ମହାମାରୀରେ ଧନୀକଙ୍କ ସଂଖ୍ୟା ବଢ଼ିଛି, ମଧ୍ୟବିତ୍ତ ଦେଇଛନ୍ତି ଅଧିକ ଟିକସ…

ନୂଆଦିଲ୍ଲୀ, ୧୭।୧ : ଦେଶରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। କରୋନା ମହାମାରୀ ସମୟରେ ଗତ ଏକ ବର୍ଷ ମଧ୍ୟରେ ଦେଶର ୮୪ ପ୍ରତିଶତ ପରିବାର ଜୀବିକା ହରାଇଛନ୍ତି। ସେମାନଙ୍କର ଆୟ କମିବାରେ ଲାଗିଛି।

ତେବେ ଏହି ସମୟ ମଧ୍ୟରେ ଭାରତରେ ଧନୀକଙ୍କ ସଂଖ୍ୟା ୧୦୨ ରୁ ୧୪୨ କୁ ବୃଦ୍ଧି ପାଇଛି। ଦେଶର ୯୮ ଜଣ ଶୀର୍ଷସ୍ତରର ଧନୀକଙ୍କର ସମ୍ପତ୍ତି ପ୍ରାୟ ୪୯.୨୭ ଲକ୍ଷ କୋଟିରେ ପହଞ୍ଚିଛି। ଏହା ନିମ୍ନ ବର୍ଗର ୫୫.୫ କୋଟି ଲୋକଙ୍କ ପାଖରେ ଥିବା ମୋଟ ସମ୍ପତ୍ତି ସହିତ ସମାନ ହୋଇଛି।

ଏନଜିଓ ଅକ୍ସଫାମ ଇଣ୍ଡିଆର ଇନଇକ୍ୱାଲିଟି କିଲ୍ସ (ଅସମାନତା ହତ୍ୟା) ଶୀର୍ଷକ ରିପୋର୍ଟରେ ଏସମ୍ପର୍କରେ ଉଲ୍ଲେଖ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ୨୦୨୧ରେ ଭାରତର ୧୦୦ ଧନୀକଙ୍କ ମୋଟ ସମ୍ପତ୍ତି ୫୭.୩ ଲକ୍ଷ କୋଟିରେ ପହଞ୍ଚିଥିଲା।

ବିଭିନ୍ନ ଅସମାନତା ଯୋଗୁ ପ୍ରତିଦିନ ୨୧ ହଜାର ଲୋକ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ବୋଲି
ଅକ୍ସଫାମର ସିଇଓ ଅମିତାଭ ବେହାର କହିଛନ୍ତି। ଏହି ରିପୋର୍ଟ ଅସମାନତାର କଠୋର ବାସ୍ତବତାକୁ ଦର୍ଶାଉଛି। ଏହି ଭିନ୍ନତା ଯୋଗୁ ପ୍ରତି ଚାରି ସେକେଣ୍ଡରେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ ମୁହଁକୁ ଠେଲିଦେଉଥିବା ସେ କହିଛନ୍ତି।
କରୋନା ମହାମାରୀ ଲିଙ୍ଗଗତ ସମାନତାକୁ ୯୯ ବର୍ଷରୁ ୧୩୫ ବର୍ଷ ପଛକୁ ଠେଲି ଦେଇଛି।

୨୦୨୦ ରେ ମହିଳାମାନଙ୍କର ମୋଟ ରୋଜଗାରରେ ୫୯.୧୧ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି। ୨୦୧୯ ତୁଳନାରେ ବର୍ତ୍ତମାନ ମହିଳା କର୍ମଜୀବୀଙ୍କ ସଂଖ୍ୟା ୧.୩ କୋଟି କମ୍‌ ହୋଇଛି। ସେହିପରି ୪.୬ କୋଟିରୁ ଅଧିକ ଭାରତୀୟ ଅତ୍ୟଧିକ ଦାରିଦ୍ର୍ୟରେ ପହଞ୍ଚିଛନ୍ତି।

ରିପୋର୍ଟ ଅନୁଯାୟୀ, ଭାରତରେ ମହାମାରୀ ସମୟରେ ମାର୍ଚ୍ଚ ୨୦୨୦ରୁ ୩୦ ନଭେମ୍ବର ୨୦୨୧ ମଧ୍ୟରେ କୋଟିପତିଙ୍କ ସମ୍ପତ୍ତି ୨୩.୧୪ ଲକ୍ଷ କୋଟିରୁ ୫୩.୧୬ ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ମିଳିତ ଜାତିସଂଘ ଅନୁଯାୟୀ ଏହି ସଂଖ୍ୟା ପୃଥିବୀରେ ସୃଷ୍ଟି ହୋଇଥିବା ନୂତନ ଗରିବ ଲୋକଙ୍କର ପ୍ରାୟ ଅଧା । ଭାରତରେ ଚତୁରତାର ସହ ପରିଚାଳିତ ଅର୍ଥନୀତିରୁ ବିପର୍ଯ୍ୟସ୍ତ ଅଥନୈତିକ ଅସମାନତା ସୃଷ୍ଟି ହୋଇଛି। ଏହା ଦ୍ୱାରା ଗରିବ ଏବଂ ଅବହେଳିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି।

