ବଢୁଛି କର୍କଟ ରୋଗୀ, ମୃତକଙ୍କ ସଂଖ୍ୟା

ଭୁବନେଶ୍ବର, ୨ା୮(ବ୍ୟୁରୋ): କର୍କଟ ରୋଗ ଏବେ ରାଜ୍ୟରେ ବଢ଼ିଚାଲିଛି। ଗତ ୩ ବର୍ଷର ସରକାରୀ ରିପୋର୍ଟ ଉପରେ ନଜର ପକାଇଲେ ଏକଥା ସ୍ପଷ୍ଟ ହୋଇଛି। ତେବେ କର୍କଟ ଭଳି ରୋଗକୁ ହ୍ରାସ କରିବା ପାଇଁ ସରକାର ରାଜ୍ୟରେ ପଦକ୍ଷେପ ନେବାରେ ବିଫଳ ହେଉଥିବା ସୋମବାର ବିଧାନସଭରେ ବିରୋଧୀ ଯୁକ୍ତି ରଖିଛନ୍ତି। ରାଜ୍ୟରେ ଗତ ୩ ବର୍ଷ ମଧ୍ୟରେ ୩୧,୬୯୨ ଜଣ କର୍କଟ ଭଳି ଭୟାବହ ରୋଗରେ ମୃତ୍ୟୁବରଣ କରିସାରିଲେଣି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି। ତେବେ ସେହି ୩ ବର୍ଷରେ ରାଜ୍ୟରେ ମୋଟ କର୍କଟ ରୋଗୀଙ୍କ ସଂଖ୍ୟା ୯୧,୬୯୯ରେ ପହଞ୍ଚିଛି ବୋଲି ସେ କହିଛନ୍ତି।
ବିଧାୟକ ପ୍ରଶାନ୍ତ ବେହେରା ବିଧାନସଭାରେ ରାଜ୍ୟରେ ଗତ ୩ ବର୍ଷରେ କେତେ ବ୍ୟକ୍ତି କର୍କଟ ରୋଗାକ୍ରାନ୍ତ ହୋଇଛନ୍ତି ଏବଂ ସେଥିରୁ କେତେଜଣ ମୃତ୍ୟୁବରଣ କରିଛନ୍ତି ବୋଲି ପଚାରିଥିଲେ। ବିଧାୟକ ବେହେରାଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦାସ କହିଛନ୍ତି, ୨୦୧୯-୨୦ରେ ରାଜ୍ୟରେ ୧୦,୯୮୪ ଜଣ କର୍କଟରେ ମୃତ୍ୟୁବରଣ କରିଥିବା ବେଳେ୨୦୨୧-୨୨ରେ ମୋଟ ୧୧,୨୭୭ ଜଣ କର୍କଟରେ ମୃତ୍ୟୁବରଣ କରିଛନ୍ତି। ଅର୍ଥାତ୍‌ ୨୦୧୯-୨୦ ବର୍ଷ ଅପେକ୍ଷା ୨୦୨୧-୨୨ରେ ଅଧିକ ୨୯୩ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ସରକାର କର୍କଟ ରୋଗ ରୋକିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା କଥା କହୁଥିବା ବେଳେ ବର୍ଷକୁ ବର୍ଷ ଅଧିକ ରୋଗୀ ମୃତ୍ୟୁବରଣ କରିବାର କାରଣ କ’ଣ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଅନ୍ୟପଟେ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା, ସରକାର କର୍କଟ ରୋଗୀଙ୍କ ସହିତ ସେଥିରୁ ମୃତ୍ୟୁବରଣ କରୁଥିବା ପ୍ରକୃତ ସଂଖ୍ୟା ଲୁଚାଉଛନ୍ତି। ବାସ୍ତବରେ କର୍କଟ ରୋଗୀ ଏବଂ ସେଥିରୁ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ସରକାର ଦେଉଥିବା ତଥ୍ୟ ତୁଳନାରେ ଯଥେଷ୍ଟ ଅଧିକ ହେବ ବୋଲି ସେ କହିଛନ୍ତି।
ଅନ୍ୟପଟେ ମନ୍ତ୍ରୀ କହିଛନ୍ତି, ୨୦୨୦-୨୧ ବର୍ଷରେ ମୋଟ ୨୬,୧୭୫ ଜଣ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ସେଥିରୁ ୯୪୩୧ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୨୦୨୧-୨୨ରେ ମୋଟ ୩୩,୭୫୭ ଜଣ କର୍କଟ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୧,୨୭୭ ଜଣଙ୍କ ମୃତ୍ୟୁ ଘଟିଛି। ଅର୍ଥାତ୍‌ ଗତ ବର୍ଷ ତୁଳନାରେ ୭୫୮୨ ଜଣ ଅଧିକ କର୍କଟ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୮୪୬ ଅଧିକ ରୋଗୀଙ୍କ ମୃତ୍ୟୁ ଘଟିଛି। ତେବେ ୨୦୧୯-୨୦ ବର୍ଷ ତୁଳନାରେ ୨୦୨୦-୨୧ ବର୍ଷ କର୍କଟ ରୋଗୀ ଏବଂ ଏଥିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ରୋଗୀଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଥିବା ବେଳେ ୨୦୨୧-୨୨ରେ ଏହାର ସଂଖ୍ୟା ଗତ ଦୁଇ ବର୍ଷ ତୁଳନାରେ ବଢିଯିବା ସାଧାରଣ ଲୋକଙ୍କ ମନରେ ଚିନ୍ତା ବଢାଇବା ସାଙ୍ଗକୁ ସରକାରୀ ବ୍ୟବସ୍ଥା ଆଡକୁ ମଧ୍ୟ ଅଙ୍ଗୁଳି ଉଠିଛି।
ତେବେ ମନ୍ତ୍ରୀ ଦାସ ଆହୁରି କହିଛନ୍ତି, ରାଜ୍ୟରେ କର୍କଟ ରୋଗର ଉନ୍ନତମାନର ଚିକିତ୍ସା ପାଇଁ ଏଏଚ୍‌ପିଜିଆଇସି, କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଅନ୍ତେବାସୀ ରୋଗୀଙ୍କ ପାଇଁ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଛି। ଏହାସହ କର୍କଟ ଶଲ୍ୟ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଯାଇଛି। ଏତଦ ବ୍ୟତୀତ ଓଡ଼ିଶା କମ୍ପ୍ରେହେନସିଭ କ୍ୟାନସର୍‌ କେୟାର ପ୍ରୋଗ୍ରାମ ଦ୍ୱାରା ରାଜ୍ୟରେ ୧୧ଟି ଉନ୍ନତମାନର କର୍କଟ ରୋଗ ନିରୂପଣ ଓ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରାଯିବାର କାର୍ଯ୍ୟ ଆରମ୍ଭ ହୋଇସାରିଛି। ଝାରସୁଗୁଡାଠାରେ ମଧ୍ୟ ୧୨୦ ଶଯ୍ୟା ବିଶିଷ୍ଟ କର୍କଟ ରୋଗ ଚିକିତ୍ସା କେନ୍ଦ୍ର(ପିପିପି ମୋଡ୍‌)ରେ ପ୍ରତିଷ୍ଠା ନିମନ୍ତେ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଜିଲା ସଦର ମହକୁମା ଚିକିତ୍ସାଳୟଗୁଡିକରେ ୩୨ଟି ସ୍ଥାନରେ ତାଲିମପ୍ରାପ୍ତ ଡାକ୍ତର ଓ ନର୍ସଙ୍କ ଦ୍ୱାରା ଡେ କେୟାର କେମୋଥେରାପି ସେଣ୍ଟରରେ କର୍କଟ ରୋଗୀଙ୍କୁ କେମୋଥେରାପି ଚିକିତ୍ସା ପ୍ରଦାନ କରାଯାଉଥିବା ସେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri