Categories: ଖେଳ

ପଦକ ସଂଖ୍ୟା ୪୩ ଛୁଇଁଲା,ସ୍ବର୍ଣ୍ଣ ୧୫-ରୌପ୍ୟ ୧୧-ବ୍ରୋଞ୍ଜ ୧୭…

ବର୍ମିଂହାମ୍‌, ୭।୮ : ବର୍ମିଂହାମରେ ଖେଳାଯାଉଥିବା ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଖେଳାଳିମାନେ ନିଜର ଦୃଢ଼ ପ୍ରଦର୍ଶନ ଜାରି ରଖିଛନ୍ତି। ଭାରତର ପଦକ ସଂଖ୍ୟା ଇତିମଧ୍ୟରେ ଦଶମ ଦିନ ସୁଦ୍ଧା ୪୩ରେ ପହଞ୍ଚିଛି। ସେଥିମଧ୍ୟରେ ୧୫ ସ୍ବର୍ଣ୍ଣ, ୧୧ ରୌପ୍ୟ ଏବଂ ୧୭ ବ୍ରୋଞ୍ଜ୍‌ ପଦକ ରହିଛି।

୧୫ ସ୍ବର୍ଣ୍ଣ ପଦକ ଜିତିଥିବା ଖେଳାଳିମାନେ ହେଉଛନ୍ତି ମିରାବାଇ ଚାନୁ, ଜେରେମି ଲାଲରିନୁଙ୍ଗା, ଅଚିଂତା ଶେଓଲି, ମହିଳା ଲନ ବଲ ଟିମ, ଟେବୁଲ ଟେନିସ ପୁରୁଷ ଦଳ, ସୁଧୀର (ପାୱାର୍‌ ଲିଫ୍ଟିଙ୍ଗ), ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ, ଦୀପକ ପୁନିଆ, ରବି ଦହିଆ, ଓ୍ବିନେଶ ଫୋଗାଟ, ନବୀନ, ଭାଓ୍ବିନା (ପାରା ଟେବୁଲ ଟେନିସ) ), ନୀତୁ ଘଙ୍ଗାସ, ଅମିତ ପଙ୍ଘାଲ ପ୍ରମୁଖ।

ସେହିପରି ୧୧ ରୌପ୍ୟ ପଦକ ହାସଲ କରିଥିବା ଖେଳାଳିମାନେ ହେଉଛନ୍ତି ସଙ୍କେତ ସରଗର, ବିନ୍ଦଆରାନି ଦେବୀ, ସୁଶୀଲା ଦେବୀ, ବିକାଶ ଠାକୁର, ଭାରତୀୟ ବ୍ୟାଡମିଣ୍ଟନ ଦଳ, ତୁଲିକା ମାନ, ମୂରଲୀ ଶ୍ରୀଶଙ୍କର, ଅଶୁଂ ମଲିକ, ପ୍ରିୟଙ୍କା, ଅବିନାଶ ସାବଲେ, ପୁରୁଷ ଲନ ବଲ ଟିମ ।

ଅପରପକ୍ଷରେ ୧୭ ବ୍ରୋଞ୍ଜ ପଦକ ଜିତିଥିବା ଖେଳାଳିମାନେ ହେଉଛନ୍ତି ଗୁରୁରାଜ ପୂଜାରୀ, ବିଜୟ କୁମାର ଯାଦବ, ହରଜିନ୍ଦର କୌର, ଲଭପ୍ରୀତ ସିଂ, ସୌରଭ ଘୋଷାଲ, ଗୁରୁଦୀପ ସିଂ, ତେଜସ୍ବିନ ଶଙ୍କର, ଦିବ୍ୟା କାକରନ, ମୋହିତ ଗ୍ରଓ୍ବୋଲ, ଜସ୍ମିନ, ପୂଜା ଗେହଲୋଟ, ପୂଜା ସିହାଗ, ମହମ୍ମଦ ହୁସାମୁଦ୍ଦିନ, ଦୀପକ ନେହେରା, ରୋହିତ ଟୋକସ ଏବଂ ଭାରତୀୟ ମହିଳା ହକି ଦଳ।

ରାଜ୍ୟ ଗୋଷ୍ଠୀ କ୍ରୀଡ଼ାର ଦଶମ ଦିନରେ ବକ୍ସିଂରେ ଭାରତ ୨ଟି ସ୍ବର୍ଣ୍ଣ ପଦକ ଜିତିଛି। ଅନ୍ତିମ ମ୍ୟାଚରେ ଭାରତୀୟ ବକ୍ସର ନୀତୁ ଘଙ୍ଗାସ ଇଂଲଣ୍ଡର ବକ୍ସରଙ୍କୁ ପରାସ୍ତ କରିଛନ୍ତି। ନୀତୁ ୪୮ କିଲୋଗ୍ରାମ ବର୍ଗରେ ୫-୦ ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଭାରତୀୟ ବକ୍ସର ଅମିତ ପାଙ୍ଗଲ ୪୮-୫୧ କିଲୋଗ୍ରାମ ଓଜନ ବର୍ଗର ଫ୍ଲାଇଟ ଓଜନ ମ୍ୟାଚର ଫାଇନାଲରେ ଜିତିଛନ୍ତି । ଅନ୍ତିମ ମ୍ୟାଚରେ ଅମିତ ଇଂଲଣ୍ଡର ମ୍ୟାକଡୋନାଲ୍ଡଙ୍କୁ ୫-୦ରେ ପରାସ୍ତ କରିଛନ୍ତି।

Share