Categories: ଜାତୀୟ

ନୁପୁର ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିପାରେ ଭାଜପା: ଓୱାଇସି

ନୂଆଦିଲ୍ଲୀ,୧୯ ।୬: ଏଆଇଏମଆଇଏମ ମୁଖ୍ୟ ତଥା ଏମ୍‌ପି ଅସଦୁଦ୍ଦିନ ଓୱାଇସି ପୁଣିଥରେ କେନ୍ଦ୍ର ଶାସିତ ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ ଟାର୍ଗେଟ କରିଛନ୍ତି । ଗୋଟିଏ ପଟେ ନୁପୁର ଶର୍ମା ତ ଅନ୍ୟପଟେ ଅଗ୍ନିପଥ ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ଓୱାଇସି । ସେ କହିଛନ୍ତି ଗୋଟିଏ ପଟେ ନୁପୁର ଶର୍ମାଙ୍କ ଗିରଫ ଓ ଭାରତୀୟ ଆଇନର ପରିସରରେ ରହି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା । ମୁଁ ବିଶ୍ୱାସ କରୁଛି ଯେ ୬-୭ ମାସ ମଧ୍ୟରେ ନୁପୁର ଶର୍ମା ପୁଣି ଆସିବେ ଓ ତାଙ୍କୁ ଜଣେ ବଡ ନେତା ଭାବେ ଉପସ୍ଥାପନ କରାଯିବ । ଏମିତିି ହୋଇପାରେ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି । ସେହିପରି ବୁଲଡୋଜର ଚଳାଇବା ଘଟଣାକୁ ନେଇ ବି କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି ଓୱାଇସି ।

Share