Categories: ଜାତୀୟ

ୟୁପିରେ ପ୍ରଦର୍ଶନକାରୀଙ୍କ ଉପରେ ଲାଗିବ ଗ୍ୟାଙ୍ଗଷ୍ଟର ଆକ୍ଟ. ଜବତ ହେବ ସମ୍ପତି

ଲକ୍ଷ୍ନୌ,୧୧ ।୬: ନୁପୁର ଶର୍ମାଙ୍କ ବୟାନକୁ ନେଇ ଶୁକ୍ରବାର ଉତ୍ତର ପ୍ରଦେଶରେ ନମାଜ ପରେ ପୁଣିଥରେ ହିଂସା ହୋଇଛି । ପ୍ରୟାଗରାଜ, ଶାହାରନପୁର, ମୁରାଦାବାଦ ଭଳି କିଛି ଅଞ୍ଚଳରେ ପ୍ରଦର୍ଶନକାରୀ ପଥର ଫିଙ୍ଗିବା ସହ ସ୍ଥାନେ ସ୍ଥାନେ ନିଆଁ ଲଗାଇ ଦେଇଥିବା ଦେଖାଯାଇଛି । ଏବେ ସରକାରୀ ସମ୍ପତି ନଷ୍ଟ କରିଥିବା ଅଭିଯୋଗରେ ସେହି ପ୍ରଦର୍ଶନକାରୀଙ୍କ ବିରୋଧରେ କଡା ଆକ୍ସନ ନେବାର ବ୍ୟବସ୍ଥା କରାଯାଉଛି । ଯେଉଁମାନେ ପ୍ରଦର୍ଶନ ସମୟରେ ବିଶୃଙ୍ଖଳିତ ଆଚରଣ ଦେଖାଇଛନ୍ତି ସେମାନଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର ଆକ୍ଟ ଲାଗୁ କରାଯିବ । ଏଡିଜି, ଲ ଆଣ୍ଡ ଅର୍ଡର ପ୍ରଶାନ୍ତ କୁମାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଶୁକ୍ରବାର ସନ୍ଧ୍ୟା ୭ଟା ୩୦ ସୁଦ୍ଧା ପଥର ଫିଙ୍ଗା ମାମଲାରେ ୧୦୯ ଜଣଙ୍କୁ ଗିରଫ କରାଯାଇଛି । ଏହା ବ୍ୟତୀତ ଯେଉଁମାନେ ଭଙ୍ଗା ରୁଜା କରୁଥିଲେ ସେମାନଙ୍କୁ ଚିହ୍ନଟ କରାଯାଇଛି ।

Share