ଚାଇନାରେ ଦ୍ରୁତ ଗତିରେ ବଢୁଛି ଆଣବିକ ଅସ୍ତ୍ରଶସ୍ତ୍ର ଭଣ୍ଡାର

ବେଜିଂ,୪।୧୧: ଆଜିକାଲି ଚାଇନା ଆଣବିକ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢାଇବାରେ ବ୍ୟସ୍ତ ଅଛି। ଆମେରିକାର ଅଧିକାରୀମାନେ ଏକ ବର୍ଷ ପୂର୍ବେ ଆକଳନ କରିଥିବା ତୁଳନାରେ ଚାଇନା ଏହାର ଆଣବିକ ଅସ୍ତ୍ର ସଂଖ୍ୟା ଦ୍ରୁତ ଗତିରେ ବଢାଇବାକୁ ପ୍ରୟାସ କରୁଛି। ଆମେରିକାର ସମାନ ହେବା ପାଇଁ ଚାଇନା ଏହା କରୁଛି ବୋଲି ଓ୍ବାଶିଂଟନ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟର ପେଣ୍ଟାଗନ ରିପୋର୍ଟରେ କୁହାଯାଇଛି ଯେ, ଚାଇନା ୬ ବର୍ଷରେ ୭୦୦ପରମାଣୁ ଅସ୍ତ୍ର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରୁଛି। ରିପୋର୍ଟ ଅନୁଯାୟୀ, ୨୦୩୦ ସୁଦ୍ଧା ଚାଇନା ଆଣବିକ ଅସ୍ତ୍ର ସଂଖ୍ୟାକୁ ୧୦୦୦କୁ ବୃଦ୍ଧି କରିବ। ଏକ ବର୍ଷ ପୂର୍ବେ ପେଣ୍ଟାଗନ ଚାଇନାର ଆଣବିକ ଅସ୍ତ୍ରଶସ୍ତ୍ରକୁ ପ୍ରାୟ ୨୦୦ରେ ରଖିଥିଲା, ଯାହା ଦଶନ୍ଧି ଶେଷ ସୁଦ୍ଧା ଦୁଇଗୁଣ କିମ୍ବା ୪୦୦ ହେବ ବୋଲି ଆକଳନ କରାଯାଇଥିଲା।
ଯୁକ୍ତରାଷ୍ଟ୍ର ଆମେରିକାରେ ଏବେ ୩,୭୫୦ ପରମାଣୁ ଅସ୍ତ୍ରଶସ୍ତ୍ର ଅଛି ଏବଂ ବର୍ତ୍ତମାନ ଏହି ସଂଖ୍ୟା ବୃଦ୍ଧି କରିବାକୁ ଇଚ୍ଛା କରୁନାହାଁନ୍ତି। ସ୍ତ୍‌ ୨୦୦୩ମସିହାରେ ଆମେରିକାରେ ୧୦,୦୦୦ ପରମାଣୁ ଅସ୍ତ୍ର ଥିଲା । ପରେ ଚୁକ୍ତିନାମା ଏବଂ ଅନ୍ୟାନ୍ୟ କାରଣ ଆମେରିକାର ଆଣବିକ ଅସ୍ତ୍ର ସଂଖ୍ୟାକୁ ହ୍ରାସ କରିଥିଲା।

Share