ନୂଆପଡ଼ାକୁ ମିଳିଲା ‘ରାଜସ୍ବ ଗ୍ରାମ୍ୟ ମାନ୍ୟତା’

କୋକସରା,୧୨।୧୨(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ତହସିଲ ଅଧୀନରେ ଥିବା ଟେମରା ପଞ୍ଚାୟତର ନୂଆପଡା ଗ୍ରାମକୁ ଦୀର୍ଘ ବର୍ଷ ପରେ ରାଜସ୍ବ ଗ୍ରାମ୍ୟର ମାନ୍ୟତା ମିଳିିଛି। ଗ୍ରାମବାସୀ ଦୀର୍ଘ ବର୍ଷରୁ ରାଜସ୍ବ ଗ୍ରାମର ମାନ୍ୟତା ପାଇବା ପାଇଁ ଦାବି କରିଆସୁଥିଲେ। ତେବେ ସବୁ ଅପେକ୍ଷାର ଅନ୍ତ ଘଟି ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ନୂଆପଡା ଗ୍ରାମକୁ ନୂତନ ରାଜସ୍ବ ଗ୍ରାମ ନିମନ୍ତେ ବିବେଚିତ କରାଯାଇଛି। ଏହି ଖବର ଜାଣିବା ପରେ ଗ୍ରାମବାସୀ ସରକାର ଓ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି। ସୋମବାର ତହସିଲଦାର ଦେବବ୍ରତ କରାଟି ଗ୍ରାମ ପରିଦର୍ଶନ କରିବା ସହ ଗ୍ରାମବାସୀଙ୍କ ସହିତ ଏକ ବୈଠକ କରିଥିଲେ। ଏହି ଅବସରରେ ନୂଆପଡାକୁ ବିଭାଗ ପକ୍ଷରୁ ରାଜସ୍ବ ଗ୍ରାମ ଭାବେ ଘୋଷଣା କରାଯାଇଥିଲା। ଏଥିସହ ତହସିଲଦାର ଗାଁ ସ୍କୁଲକୁ ନିଜ ହାତରୁ ମୋ ସ୍କୁଲ ଅଭିଯାନରେ ୧୦ ହଜାର ଟଙ୍କାର ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି।