ଆମେରିକା ସିନେଟରେ ବୃଦ୍ଧି ପାଇଲା ଭାରତୀୟଙ୍କ ପତିଆରା, ସାମୋସା କୋକସ ସଦସ୍ୟ ସଂଖ୍ୟା ବଢ଼ିଲା…

ଓ୍ବାଶିଂଟନ,୧୨।୧ : ଭାରତୀୟ ଆମେରିକୀୟ ସାଂସଦମାନଙ୍କର ଏକ ଅନୌପଚାରିକ ଗୋଷ୍ଠୀ ଅଛି ଯାହା ସାମୋସା କୋକସ ନାମରେ ପରିଚିତ। ଆମେରିକାରେ ଭାରତୀୟ ମୂଳ ଲୋକମାନଙ୍କର ବଢୁଥିବା ପ୍ରଭାବ ଯୋଗୁ ଏହି ସାମୋସା କୋକସ କ୍ରମାଗତ ଭାବରେ ବିସ୍ତାର ହେଉଛି। ସାମୋସା କୋକସ ହେଉଛି ଆମେରିକାର ସିନେଟକୁ ନିର୍ବାଚିତ ହୋଇଥିବା ଗଣତାନ୍ତ୍ରିକ ସାଂସଦମାନଙ୍କର ଏକ ଗୋଷ୍ଠୀ।

ବର୍ତ୍ତମାନ ଶ୍ରୀ ଥାନେଦର ନାମକ ଜଣେ ଉଦ୍ୟୋଗୀ ରାଜନେତା ଏଥିରେ ଏକ ନୂତନ ଭାବେ ପ୍ରବେଶ କରିଛନ୍ତି। ଗତ ବର୍ଷ ଶେଷରେ ଆମେରିକାରେ ମଧ୍ୟବର୍ତ୍ତୀ ନିର୍ବାଚନରେ ଜିତିବା ପରେ ଶ୍ରୀ ଥାନେଦର ଆମେରିକାର ପ୍ରତିନିଧିସଭାର ସଦସ୍ୟ ହୋଇଥିଲେ। ଏହି ସାମୋସା କୋକସରେ ଡୋମୋକ୍ରାଟିକ ସାଂସଦ ଡକ୍ଟର ଆମି ବେରା, ପ୍ରମିଳା ଜୟପାଲ, ରୋ ଖାନ୍ନା ଏବଂ ରାଜା କୃଷ୍ଣମୂର୍ତ୍ତି ସାମିଲ ଅଛନ୍ତି। ସାମୋସା କୋକସ ସଦସ୍ୟ ସଂଖ୍ୟା ବଢ଼ିବା ସହିତ ଆମେରିକାରେ ଭାରତୀୟଙ୍କ ପତିଆରା ବଢ଼ିବାରେ ଲାଗିଛି।

ଅନେକ ଭାରତୀୟ ମୂଳ ବ୍ୟକ୍ତି ମାଇକ୍ରୋସଫ୍ଟ, ଗୁଗୁଲ, ଆଇଏମ୍ବି, ମାଷ୍ଟରକାର୍ଡ ପରି ବଡ କମ୍ପାନୀରେ ସିଇଓ ପଦବୀରେ ରହିଛନ୍ତି।

Share