ନେପାଳରେ ହିନ୍ଦୁଙ୍କ ସଂଖ୍ୟା କମିଲା…

କାଠମାଣ୍ଠୁ,୫।୬ : ଗତ ଦଶନ୍ଧିରେ ନେପାଳରେ ହିନ୍ଦୁ ଏବଂ ବୌଦ୍ଧଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବାବେଳେ ମୁସଲମାନ ଏବଂ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ବୃଦ୍ଧି ପାଇଛି। କେନ୍ଦ୍ରୀୟ ପରିସଂଖ୍ୟାନ ବ୍ୟୁରୋ ସ୍ବାରା ପ୍ରକାଶିତ ଜନଗଣନା -୨୦୨୧ ରିପୋର୍ଟ ଅନୁଯାୟୀ ନେପାଳର ଅଧିକାଂଶ ହିନ୍ଦୁ ସମୁଦାୟ ଜନସଂଖ୍ୟାର ୮୧.୧୯ ପ୍ରତିଶତ। ଦେଶରେ ୨,୩୬,୭୭,୭୪ ହିନ୍ଦୁ ଅଛନ୍ତି। ୨୩,୯୪,୫୪୯ ଜନସଂଖ୍ୟା ସହିତ ସମୁଦାୟ ଜନସଂଖ୍ୟାର ୮.୨ ପ୍ରତିଶତ ହିସାବରେ ବୌଦ୍ଧମାନେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଦେଶରେ ୧୪,୮୩,୦୬୦ ମୁସଲମାନ ଅଛନ୍ତି। ଯାହା ମୋଟ ଜନସଂଖ୍ୟାରେ ଅଂଶ ୫.୦୯ ପ୍ରତିଶତ ରହିଛି।

ରିପୋର୍ଟରେ ଦର୍ଶାଯାଇଛି ଗତ ଦଶନ୍ଧିରେ ହିନ୍ଦୁ ଜନସଂଖ୍ୟାରେ ୦.୧୧ ପ୍ରତିଶତ ଏବଂ ବୌଦ୍ଧଙ୍କ ଜନସଂଖ୍ୟାରେ ୦.୭୯ ପ୍ରତିଶତ ହ୍ରାସ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ମୁସଲମାନ, କିରାଟ ଏବଂ ଖ୍ରୀଷ୍ଟିଆନଙ୍କ ଜନସଂଖ୍ୟା ଯଥାକ୍ରମେ ୦.୬୯, ୦.୧୭ ଏବଂ ୦.୩୬ ପ୍ରତିଶତ ବୃଦ୍ଧି ପାଇଛି।
ନେପାଳରେ ପ୍ରତି ୧୦ ବର୍ଷରେ ଜନଗଣନା ଅନୁଷ୍ଠିତ ହୁଏ, କିନ୍ତୁ କରୋନା ମହାମାରୀ କାରଣରୁ ଏହା ବିଳମ୍ବ ହୋଇଥିଲା।

Share