୯୦ କୋଟି ଟପିଲା ଟିକାକରଣ ସଂଖ୍ୟା…

ନୂଆଦିଲ୍ଲୀ,୨।୧୦: କରୋନା ମହାମାରୀ ବିରୋଧୀ ଲଢ଼େଇରେ ଦେଶରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଶନିବାର ଦେଶରେ ଟିକାକରଣ ସଂଖ୍ୟା ୯୦ କୋଟି ଟପିଛି। ୨୦୨୧ ଜାନୁୟାରୀ ୧୬ରେ ଦେଶରେ ସାର୍ବଜନୀକ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ଏହା ସହିତ ସେ କହିଛନ୍ତି ଯେ, ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୂର ଶାସ୍ତ୍ରୀ ଜୟ ଯବାନ, ଜୟ କିଷାନ କହିଥିବାବେଳେ ଅଟଳ ବିହାରୀ ବାଜପେୟୀ ଏଥିରେ ଜୟ ବିଜ୍ଞାନ ସଂଯୋଗ କରିଥିଲେ। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଜୟ ଅନୁସନ୍ଧାନ ଯୋଡ଼ିଥିବା ମାଣ୍ଡବ୍ୟ କହିଛନ୍ତି।

Share