Categories: ଜାତୀୟ

ଦେଶରେ ବଢ଼ିଛି ଚିତାବାଘ ସଂଖ୍ୟା: ଟୁଇଟ୍‌ କରି ମୋଦି ଦେଲେ ସୂଚନା

ନୂଆଦିଲ୍ଲୀ,୨୨।୧୨: ଦେଶରେ ଚିତାବାଘଙ୍କ ସଂଖ୍ୟା ବଢ଼ିଛି। ଏନେଇ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସରକାରଙ୍କ ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନ ଯୋଗୁ ଏହା ସମ୍ଭବ ହୋଇପାରିଥିବା ମୋଦି କହିଛନ୍ତି। ୨୦୧୮ରେ ଭାରତରେ ଚିତାବାଘଙ୍କ ସ୍ଥିତି ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ,ଚିତାବାଘଙ୍କ ସଂଖ୍ୟାରେ ୨୦୧୪ ତୁଳନାରେ ୬୦ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୪ରେ ଏହି ସଂଖ୍ୟା ୭,୯୧୦ଥିଲା। ସମ୍ପ୍ରତି ଦେଶରେ ଚିତାବାଘଙ୍କ ସଂଖ୍ୟା ୧୨,୮୫୨ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ବନ୍ୟ ପ୍ରାଣୀଙ୍କ ସଂଖ୍ୟା ବଢ଼ାଇବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ମୋଦି ପ୍ରଶଂସା କରିଛନ୍ତି। ଚିତାବାଘଙ୍କ ମଧ୍ୟରେ ୫,୨୪୦ ବୟସ୍କ ବାଘ ରହିଛନ୍ତି। ସର୍ବାଧିକ ୩,୪୨୧ ଚିତାବାଘ ମଧ୍ୟପ୍ରଦେଶରେ ରହିଛନ୍ତି। କର୍ନାଟକରେ ୧,୭୮୩ ଏବଂ ମହାରାଷ୍ଟ୍ରରେ ୧,୬୯୦ ଚିତାବାଘ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏହି ରିପୋର୍ଟକୁ କେନ୍ଦ୍ରୀୟ ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭେଡ଼କର ଲୋକାର୍ପିତ କରିଛନ୍ତି।

Share