ଡ୍ୟୁଟିରେ ଥିଲେ ନର୍ସ: ଛୁରୀ ଭୁଷି ହତ୍ୟାକଲେ ସ୍ବାମୀ

କଟକ ଅଫିସ,୮।୭- କଟକ ଜିଲା ନିଆଳିରେ ଜଣେ ନର୍ସ ତାଙ୍କର ବୃତ୍ତିଗତ କର୍ତ୍ତବ୍ୟ ପାଳନ କରୁଥିବା ସମୟରେତାଙ୍କୁ ହତ୍ୟା କରାଯାଇଛି। ନର୍ସଙ୍କ ସ୍ବାମୀ ଛୁରୀ ଭୁଷି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନାନୁଯାୟୀ, ନିଆଳି ଅଞ୍ଚଳରେ ଥିବା ମହିଧରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚ୍‌ସି) ଅଧୀନରେ ନର୍ସଜଣଙ୍କ କାର୍ଯ୍ୟ କରୁଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ନର୍ସ ମହୁରା ସ୍କୁଲରେ ଟୀକାକରଣ ଡ୍ୟୁଟିରେ ଥିବାବେଳେ ତାଙ୍କ ସ୍ବାମୀ ସେଠାରେ ପହଞ୍ଚି ତାଙ୍କୁ ଛୁରାମାଡ଼ କରିଥିଲେ। ସେଠାରେ ଉପସ୍ଥିତ ଲୋକମାନେ ଅଭିଯୁକ୍ତ ସ୍ବାମୀଙ୍କୁ କାବୁ କରି ପୋଲିସରେ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗିରଫ କରିଛି। ପୋଲିସ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ସଂପର୍କରେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଥିବା ସୂଚନା ମିଳିଛି।