ଖଡ଼ିଆଳ/ନୂଆପଡ଼ା୧୦।୫ (ସୁଜିତ କୁମାର ପ୍ରଧାନ/ ମକାରୁ ବେମାଲ)- ନୂଆପଡ଼ା ଜିଲା ରାଜ୍ୟର ବେଷ୍ଟ କ୍ୟାମ୍ପୋରି ଭାବେ ମନୋନୀତ ହୋଇଛି। ଭୁବନେଶ୍ୱର ରାଜଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭମପାଟି, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ଜିଲାକୁ ପୁରସ୍କୃତ କରିଛନ୍ତି। ଜିଲା ଶିକ୍ଷା ଅଧିକାରୀ କରୁଣାକର ଭୂଏ, ଜିଲା ଶାରୀରିକ କ୍ରୀଡ଼ା ଅଧିକାରୀ ମହେଶ କୁମାର ଦଣ୍ଡସେନା, ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ବୁଦ୍ଧିକୋମନାର ପ୍ରଧାନ ଶିକ୍ଷକ ଶଶୀ ପାତ୍ର ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ। ଏହି ପୁରସ୍କାର ଜିଲାର ଶିକ୍ଷାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଆଣିଦେଇଛି। କାର୍ଯ୍ୟକ୍ରମରେ ସ୍କାଉଟ ମାଷ୍ଟର ପ୍ରଶାନ୍ତ ପ୍ରଧାନୀ ଓ ଗାଇଡ୍ ମଞ୍ଜୁଷା ମଞ୍ଜରୀ ଜଗତ ଉପସ୍ଥିତ ଥିଲେ।


