ବଢୁଛି କର୍କଟ ରୋଗୀ, ମୃତକଙ୍କ ସଂଖ୍ୟା

ଭୁବନେଶ୍ବର, ୨ା୮(ବ୍ୟୁରୋ): କର୍କଟ ରୋଗ ଏବେ ରାଜ୍ୟରେ ବଢ଼ିଚାଲିଛି। ଗତ ୩ ବର୍ଷର ସରକାରୀ ରିପୋର୍ଟ ଉପରେ ନଜର ପକାଇଲେ ଏକଥା ସ୍ପଷ୍ଟ ହୋଇଛି। ତେବେ କର୍କଟ ଭଳି ରୋଗକୁ ହ୍ରାସ କରିବା ପାଇଁ ସରକାର ରାଜ୍ୟରେ ପଦକ୍ଷେପ ନେବାରେ ବିଫଳ ହେଉଥିବା ସୋମବାର ବିଧାନସଭରେ ବିରୋଧୀ ଯୁକ୍ତି ରଖିଛନ୍ତି। ରାଜ୍ୟରେ ଗତ ୩ ବର୍ଷ ମଧ୍ୟରେ ୩୧,୬୯୨ ଜଣ କର୍କଟ ଭଳି ଭୟାବହ ରୋଗରେ ମୃତ୍ୟୁବରଣ କରିସାରିଲେଣି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି। ତେବେ ସେହି ୩ ବର୍ଷରେ ରାଜ୍ୟରେ ମୋଟ କର୍କଟ ରୋଗୀଙ୍କ ସଂଖ୍ୟା ୯୧,୬୯୯ରେ ପହଞ୍ଚିଛି ବୋଲି ସେ କହିଛନ୍ତି।
ବିଧାୟକ ପ୍ରଶାନ୍ତ ବେହେରା ବିଧାନସଭାରେ ରାଜ୍ୟରେ ଗତ ୩ ବର୍ଷରେ କେତେ ବ୍ୟକ୍ତି କର୍କଟ ରୋଗାକ୍ରାନ୍ତ ହୋଇଛନ୍ତି ଏବଂ ସେଥିରୁ କେତେଜଣ ମୃତ୍ୟୁବରଣ କରିଛନ୍ତି ବୋଲି ପଚାରିଥିଲେ। ବିଧାୟକ ବେହେରାଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦାସ କହିଛନ୍ତି, ୨୦୧୯-୨୦ରେ ରାଜ୍ୟରେ ୧୦,୯୮୪ ଜଣ କର୍କଟରେ ମୃତ୍ୟୁବରଣ କରିଥିବା ବେଳେ୨୦୨୧-୨୨ରେ ମୋଟ ୧୧,୨୭୭ ଜଣ କର୍କଟରେ ମୃତ୍ୟୁବରଣ କରିଛନ୍ତି। ଅର୍ଥାତ୍‌ ୨୦୧୯-୨୦ ବର୍ଷ ଅପେକ୍ଷା ୨୦୨୧-୨୨ରେ ଅଧିକ ୨୯୩ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ସରକାର କର୍କଟ ରୋଗ ରୋକିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା କଥା କହୁଥିବା ବେଳେ ବର୍ଷକୁ ବର୍ଷ ଅଧିକ ରୋଗୀ ମୃତ୍ୟୁବରଣ କରିବାର କାରଣ କ’ଣ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଅନ୍ୟପଟେ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା, ସରକାର କର୍କଟ ରୋଗୀଙ୍କ ସହିତ ସେଥିରୁ ମୃତ୍ୟୁବରଣ କରୁଥିବା ପ୍ରକୃତ ସଂଖ୍ୟା ଲୁଚାଉଛନ୍ତି। ବାସ୍ତବରେ କର୍କଟ ରୋଗୀ ଏବଂ ସେଥିରୁ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ସରକାର ଦେଉଥିବା ତଥ୍ୟ ତୁଳନାରେ ଯଥେଷ୍ଟ ଅଧିକ ହେବ ବୋଲି ସେ କହିଛନ୍ତି।
ଅନ୍ୟପଟେ ମନ୍ତ୍ରୀ କହିଛନ୍ତି, ୨୦୨୦-୨୧ ବର୍ଷରେ ମୋଟ ୨୬,୧୭୫ ଜଣ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ସେଥିରୁ ୯୪୩୧ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୨୦୨୧-୨୨ରେ ମୋଟ ୩୩,୭୫୭ ଜଣ କର୍କଟ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୧,୨୭୭ ଜଣଙ୍କ ମୃତ୍ୟୁ ଘଟିଛି। ଅର୍ଥାତ୍‌ ଗତ ବର୍ଷ ତୁଳନାରେ ୭୫୮୨ ଜଣ ଅଧିକ କର୍କଟ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୮୪୬ ଅଧିକ ରୋଗୀଙ୍କ ମୃତ୍ୟୁ ଘଟିଛି। ତେବେ ୨୦୧୯-୨୦ ବର୍ଷ ତୁଳନାରେ ୨୦୨୦-୨୧ ବର୍ଷ କର୍କଟ ରୋଗୀ ଏବଂ ଏଥିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ରୋଗୀଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଥିବା ବେଳେ ୨୦୨୧-୨୨ରେ ଏହାର ସଂଖ୍ୟା ଗତ ଦୁଇ ବର୍ଷ ତୁଳନାରେ ବଢିଯିବା ସାଧାରଣ ଲୋକଙ୍କ ମନରେ ଚିନ୍ତା ବଢାଇବା ସାଙ୍ଗକୁ ସରକାରୀ ବ୍ୟବସ୍ଥା ଆଡକୁ ମଧ୍ୟ ଅଙ୍ଗୁଳି ଉଠିଛି।
ତେବେ ମନ୍ତ୍ରୀ ଦାସ ଆହୁରି କହିଛନ୍ତି, ରାଜ୍ୟରେ କର୍କଟ ରୋଗର ଉନ୍ନତମାନର ଚିକିତ୍ସା ପାଇଁ ଏଏଚ୍‌ପିଜିଆଇସି, କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଅନ୍ତେବାସୀ ରୋଗୀଙ୍କ ପାଇଁ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଛି। ଏହାସହ କର୍କଟ ଶଲ୍ୟ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଯାଇଛି। ଏତଦ ବ୍ୟତୀତ ଓଡ଼ିଶା କମ୍ପ୍ରେହେନସିଭ କ୍ୟାନସର୍‌ କେୟାର ପ୍ରୋଗ୍ରାମ ଦ୍ୱାରା ରାଜ୍ୟରେ ୧୧ଟି ଉନ୍ନତମାନର କର୍କଟ ରୋଗ ନିରୂପଣ ଓ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରାଯିବାର କାର୍ଯ୍ୟ ଆରମ୍ଭ ହୋଇସାରିଛି। ଝାରସୁଗୁଡାଠାରେ ମଧ୍ୟ ୧୨୦ ଶଯ୍ୟା ବିଶିଷ୍ଟ କର୍କଟ ରୋଗ ଚିକିତ୍ସା କେନ୍ଦ୍ର(ପିପିପି ମୋଡ୍‌)ରେ ପ୍ରତିଷ୍ଠା ନିମନ୍ତେ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଜିଲା ସଦର ମହକୁମା ଚିକିତ୍ସାଳୟଗୁଡିକରେ ୩୨ଟି ସ୍ଥାନରେ ତାଲିମପ୍ରାପ୍ତ ଡାକ୍ତର ଓ ନର୍ସଙ୍କ ଦ୍ୱାରା ଡେ କେୟାର କେମୋଥେରାପି ସେଣ୍ଟରରେ କର୍କଟ ରୋଗୀଙ୍କୁ କେମୋଥେରାପି ଚିକିତ୍ସା ପ୍ରଦାନ କରାଯାଉଥିବା ସେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri