ନୂଆପଡ଼ା ଜିଲାରେ ୧୭,୫୩୬ ଲକ୍ଷପତି ଦିଦି ସୃଷ୍ଟି ଲକ୍ଷ୍ୟ

ନୂଆପଡ଼ା,୧୩ା୩ (ମକାରୁ ବେମାଲ):ସ୍ଥାନୀୟ ପୋଲିସ ପଡ଼ିଆଠାରେ ଜିଲା ପ୍ରଶାସନ ଓ ଓଡ଼ିଶା ଜୀବିକା ମିଶନ ନୂଆପଡ଼ାଙ୍କ ମିଳିତ ଆନୁକୂଲ୍ୟରେ ଜିଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ା ଜିଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲାପାଳ ଯୋଗେନ୍ଦ୍ର ମାଝି, ଏପିଡି ଯୋଗେଶ୍ୱର ଭୋଇ, ଏଲ୍‌ଡିଏମ୍‌ ସୀତାରାମ ମେହେର ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ଓଡ଼ିଶା ଜୀବିକା ମିଶନ ଜିଲା ପ୍ରକଳ୍ପ ପରିଚାଳକ ସୁନୀଲ କୁମାର ମଲ୍ଲିକ ଯୋଜନାର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଏଲ୍‌ଡିଏମ୍‌ ମେହେର ଏହି ଯୋଜନାରେ ଲକ୍ଷପତି ହେବାର କୌଶଳ ସମ୍ବନ୍ଧରେ ବୁଝାଇଥିଲେ ା ଜିଲାପାଳ ଉପସ୍ଥିତ ମହିଳାମାନଙ୍କୁ ସମ୍ବୋଧିତକରି ଏହି କର୍ମଶାଳା ଆର୍ଥିକ ସ୍ବଚ୍ଛଳତା ଆଣିବା ଦିଗରେ ବିଶେଷ ସହାୟକ ହେବ ବୋଲି କହିଥିଲେ। ଜିଲା କୃଷି ଅଧିକାରୀ ସତ୍ୟ ଭୂଷଣ ନାଗ, ଉପନିର୍ଦ୍ଦେଶକ ଉଦ୍ୟାନ କୃଷି ହରେକୃଷ୍ଣ ଚାନ୍ଦ ହାଁସଦା, ଉପ ନିର୍ଦ୍ଦେଶକ ହସ୍ତଶିଳ୍ପ ପୁଷ୍ପ ରଞ୍ଜନ ସାହୁ, ଜିଲା ପ୍ରାଣୀସମ୍ପଦ ଅଧିକାରୀ ଡା. ଆଲୋକ କୁମାର ନାୟକ, ଜିଲା ମତ୍ସ୍ୟ ଅଧିକାରୀ ବିଜନ ସାହୁ, ଉପ ନିର୍ଦ୍ଦେଶକ ଜଳ ବିଭାଜିକା ପ୍ରକଳ୍ପ ରଶ୍ମିରଞ୍ଜନ ପାତ୍ର ପ୍ରମୁଖ ଯୋଗଦେଇ ନିଜ ବିଭାଗ ଦ୍ୱାରା ପାଇବାକୁ ଥିବା ଲାଭ ସମ୍ପର୍କରେ ଅବଗତ କରାଇଥିଲେ ା ଏହି ଅବସରରେ ନାଜରୁନ ବାଇ, କୌଶଲ୍ୟା ଦାଶ, ହିରଣ୍ମମୟୀ ପରିଡା, ନୀଳେନ୍ଦ୍ର ଛତ୍ରିଆ ଓ କଳ୍ପଲତା ପ୍ରଧାନଙ୍କୁ ଲକ୍ଷପତି ଦିଦି ଭାବରେ ସମ୍ମାନିତ କରାଯାଇଥିଲା। ସୂଚନାଯୋଗ୍ୟ ରାଜ୍ୟରେ ଚଳିତବର୍ଷ ୧୯ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟିକରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ନୂଆପଡ଼ା ଜିଲାରୁ ୧୭ ହଜାର ୫୩୬ଜଣ ସୃଷ୍ଟି ହେବାକୁ ଲକ୍ଷ୍ୟ ରହିଥିବା ବେଳେ ଏପର୍ଯ୍ୟନ୍ତ ୭ ହଜାର ୭୯୭ଜଣ ସୃଷ୍ଟି ହେଲେଣି ବୋଲି କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri