Categories: ଜାତୀୟ

ବଢୁଛି ଶହୀଦ୍‌ ଯବାନଙ୍କ ସଂଖ୍ୟା: ୨୨ ମୃତଦେହ ଉଦ୍ଧାର, ଏବେ ବି କେତେକ ନିଖୋଜ

ବିଜାପୁର,୪।୪: ଛତିଶଗଡ଼ର ବିଜାପୁରରେ ଶନିବାର ମିଳିତ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଇତିମଧ୍ୟରେ ଶହୀଦ୍‌ ହୋଇଥିବା ୨୨ ଜଣ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେହିପରି ଏବେ ବି କେତେକ ଯବାନ ନିଖୋଜ ଥିବା ଜଣାପଡ଼ିଛି। ମାଓବାଦୀମାନେ ଦେଶୀ ରକେଟ ଲଞ୍ଚର ବ୍ୟବହାର କରିବା ସହିତ ଏଲ୍‌ଏମ୍‌ଜିରୁ ମିଳିତ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ବର୍ଷା କରିଥିଲେ। ଏହା ସହିତ ଧାରୁଆ ଅସ୍ତ୍ରରେ ମଧ୍ୟ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଡିଜି ଡି.ଏମ୍‌ ଅଓ୍ବସ୍ତି ରବିବାର ସୂଚନା ଦେଇଛନ୍ତି। ଆହତ ହୋଇଥିବା ୩୨ ଯବାନଙ୍କ ମଧ୍ୟରୁ ୨୫ ଜଣଙ୍କ ଚିକିତ୍ସା ବିଜାପୁର ହସ୍ପିଟାଲରେ ଜାରି ରହିଛି। ୭ ଜଣ ଯବାନଙ୍କୁ ରାୟପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Share