ନେପାଳରେ ବଢୁଛି ଚାଇନା ଅପରାଧୀଙ୍କ ସଂଖ୍ୟା, ସର୍ବାଧିକ ୨୭ ଜଣ ଭାରତୀୟ ଗିରଫ…

କାଠମାଣ୍ଡୁ,୧୧।୩ : ନେପାଳରେ ଅପରାଧ ସହ ଜଡିତ ଚାଇନା ନାଗରିକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ବର୍ତ୍ତମାନର ସବୁଠାରୁ ଚର୍ଚ୍ଚିତ ଘଟଣା ହେଉଛି ୟାଙ୍ଗ ଲିମ୍ପିଙ୍ଗ ନାମକ ଜଣେ ୪୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଘଟଣା। ତାଙ୍କୁ ଫେବୃଆରୀ ୨୫ ରେ ବଙ୍ଗାମାତିରୁ ଲଲିତପୁର ପୋଲିସ ଦ୍ୱାରା ଗିରଫ କରାଯାଇଥିଲା। ୟାଙ୍ଗ ଚାଇନାର ଫୁଜିଆନ ପ୍ରଦେଶରେ ଅବସ୍ଥିତ ଜିଆମେନର ବାସିନ୍ଦା। ୧୩, ୧୪ ଏବଂ ୧୭ ବର୍ଷର ତିନି ନାବାଳିକାଙ୍କୁ ବନ୍ଦୀ କରି ରଖିବା ସହ ଯୌନ ଶୋଷଣ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

ୟାଙ୍ଗ ଲଲିତପୁରର ବଙ୍ଗାମାିତିରେ ଏକ ଭଡା ଘରେ ରହୁଥିଲେ। ପୋଲିସର ସୂଚନାନୁସାରେ, ନେପାଳରେ ବାସ କରୁଥିବା ଚାଇନା ନାଗରିକମାନଙ୍କ ଦ୍ୱାରା ଏଭଳି ବହୁ ଅପରାଧ ହେବାରେ ଲାଗିଛି। ଏହାପୂର୍ବରୁ ଗତ ଡିସେମ୍ବର ମାସରେ ନେପାଳ ପୋଲିସର ମାନବ ଚାଲାଣ ବିରୋଧୀ ସ୍କ୍ବାଡ ୨ ଚାଇନା ନାଗରିକଙ୍କୁ ଗିରଫ କରିଥିଲା। ସେଥିମଧ୍ୟରୁ ୩୦ବର୍ଷିୟ ଚେନ ୟାଙ୍ଗ ଚାଇନାର ସିଚୁଆନ ପ୍ରଦେଶର ବାସିନ୍ଦା ଏବଂ ୩୩ ବର୍ଷିୟ ରୁଆନ ଚାଓହୋଙ୍ଗ ଫୁଜିଆନ ପ୍ରଦେଶର। ଉଭୟଙ୍କୁ ତ୍ରିଭୁବନ ବିମାନବନ୍ଦରରେ ଗିରଫ କରାଯାଇଥିଲା। ଦୁହେଁ ଗୁପ୍ତରେ ତିନି ନେପାଳୀ ମହିଳାଙ୍କୁ ଲାଓସର ଏକ କଲ ସେଣ୍ଟରରେ କାମ କରିବାକୁ ନେଉଥିଲେ।

କାଠମାଣ୍ଡୁ ପୋଷ୍ଟ ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ନେପାଳରେ ଅପରାଧ କରୁଥିବା ବହୁ ବିଦେଶୀଙ୍କୁ ଧରାଯାଉଛି। ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବାରୁ ଚଳିତ ଆର୍ଥିକ ବର୍ଷରେ ୯୨ଜଣ ବିଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି। ଏହି ନାଗରିକମାନେ ୨୦ଟି ଦେଶରୁ ଏଠାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ସର୍ବାଧିକ ୨୭ ଜଣ ଭାରତୀୟ। ଅପରପକ୍ଷରେ ୨୨ ଚାଇନା ନାଗରିକଙ୍କୁ ଗିରଫ କରାଯାଇଛି। ପୋଲିସ ଅଧିକାରୀମାନେ କାଠମାଣ୍ଡୁ ପୋଷ୍ଟକୁ କହିଛନ୍ତି ଯେ ଏହି ଅପରାଧରେ ସମ୍ପୃକ୍ତ ଭାରତୀୟଙ୍କ ସଂଖ୍ୟା ଗିରଫ ହୋଇଥିବା ଲୋକଙ୍କ ତୁଳନାରେ ଅଧିକ ହୋଇପାରେ, କାରଣ ଭାଷା ତଥା ସାଂସ୍କୃତିକ ସମାନତା ହେତୁ ଅନେକ ଭାରତୀୟଙ୍କୁ ଧରିବା କଷ୍ଟକର ହେଉଛି।

Share