ରାଜୁ ଭାଇଙ୍କୁ ମନେ ପକାଇଲା ବିଜେଡି: କହିଲା ଜୟଙ୍କ ଦେହରେ ପ୍ରବାହିତ ହେଉନି ଢୋଲକିଆ ରକ୍ତ

ନୂଆପଡ଼ା,୧୧।୧୦: ଜୟ ଢୋଲକିଆ ଭାଜପାରେ ମିଶିବା ପରେ ବିଜେଡିର ପ୍ରତିକ୍ରିୟା। ପ୍ରେସମିଟ କରି ଜୟ ଢୋଲକିଆଙ୍କୁ ଟାର୍ଗେଟ କଲେ ପ୍ରତାପ ଜେନା। ସେ କହିଛନ୍ତି ଘୋଡ଼ା ବେପାରରେ ଜୟ ଢୋଲକିଆ ବିକ୍ରି ହୋଇଗଲେ। ରାଜୁ ଭାଇ ଯଦି ବଞ୍ଚିଥାନ୍ତେ ତାହେଲେ ଏକଥାକୁ ପସନ୍ଦ କରି ନ ଥାନ୍ତେ। ଜୟ ଭାଜପାରେ ମିଶିଲା ପରେ ବି ନୂଆପଡ଼ାରେ କୌଣସି ପ୍ରଭାବ ପଡ଼ିବନି। ପୋଷ୍ୟ ପୁତ୍ର ଥିଲେ, ରାଜୁ ଢୋଲକିଆଙ୍କ ରକ୍ତ ପ୍ରବାହିତ ହେଉନି। ଭାଜପାରେ ପ୍ରାର୍ଥୀ ନାହାନ୍ତି, ଅନ୍ୟ ଦଳରୁ ନେଉଛନ୍ତି, କହି ପ୍ରତାପ ନିନ୍ଦା କରିଛନ୍ତି।

ନୂଆପଡ଼ା ବିଧାନସଭା ଉପନିର୍ବାଚନକୁ ନେଇ ଜିଲାରେ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ଏହି ଆସନ ଲାଗି କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଭାଜପା ଓ ବିଜେଡି ମଧ୍ୟରେ ଏକପ୍ରକାର ଛକାପଞ୍ଝା ଲାଗିରହିଛି। ପୂର୍ବତନ ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଶଙ୍ଖ ଛାଡି ପଦ୍ମ ଧରିବା ପରେ ବିଜେଡିରେ ଛନକା ପଶିଯାଇଛି।

ଏହି ପରିପ୍ରେକ୍ଷୀରେ ଶନିବାର ପୂର୍ବାହ୍ନରେ ଖରିଆର ରୋଡ ଗଣପତି ପ୍ୟାଲେସଠାରେ ବିଜେଡିର ତୁଙ୍ଗ ନେତାଙ୍କ ଏକ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେଡି ଜିଲା ସଭାପତି ଅବନୀ ରଞ୍ଜନ ଜୋଷୀ, ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଲମ୍ବୋଦର ନିଆଲଙ୍କ ସମେତ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନାରୀନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ସୁବର୍ଣ୍ଣପୁର ବିଧାୟକ ନିରଞ୍ଜନ ପୂଜାରୀ, ଦେବୀ ପ୍ରସାଦ ମିଶ୍ର, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ କୁମାର ନାୟକ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବୈଠକ ବସିବା ପରେ କୌଣସି ଫଇସଲା ହୋଇ ନ ଥିବାରୁ କେତେଜଣ ନେତା ସଭାସ୍ଥଳ ଛାଡି ଚାଲିଯାଇଥିବା ଦେଖିବାକୁ ମିଳିଥିଲା। ଏ ସଂକ୍ରାନ୍ତରେ ନାରୀନେତ୍ରୀ ଛୁରିଆଙ୍କୁ ପଚାରିବାରୁ ନୂଆପଡା ଉପନିର୍ବାଚନ ପାଇଁ ପ୍ରତ୍ୟେକ ଦିନ ଏଠାରେ ବୈଠକ କରୁଛୁ। ଆଜି ବି ବୈଠକ ରଖିଥିଲୁ। ଗତ ୯ତାରିଖରୁ ଆରମ୍ଭ ହୋଇଥିବା ଜନସମ୍ପର୍କ ପଦଯାତ୍ରା ନଭେମ୍ବର ୯ରେ ଶେଷ ହେବ। ଜୟ ଢୋଲକିଆଙ୍କ ସମ୍ପର୍କରେ ପଚାରିବାରୁ ସେ ଯେଉଁ ଦଳରେ ଗଲେ ମଧ୍ୟ ଆମକୁ ଫରକ ପଡିବ ନାହିଁ। ଆମ ଦଳ ସବୁବେଳେ ସଜାଗ ହୋଇ ରହିଛି। ଯିଏ ପ୍ରାର୍ଥୀ ହେଲେ ମଧ୍ୟ ବିଜେଡି ନୂଆପଡ଼ା ଆସନରେ ବିଜୟୀ ହେବ ବୋଲି କହିଥିଲେ। ବିଜେଡି ଜିଲା ସଭାପତି ଯୋଶୀଙ୍କୁ ପଚାରିବାରୁ ଆମ ଦଳ ଉପନିର୍ବାଚନ ପାଇଁ ପ୍ରସ୍ତୁତ ହୋଇ ରହିଛି। ରଣନୀତି ପାଇଁ ସମରସଜ୍ଜା ମଧ୍ୟ ଆରମ୍ଭ ହୋଇଗଲାଣି। ନବୀନ ପଟ୍ଟନାୟକଙ୍କ ନୀତି ଆର୍ଦଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରୁଛୁ। ଏହି ଉପନିର୍ବାଚନରେ ବିଜୟୀ ହୋଇ ସ୍ବର୍ଗତ ବିଜୁ ବାବୁଙ୍କ ସ୍ବପ୍ନକୁ ସାକାର କରିବୁ ବୋଲି କହିଥିଲେ।

 

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏଲ୍‌ ପୂର୍ବରୁ କେକେଆରକୁ ବଡ଼ ଝଟ୍‌କା

କୋଲକାତା, ୨୧ା୩: ଭାରତ ସିମର ଆକାଶ ଦୀପ୍‌ଙ୍କ ପିଠିର ନିମ୍ନ ଭାଗରେ ଆଘାତ ଲାଗିଛି। ଫଳରେ ସେ ଅତି କମ୍‌ରେ ୮ ସପ୍ତାହ ଖେଳିପାରିବେନି। ଫଳରେ ଆସନ୍ତା…

ଅଣ ଓଡିଆ ଯୁବକଙ୍କୁ ଛୁଆ ଚୋର ଭାବି  ପିଟିପକାଇଲେ ଗାଁ ଲୋକେ: ଭିଡିଓ ଭାଇରାଲ ପରେ… 

ବଲାଙ୍ଗୀର,୨୧।୩: ବଲାଙ୍ଗୀର ସଦରଥାନା ଅନ୍ତର୍ଗତ ଖର୍ଲ୍ଲୀକାନି ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗାଁରେ ଛୁଆ ଚୋର ସନ୍ଦେହରେ ଜଣେ ଅଣ ଓଡ଼ିିଆ ଯୁବକଙ୍କୁ ଗାଁ…

ପ୍ରତାପ ଜେନାଙ୍କ କ୍ୱାର୍ଟର୍ସ ଆଗରେ ହଙ୍ଗାମା: ଗିରଫ ହେଲେ ୨ ଯୁବଛାତ୍ର ନେତା

ଭୁବନେଶ୍ୱର,୨୧ା୩: ବିଜେଡି ନେତା ପ୍ରତାପ ଜେନାଙ୍କ କ୍ବାର୍ଟର୍ସ ଆଗରେ ହଙ୍ଗାମା କରିଥିବା ଘଟଣାରେ ୨ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ। ଗିରଫ ଦ୍ୱୟ ହେଲେ…

ଗ୍ୟାସ ରିଫିଲିଂ ବେଳେ ଭୟଙ୍କର ବିସ୍ଫୋରଣ: ଜଳିଲା…

ଭୁବନେଶ୍ୱର,୨୧।୩: ଭରତପୁର ଥାନା କଳିଙ୍ଗନଗରରେ ବିସ୍ଫୋରଣ ଘଟି ଜଣେ ଗୁରୁତର ହୋଇଛନ୍ତି। ଉକ୍ତ ବେଆଇନ ଗ୍ୟାସ ଡିପୋରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଛାତ ଉଡି ଯାଇଥିବାବେଳେ…

ଇଦ୍‌ରେ ଝିଅ ସୋଫିଆଙ୍କୁ ନେଇ ବଡ଼ କଥା କହିଦେଲେ ବାପା ମୋକିମ୍‌, ଭବିଷ୍ୟତରେ ଭାଜପା…

ଭୁବନେଶ୍ୱର,୨୧ା୩: ଆଜି ଇଦ୍‌ ପାଳନ ଅବସରରେ ମହମ୍ମଦ ମୋକିମ୍‌ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ମୁଁ ନୂଆ ପାର୍ଟି…

ବାସନ ମାଜିଲେନି ସ୍ବାମୀ, ସ୍ତ୍ରୀ ଡାକିଲେ ପୋଲିସ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୨୧।୩: ଉତ୍ତର ପ୍ରଦେଶର ଏକ ବସ୍ତିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସାରେ ରାତ୍ରୀଭୋଜନ ପ୍ରସ୍ତୁତ କରିବାକୁ ତାଙ୍କ ରୋଷେଇ ଘରେ…

ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…

ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି…

ନୂଆ ଚିନି କଳ ସ୍ଥାନ ଚିହ୍ନଟ ପାଇଁ ନୟାଗଡରେ ଆଇପିଏଲ ଟେକ୍ନିକାଲ ଟିମ

ନୟାଗଡ଼,୨୧।୩(ଲୋକନାଥ ମିଶ୍ର): ନୟାଗଡ଼ରେ ନୂଆ ଚିନିଶିଳ୍ପ ଖୋଲିବା ନେଇ ମାର୍ଚ୍ଚ ୬ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏପରିକି ଚିନି ଶିଳ୍ପ ଖୋଲିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri