୋଇଥିଲେ। ଆମ ରୋଗୀଙ୍କୁ ରକ୍ତ ଦିଆଯାଇଥିଲା। ହେଲେ ତାହା ଠିକ୍‌ରେ ପାସ କରୁ ନ ଥିଲା। ମଧ୍ୟାହ୍ନରେ କେବଳ ମେଡିସିନ ୱାର୍ଡରେ ଜଣେ ନର୍ସିଂ ଅଫିସର ଉପସ୍ଥିତ ଥିଲେ। ଘଟଣା ସମ୍ପର୍କରେ କହିବାରୁ ସେବା ତ ଦେଲେ ନାହିଁ ଓଲଟି ବିରକ୍ତ ହୋଇଥିଲେ। ଘଟଣା ସମ୍ପର୍କରେ ସିଡିଏମ୍‌ଓଙ୍କୁ ଅଭିଯୋଗ କରିବାକୁ କହିବାରୁ କିଛି ଫଳ ମିଳିଲା ନାହିଁ। ତେବେ ମୋର ଜଣେ ବନ୍ଧୁ ଫଟୋ ଉଠାଇଥିଲେ। ପରେ ସିଡିଏମ୍‌ଓଙ୍କୁ ଅଭିଯୋଗ କରିବାକୁ ଯାଇଥିଲୁ। ହେଲେ ସାର୍‌ ନ ଥିଲେ। ଏଭଳିସ୍ଥଳେ କିଛି ସିକ୍ୟୁରିଟି ଗାର୍ଡ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଯାଇଥିଲେ। ନିକଟରେ ଥିବା ରୋଗୀ ଭୟଭୀତ ହୋଇ ପଡିଥିଲେ। ସେବା ନ ମଳିବାରୁ ରୋଗୀଙ୍କୁ ଅଟୋ ଯୋଗେ ଅନ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲୁ। ସରକାରୀ ଡାକ୍ତରଖାନାରେ ଏଭଳି ସେବା ମିଳିଲେ ଲୋକେ ଆଉ ଆସିବେ ନାହିଁ। କରଡାର ରୁଷିଆ ପ୍ରଧାନ କୁହନ୍ତି, ମେଡିସିନ୍‌ ୱାର୍ଡ ହେଉ କି ଶିଶୁ ୱାର୍ଡ। କେତେଜଣ ନର୍ସିଂ ଅଫିସର ଖରାପ ବ୍ୟବହାର ଦେଖାଉଛନ୍ତି। ହାତଗୁଞ୍ଜା ପାଇଗଲେ ସେବା ଠିକ୍‌ ଦେଉଛନ୍ତି। ହାତଗୁଞ୍ଜା ନ ଥିଲେ ଚିଡଚିଡ ହେଉଛନ୍ତି। କେତେଜଣ ସମ୍ପର୍କୀୟଙ୍କ ସାଙ୍ଗରେ ଆସି ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ବାସ୍ଥ୍ୟସେବା ପରଖିଛି। ନିଜେ ବି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇ ନର୍ସିଂ ଅଫିସରଙ୍କ ବ୍ୟବହାର ଦେଖିଛି। ପ୍ରତିବାଦ କରିଛି। ବୋଲଗଡ ଅଞ୍ଚଳର ପପୁନା ମହାପାତ୍ର କୁହନ୍ତି, ସ୍ତ୍ରୀଙ୍କ ପିଲା ଜନ୍ମ ଅପରେଶନ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲି। ପେନ୍‌ ବଢ଼ି ଚାଲିଥିବାବେଳେ ଠିକ୍‌ ସେବା ମିଳିଲାନି। ଜଣେ ଗଣମାଧ୍ୟମର ପ୍ରତିନିଧିଙ୍କ ସହଯୋଗରେ ଜିଲା ମୁଖ୍ୟ ଚିକିତ୍ସାଳୟର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଭଲ ସେବା ପାଇବା ପାଇଁ ଅବଗତ କରାଇଲି। ନିକଟରେ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ। କାହିଁକି ସୁପରିଣ୍ଟେଣ୍ଡେଣ୍ଟଙ୍କୁ କହିଲ ବୋଲି କହି ଖରାପ ବ୍ୟବହାର ଦେଖାଇଲେ ନର୍ସିଂ ଅଫିସର। ନିକଟରେ ଅନ୍ୟ କେତେଜଣ ଗର୍ଭବତୀ ମହିଳାଙ୍କୁ ଖରାପ ବ୍ୟବହାର ଦେଖାଇଥିଲେ। ନର୍ସିଂ ଅଫିସର ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ କିପରି ବ୍ୟବହାର ଦେଖାଉଛନ୍ତି ଚିକିତ୍ସାଳୟରେ ଲାଗିଥିବା ସିସିଟିଭି ଫୁଟେଜକୁ ଦେଖିଲେ ପ୍ରମାଣ ଦେବାକୁ ପଡିବ ନାହିଁ। ତେବେ ଅଭିଯୋଗ ନାହିଁ କହି ଚିକିତ୍ସାଳୟ କର୍ତ୍ତୃପକ୍ଷ ଚୁପ ରହୁଛନ୍ତି। ଗଣିଆର ମମତା ପ୍ରଧାନ କୁହନ୍ତି, ଶିଶୁମାନେ ଦେଶର ଭବିଷ୍ୟତ। ହେଲେ ସେମାନଙ୍କୁ ମଧ୍ୟ ଠିକ୍‌ ସେବା ମିଳୁନି। ହାତଗୁଞ୍ଜା ନ ଦେଲେ ନର୍ସିଂ ଅଫିସର ସେବା ଦେବାକୁ ପ୍ରସ୍ତୁତ ହେଉନାହାନ୍ତି। ସେ ସମୟରେ ଅଭିଯୋଗ କଲେ ପୁଣି ହଇରାଣ ହରକତ କରୁଛନ୍ତି। ନର୍ସିଂ ଅଫିସରମାନେ ମାନସିକତାରେ ପରିବର୍ତ୍ତନ ଆଣି କାମ କରିବା ଦରକାର। ଏ ସମ୍ପର୍କରେ ସିଡିଏମ୍‌ଓ ମକରନ୍ଦ ବେଉରାଙ୍କୁ ପଚାରିବାରେ ଭଲ ସେବା ଦେବାକୁ ଓ ଖରାପ ବ୍ୟବହାର କାହାକୁ ନ କରିବାକୁ ମିଟିଂରେ ବାରମ୍ବାର ନର୍ସିଂ ଅଫିସରମାନଙ୍କୁ ତାଗିଦ୍‌ କରାଯାଉଛି। ଏହା ପରେ ଯଦି କିଛି ଅବ୍ୟବସ୍ଥା ହେଉଛି ତେବେ ଘଟଣା କେଉଁ ସମୟରେ ଘଟୁଛି ଓ କେଉଁମାନେ ଖରାପ ବ୍ୟବହାର ଦେଖାଉଛନ୍ତି ସେନେଇ ନିର୍ଦ୍ଦିଷ୍ଟ ଭାବେ ଅଭିଯୋଗ କଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସୁବିଧା ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଚାଷ ଜମିରୁ ମିଳିଲା ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ

ରାୟଗଡ଼ା,୧୬/୨(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡା ଜିଲା ଶେଷଖାଲ ଥାନା ଅନ୍ତର୍ଗତ ବାଇସିଂ ଗ୍ରାମ ନିକଟରେ ଜଣେ ଯୁବକର ମୃତଦେହ ଠାବ କରାଯାଇଛି। ମୃତ ଯୁବକ ଜଣକ ହେଲେ ବାଇସିଂ…

ଆଗକୁ ବାର୍ଷିକ ପରୀକ୍ଷା: ଭଞ୍ଜନଗରରେ ବଢୁଛି ଶବ୍ଦ ପ୍ରଦୂଷଣ, ରୋକିବା ପାଇଁ…

ଭଞ୍ଜନଗର,୧୬ା୨(ବାବୁଲା ପ୍ରଧାନ): ଆସନ୍ତା ୧୮ରୁ ରାଜ୍ୟରେ ଯୁକ୍ତ ୨ ବାର୍ଷିକ ପରୀକ୍ଷା ହେବ। ତାହା ମାର୍ଚ୍ଚ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏଥିସହ ମାଟ୍ରିକ୍‌ ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri