କରୋନାରେ ପରମାଣୁ ବୈଜ୍ଞାନିକ ଶେଖର ବାସୁଙ୍କ ପରଲୋକ

କୋଲକାତା, ୨୪।୯: କରୋନାରେ ଆକ୍ରାନ୍ତ ହୋଇ ପରମାଣୁ ବୈଜ୍ଞାନିକ ଡ.ଶେଖର ବାସୁଙ୍କ ଗୁରୁବାର ଭୋର ୪ଟା ୫୦ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। କରୋନା ଲକ୍ଷଣ ପ୍ରକାଶ ପାଇବାରୁ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା। ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର କିଡ୍‌ନୀ ସମସ୍ୟା ମଧ୍ୟ ଥିଲା। ଆଟମିକ୍‌ ଏନର୍ଜି କମିଶନର ସେ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ଡ.ବାସୁଙ୍କୁ ଆଣବିକ ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୪ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଭାରତର ପ୍ରଥମ ଆଣବିକ ଶକ୍ତି ଦ୍ୱାରା ପରିଚାଳିତ ସବ୍‌ମେରାଇନ୍‌ ଆଇଏନଏସ୍‌ ଅରିହନ୍ତର ନିର୍ମାଣରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଥିଲା।

Share