ଅଲମ୍ପିକ୍‌ କ୍ରୀଡ଼ା ଗ୍ରାମରେ ବଢୁଛି କରୋନା ପଜିଟିଭ୍‌ଙ୍କ ସଂଖ୍ୟା…

ଟୋକିଓ,୧୮।୭: ଜାପାନର ଟୋକିଆ ଅଲମ୍ପିକ୍‌ର କ୍ରୀଡ଼ା ଗ୍ରାମରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି। ଜୁଲାଇ ୨୩ରୁ ଟୋକିଓରେ ୨୦୨୦ ଅଲମ୍ପିକ୍‌ ହେବାକୁ ଯାଉଛି। ଏହା ପୂର୍ବରୁ ସ୍ଥାନୀୟ କ୍ରୀଡ଼ା ଗ୍ରାମରେ ଲଗାତାର ୨ ଦିନରେ ୩ ଜଣଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ଆୟୋଜକଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅଲମ୍ପିକ୍‌ରେ ଯୋଗଦେବାକୁ ଆସିଥିବା ୩ ଜଣ ଖେଳାଳିଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଛି। ସେମାନଙ୍କ ମଧ୍ୟରୁ ୨ ଜଣ କ୍ରୀଡ଼ା ଗ୍ରାମରେ ରହୁଥିଲେ। ଅନ୍ୟ ଜଣେ ବାହାରେ ଥିଲେ। କ୍ରୀଡ଼ା ଗ୍ରାମରେ ଥିବା କରୋନା ପଜିଟିଭ୍‌ ଖେଳାଳିଙ୍କୁ ବାହାର କରି ଦିଆଯାଇଛି। ସେମାନଙ୍କୁ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି।

Share