Categories: ଜାତୀୟ

ଗାଈ-ଛେଳି-ମେଣ୍ଢାଙ୍କ ସଂଖ୍ୟା ଗଣନା ହେଉଛି, ମଣିଷଙ୍କର କାହିଁକି ହୋଇ ପାରିବ ନାହିଁ: ମୋଦିଙ୍କୁ ଭାଜପା ଏମପିଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୫।୧୦ : ବିହାରରେ ଜାତିଗତ ଜନଗଣନା ରିପୋର୍ଟ ପ୍ରକାଶ ପାଇବା ପରେ ରାଜନୀତି ଏବେ ଜୋର ଧରିଛି। ଉନ୍ନାଓରେ ପହଞ୍ଚିଥିବା ଭାଜପା ଏମପି ମୁକେଶ ରାଜପୁତ ଜାତିଗତ ଜନଗଣନାକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି କେବଳ ଉତ୍ତରପ୍ରଦେଶ ନୁହେଁ ସମଗ୍ର ଦେଶରେ ପଛୁଆ ସମ୍ପ୍ରଦାୟର ଜନସଂଖ୍ୟା ଅତି କମରେ ୫୫ ପ୍ରତିଶତରୁ ଅଧିକ। ମୁଁ ବ୍ୟକ୍ତିଗତ ଭାବେ ବିଶ୍ୱାସ କରେ ଏହାର ଜନଗଣନା କରାଯିବା ଉଚିତ।

ଦେଶରେ ସମସ୍ତ ଜାତିର ଜନଗଣନା କରାଯିବା ଆବଶ୍ୟକ। କାରଣ ଯେତେବେଳେ ଦେଶରେ ଗାଈ, ମଇଁଷ ଛେଳି, ମେଣ୍ଢା,ବାଘ ଏବଂ ଓଟଙ୍କ ସଂଖ୍ୟା ଗଣନା କରାଯାଉଛି ଏପରିସ୍ଥଳେ, ମଣିଷଙ୍କର ଜାତିଗତ ଜନଗଣନା କାହିଁକି ହେବ ନାହିଁ। ମୁଁ ଚାହୁଁଛି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତ ସରକାର ଏହା କରିବା ଉଚିତ। ଫାରୁଖବାଦରୁ ଭାଜପା ଏମପି ଥିବା ମୁକେଶ ରାଜପୁତ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ କଲ୍ୟାଣ ସିଂଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଉନ୍ନାଓ ଆସି ଏଭଳି ପ୍ରଶ୍ନ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କରିଛନ୍ତି।

Share