ନୟାଗଡ଼ରେ ବଢୁନି ଶିଶୁକନ୍ୟାଙ୍କ ସଂଖ୍ୟା

ନୟାଗଡ଼ ଅଫିସ,୨୯।୬(ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ଶିଶୁକନ୍ୟାଙ୍କ ସଂଖ୍ୟା ବଢ଼ୁନି । ୨୦୨୦ ସର୍ଭେକୁ ଅନୁଧ୍ୟାନ କଲେ ନୟାଗଡ଼ ଜିଲା ପୁଣି ରାଜ୍ୟରେ ୧ ନଂ. କୁ ଆସିଛି । ରାଜ୍ୟରେ ୧୦୦୦ ପୁଅରେ ୯୩୧ ଝିଅ ଜନ୍ମ ହୋଇଥିବାବେଳେ ନୟାଗଡ଼ରେ ୮୧୧ ଜନ୍ମ ହୋଇଛନ୍ତି । ଗତ ପ୍ରାୟ ୩ ବର୍ଷ ଭିତରେ ନୟାଗଡ଼, ଭାଡିକିଳା, ଓଡ଼ଗଁା ଓ ଗଣିଆ ପରି ଅଞ୍ଚଳରେ ଭ୍ରୁଣ ହତ୍ୟା ପରି ଖବର ପୁଣି ଜିଲାକୁ ବଦନାମ କରିଥିଲା । ଏଣୁ ନୟାଗଡ଼ ଜିଲାରେ ଭ୍ରୁଣହତ୍ୟା ଚାଲୁ ରହିଛି ବୋଲି ଅଭିଯୋଗ ହୋଇ ଆସୁଛି। ହେଲେ ସରକାରୀସ୍ତରରେ ଏହାକୁ ମାନିବାକୁ ସମସ୍ତେ ନାରାଜ ।
୨୦୧୫ରୁ ନୟାଗଡ଼ ଜିଲାରେ ବେଟି ବଚାଅ ବେଢ଼ି ପଢ଼ାଅ କାର୍ଯ୍ୟକ୍ରମ ଚାଲୁ ରହିଛି । ପୁଣି ପିସିପିଏନଡିଟି ଆଇନକୁ କଡାକଡ଼ି ପାଳନ କରିବାକୁ ଟ୍ୟାକ୍ସଫୋର୍ସ ରହିଛି । ସବୁ ସତ୍ତ୍ୱେ କାହିଁକି କନ୍ୟାଙ୍କ ସଂଖ୍ୟା କମି ଚାଲିଛି କେହି ଗୁରୁତ୍ୱ ଦେଉ ନାହାନ୍ତି । କନ୍ୟା ସଂଖ୍ୟା ନ ବଢ଼ିବା ଛୋଟିଆ ଘଟଣା ନୁହଁ ା ହେଲେ ଏ ଦିଗରେ କେହି ଗୁରୁତ୍ୱ ଦେଉ ନ ଥିବାରୁ ଜିଲା ପଛୁଆ ହୋଇ ଚାଲିଛି । ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ କରିବା ଏବଂ ଟେକ୍ନୋଲୋଜିର ଅପବ୍ୟବହାର କରିବା ଦ୍ୱାରା ଲିଙ୍ଗ ଅନୁପାତ ହ୍ରାସ ହେବା, ସାମାଜିକ ବ୍ୟବସ୍ଥାକୁ ବିକୃତ କରିବା ପରି କାରଣ ଦିନକୁ ଦିନ ବଢ଼ି ଚାଲିଛି । ଏଣୁ ରାଜ୍ୟ ପରାମର୍ଶଦାତା କମିଟି ସୁପାରିସ କ୍ରମେ ସୂଚନାଦାତା ପ୍ରୋତ୍ସାହନ ଯୋଜନା ଲାଗୁ କରାଯାଇଛି ା ଏ ଯୋଜନାରେ କେଉଁଠି ଭ୍ରୁଣ ହତ୍ୟା ହେଉଛି ବା କରାଯିବାକୁ ଯୋଜନା କରାଯାଉଛି ସେନେଇ ସୂଚନା ଦେଲେ ସୂଚନାଦାତା ପ୍ରୋତ୍ସାହନ ରାଶି ପାଇବାର ରହିଛି । ସୂଚନାଦାତାଙ୍କ ବିବରଣୀ ଗୁପ୍ତ ରଖାଯିବ ା ଖବର ସତ୍ୟାସତ୍ୟ ହେଲେ ସୂଚନାଦାତାଙ୍କୁ ୨୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ତିନୋଟି କିସ୍ତିରେ ଦେବା ପାଇଁ ସରକାରଙ୍କ ତରଫରୁୁ ବ୍ୟବସ୍ଥା କରାଯାଇଛି ା ନୟାଗଡ଼ ଜିଲାରେ ଏ ସମ୍ପର୍କରେ ଅଭିଯୋଗ ପାଇଁ ଜିଲା ମୁଖ୍ୟ ଚିକିସତ୍ା ଅଧିକାରୀ ମକରନ୍ଦ ବେଉରାଙ୍କ ମୋବାଇଲ ନମ୍ବର ୯୪୩୯୯୯୧୪୯୯ରେ ସୂଚନାଦାତା ସୂଚନା ଦେଇପାରିବେ ା ତେବେ ସୂଚନାଦାତା ପ୍ରୋତ୍ସାହନ ଯୋଜନା କ’ଣ ଏନେଇ ଜିଲାବାସୀ ଅବଗତ ନୁହନ୍ତି । ସ୍ବାସ୍ଥ୍ୟ ବିଭାଗ ଅଥବା ଜିଲା ପ୍ରଶାସନ ପକ୍ଷରୁ ଏନେଇ ସଚେତନତା ସୃଷ୍ଟି କରାଯାଉ ନ ଥିବାରୁ ଏପରି ଯୋଜନାରେ କେହି ସୂଚନା ଦେବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି ବୋଲି ଅଭିଯୋଗ ହୋଇଛି ା