ପୃଥିବୀକୁ ଧ୍ୱଂସରୁ ସୁରକ୍ଷା ଦେବ ଆଣବିକ ବୋମା…

ଓ୍ବାଶିଂଟନ,୧୧।୧୦: ମହାକାଶରେ ଗ୍ରହାଣୁପିଣ୍ଡ ସହ ଧକ୍କା ହେବାରୁ ପୃଥିବୀକୁ ସୁରକ୍ଷା ଦେବା ଲାଗି ଆଣବିକ ବୋମ ହିଁ ସକ୍ଷମ ହୋଇପାରିବ। ଏନେଇ ବୈଜ୍ଞାନିକମାନେ ମତପୋଷଣ କରିଛନ୍ତି।

ଲକ୍ଷ ଲକ୍ଷ ବର୍ଷ ପୂର୍ବେ ସମାନ ସ୍ଥିତି ଯୋଗୁ ପୃଥିବୀରେ ପ୍ରଳୟ ହୋଇ ଡାଇନୋସରଙ୍କ ମୃତ୍ୟୁ ଘଟିଥିଲା। ମାତ୍ର ଏବେ ଏହାର ମୁକାବିଲା କରିବା ପାଇଁ ଆଣବିକ ବୋମା ଏକ ବିକଳ୍ପ ହୋଇପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଆଣବିକ ବୋମା ବ୍ୟବହାର ସମେତ ଅନ୍ୟ ବିକଳ୍ପ ଉପରେ ମଧ୍ୟ ବିଚାର କରାଯାଉଛି। ବଡ଼ ଗ୍ରହାଣୁ ପିଣ୍ଡୁ ପୃଥିବୀ ରାସ୍ତାରୁ ହଟାଇବା ପାଇଁ ବହୁ ପରିମାଣର ଶକ୍ତି ଆବଶ୍ୟକ ହେବ। ଏପରିସ୍ଥଳେ ଆଣବିକ ବୋମା ଗ୍ରହାଣୁପିଣ୍ଡକୁ ଛୋଟ ଖଣ୍ଡରେ ପରିଣତ କରିବାକୁ ସକ୍ଷମ ହୋଇପାରିବ।

ନାସା ଚେତାବନୀ ଦେଇଛି ଯେ, ଯଦି ଗ୍ରହାଣୁପିଣ୍ଡ ପୃଥିବୀ ସହିତ ମୁହାଁମୁହିଁ ହୁଏ, ତେବେ ପ୍ରଚଣ୍ଡ ବିସ୍ଫୋରଣ ହେବା ସହିତ ପୃଥିବୀ ଧ୍ୱଂସ ପାଇବାର ଆଶଙ୍କା ରହିଛି। ଏନେଇ ତଥ୍ୟ ଆକ୍ଟା ଜ୍ୟୋର୍ତିବିଜ୍ଞାନ ପତ୍ରିକାରେ ପ୍ରକାଶିତ ହୋଇଛି। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଗ୍ରହାଣୁପିଣ୍ଡ ବେନୁ ପୃଥିବୀ ସହିତ ଧକ୍ମା ହେବାର ଆଶଙ୍କା ଅଧିକ ରହିଛି। ୨୩୦୦ ବର୍ଷ ସୁଦ୍ଧା ଏହା ପୃଥିବୀ ସହ ଧକ୍କା ହେବାର କେତେ ଆଶଙ୍କା ରହିଛି ସେ ନେଇ ଅଧ୍ୟୟନ ଜାରି ରହିଛି । ତେବେ ଧକ୍କା ସ୍ଥିତି ଉପୁଜିଲେ ଆଣବିକ ବୋମା ଦ୍ୱାରା ବେନୁ ଗ୍ରହାଣୁପିଣ୍ଡକୁ ଧ୍ୱଂସ କରି ଦିଆଯିବ ବୋଲି ମହାକାଶ ବିଜ୍ଞାନୀ ମତପୋଷଣ କରିଛନ୍ତି।

Share