କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍ଆର୍ଏସ୍) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି।
ଶୌଚାଳୟ କବାଟ ଭିତରୁ ବନ୍ଦ ଥିବାରୁ ଏବଂ କୌଣସି ଉତ୍ତର ନ ମିଳିବାରୁ ପୋଲିସ କବାଟ ଭାଙ୍ଗି ମୃତଦେହ ଜବତ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ରୂପାଲୀ ବର୍ମନ ନାମକ ଏହି ନର୍ସ ବୁଧବାର ରାତି ଡ୍ୟୁଟିରେ ଥିଲେ।
କୋଲକାତା ପୋଲିସର ଡିଡି ହୋମିସାଡ ବିଭାଗ ଏବଂ ଫରେନ୍ସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ଏକ ସ୍ବତନ୍ତ୍ର କମିଟି ଗଠନ କରି ୭ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି।