ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଲା…

ନୂଆଦିଲ୍ଲୀ, ୧୩।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତି ଦିନ ବଢ଼ିବାରେ ଲାଗିଛି।

ଗତ ୨୪ ଘଣ୍ଟାରେ ୬୨୦ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ବୃଦ୍ଧି ପାଇଛି।

ଇତିମଧ୍ୟରେ ଦେଶର ୨୮ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପି ୫,୪୮୮ ଛୁଇଁଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୬୭ ରହିଛି।

ରାଜସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ୭୯୨ ରେ ପହଞ୍ଚିଛି। ଦିଲ୍ଲୀରେ ୫୪୯, କେରଳରେ ୪୮୬, କର୍ନାଟକରେ ୪୭୯, ପଶ୍ଚିମବଙ୍ଗରେ ୨୯୪, ଉତ୍ତରପ୍ରଦେଶରେ ୨୭୫, ତେଲେଙ୍ଗାନାରେ ୨୬୦, ଗୁଜରାଟରେ ୨୩୬, ତାମିଲନାଡୁରେ ୧୮୫, ଓଡ଼ିଶାରେ ୧୬୯, ହରିୟାଣାରେ ୧୬୨, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆନ୍ଧ୍ରପ୍ରଦେଶରେ ୬୧, ମେଘାଳୟ ୩୧, ପଞ୍ଜାବରେ ୨୭, ବିହାରରେ ୨୭, ଜମ୍ମୁ-କଶ୍ମୀରରେ ୨୩, ଗୋଆରେ ୨୧, ମଧ୍ୟପ୍ରଦେଶରେ ୧୦, ଆସାମରେ ୯, ଉତ୍ତରାଖଣ୍ଡରେ ୮, ଛତିଶଗଡ଼ରେ ୫, ଚଣ୍ଡିଗଡ଼ରେ ୩, ଆଣ୍ଡାମାନ ନିକୋବରରେ ୩, ପୁଡୁଚେରୀରେ ୨, ଲଦାଖରେ ୨ ,ହିମାଚଳପ୍ରଦେଶରେ ୧ ଏବଂ ମଣିପୁରରେ ୧ ଜଣଙ୍କୁ ଚିହ୍ନଟ କରାଯାଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

୨,୧୬୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୩,୩୨୬ ଜଣ ଚିକିତ୍ସିତ ହେଉଛନ୍ତି।

ସୁରକ୍ଷା ଦୃଷ୍ଟିରୁ କେତେକ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ଲୋକେ ଘରେ ବନ୍ଦ ରହିବାକୁ ବାଧ୍ୟ ହେଉଛନ୍ତି।

Share