ଗତ ଚାରି ବର୍ଷ ମଧ୍ୟରେ କର୍ପୋରେଟ ଟିକସର ଅନୁପାତ ହ୍ରାସ ପାଇଥିବା ସମୟରେ ମଧ୍ୟ କେନ୍ଦ୍ର ସରକାରଙ୍କ ରାଜସ୍ବର ଅଂଶ ଭାବରେ ପରୋକ୍ଷ ଟିକସ ବୃଦ୍ଧି ପାଇଛି। ୨୦୨୦-୨୧ର ପ୍ରଥମ ଛଅ ମାସରେ, ପୂର୍ବ ବର୍ଷ ତୁଳନାରେ ଇନ୍ଧନ ଉପରେ ଟିକସ ୩୩ ପ୍ରତିଶତ ବୃଦ୍ଧି କରାଯାଇଥିଲା, ଯାହା କରୋନା ପୂର୍ବ ଅବଧି ତୁଳନାରେ ୭୯ ପ୍ରତିଶତ ଅଧିକ। ଏଥି ସହିତ, ୨୦୧୬ରେ, ଧନୀକ ବ୍ୟକ୍ତିଙ୍କ ସମ୍ପତ୍ତି ଉପରେ ଲାଗୁ ହୋଇଥିବା ସମ୍ପତ୍ତି ଟ୍ୟାକ୍ସ ରଦ୍ଦ ହୋଇଛି।

ନିବେଶକୁ ଆକର୍ଷିତ କରିବା ପାଇଁ ଗତ ବର୍ଷ କର୍ପୋରେଟ ଟିକସ ୩୦ପ୍ରତିଶତରୁ ୨୨ ପ୍ରତିଶତକୁ ହ୍ରାସ ପାଇ ୧.୫ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି। ଏହାଦ୍ୱାରା ଦେଶର ଆର୍ଥିକ ନିଅଣ୍ଟ ବୃଦ୍ଧି ପାଇଛି। ଏହି ଧାରା ସତ୍ୟକୁ ପ୍ରତିଫଳିତ କରେ ଯେ ଗରିବ, ବର୍ଗର ଏବଂ ମଧ୍ୟବିତ୍ତ ମହାମାରୀର ମୁକାବିଲା ବେଳେ ଅଧିକ ଟିକସ ଦେଇଛନ୍ତି। ଯେତେବେଳେ ଧନୀ ଲୋକମାନେ ମହାମାରୀରେ ମଧ୍ୟ ସେମାନଙ୍କର ଅଂଶ ନ ଦେଇ ସେମାନଙ୍କର ସମ୍ପତ୍ତିକୁ ବହୁଗୁଣିତ କରିପାରିଛନ୍ତି।

ସରକାର ଶିକ୍ଷା ଏବଂ ସ୍ବାସ୍ଥ୍ୟ ପାଇଁ ବଜେଟ ହ୍ରାସ କରିଛନ୍ତି: ରିପୋର୍ଟ ଅନୁଯାୟୀ,୨୦୨୧-୨୨ରେ କେନ୍ଦ୍ର ସରକାରଙ୍କ ବଜେଟରେ ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ଆବଣ୍ଟନ ପୂର୍ବ ବର୍ଷ ତୁଳନାରେ ୧୦ ପ୍ରତିଶତ ହ୍ରାସ ପାଇଥିବାବେଳେ ଶିକ୍ଷା ଆବଣ୍ଟିତ ପରିମାଣରେ ପୂର୍ବ ବର୍ଷ ତୁଳନାରେ ୧୦ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଥିଲା ବୋଲି ଅକ୍ସଫାମର ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

ରାୟପୁର-ଭାଇଜାଗ୍‌ କରିଡର: ଓଡ଼ିଶା ସମେତ ୩ ରାଜ୍ୟରେ ଆଣିବ ବିକାଶର ଧାରା

ଭୁବନେଶ୍ୱର,୭ା୧୨: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ନିର୍ମାଣାଧୀନ ୬-ଲେନ୍ ବିଶିଷ୍ଟ ରାୟପୁର–ବିଶାଖାପାଟଣା ଅର୍ଥନୈତିକ କରିଡର ଆଗାମୀ ଦିନରେ ଓଡ଼ିଶା ସମେତ ତିନୋଟି...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri