ଅଣୁ ଅସ୍ତ୍ର: ନାଟୋ ବନାମ ରୁଷିଆ

ବ୍ରସେଲ୍ସ, ୧୮ା୧୦: ଫେଡେରେଶନ ଅଫ୍‌ ଆମେରିକାନ୍‌ ସାଇଣ୍ଟିଷ୍ଟ୍‌ ଅନୁସାରେ, ବିଶ୍ୱରେ ୯ ଦେଶ ନିକଟରେ ପ୍ରାୟ ୧୨,୭୦୦ ନ୍ୟୁକ୍ଲିୟର ଅସ୍ତ୍ର ରହିଛି। ସେଥିରୁ ୯୦% କେବଳ ଆମେରିକା ଏବଂ ରୁଷିଆ ନିକଟରେ ଅଛି। ରୁଷିଆ ପାଖରେ ଆଣବିକ ଅସ୍ତ୍ର ସଂଖ୍ୟା ୫,୯୭୭ ଥିବାବେଳେ ନାଟୋ ନିକଟରେ ୫,୯୪୩ ନ୍ୟୁକ୍ଲିୟର ଓ୍ବିପନ୍‌ ରହିଛି। ସେହିପରି ଆମେରିକା ନିକଟରେ ୫,୪୨୮ ଆଣବିକ ଅସ୍ତ୍ର ମହଜୁଦ୍‌ ରହିଥିବାବେଳେ ଫ୍ରାନ୍ସ ୨୯୦ ଏବଂ ବ୍ରିଟେନ୍‌ ୨୨୫ ନ୍ୟୁକ୍ଲିୟର ଅସ୍ତ୍ର ରଖିଛି। ବିଶେଷଜ୍ଞଙ୍କ ମତରେ ନ୍ୟୁକ୍ଲିୟର ଯୁଦ୍ଧ ସ୍ଥିତି ଉପନୀତ ହେଲେ ନାଟୋ ଏବଂ ରୁଷିଆ ଛୋଟ ପରମାଣୁ ଅସ୍ତ୍ର ବା ଟାକ୍ଟିକାଲ ନ୍ୟୁକ୍ଲିୟର ଓ୍ବିପନ୍‌କୁ ଯୁଦ୍ଧକ୍ଷେତ୍ରରେ ମୁତୟନ କରିପାରନ୍ତି।

Share