ନୂଆପଡ଼ା ଉପନିର୍ବାଚନ: ନେତା ଏପଟସେପଟ, ଭୋଟର ଦ୍ୱନ୍ଦ୍ୱରେ

ନୂଆପଡ଼ା,୩୦ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ନୂଆପଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି, ଏକ ନୂଆ ଅଡୁଆ ବା ଦ୍ୱନ୍ଦ୍ୱ ଉଭୟ ପ୍ରାର୍ଥୀ ଓ ଭୋଟରଙ୍କୁ ଘାରିଛି। ଏହି ଉପନିର୍ବାଚନ ପୂର୍ବରୁ ବିଭିନ୍ନ ଦଳୀୟ ଓ ନିର୍ଦ୍ଦଳୀୟ ନେତା ଏପଟସେପଟ ହୋଇଛନ୍ତି। ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ ପ୍ରଥମେ ୨୦୦୪ରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଜିଣିଥିଲେ। ପରେ ସେ ବିଜେଡିରେ ଯୋଗଦେଇଥିଲେ। ବିଜେଡି ପ୍ରାର୍ଥୀ ଭାବେ ରାଜେନ୍ଦ୍ର ଲଗାତର ୪ଟି ନିର୍ବାଚନ ଲଢ଼ି ୩ଟିରେ ବିଜୟୀ ହୋଇ ଏହି ଅଞ୍ଚଳରେ ବିଜେଡିର ଅପ୍ରତିଦ୍ୱନ୍ଦ୍ୱୀ ନେତା ପାଲଟିଥିଲେ। ରାଜେନ୍ଦ୍ର ଢୋଲକିଆଙ୍କ ଦଳୀୟ ଚିହ୍ନ ଶଙ୍ଖଚିହ୍ନ ବୋଲି ନିର୍ବାଚନମଣ୍ଡଳୀର ଭୋଟରମାନେ ଜାଣିଯାଇଥିଲେ। ତାଙ୍କ ମୃତ୍ୟୁ ପରେ ଏବେ ଯେଉଁ ଉପନିର୍ବାଚନ ହେଉଛି, ସେଥିରେ ତାଙ୍କ ପୁଅ ଜୟ ଢୋଲକିଆ ପ୍ରାର୍ଥୀ ହୋଇଛନ୍ତି। ମାତ୍ର ସେ ବିଜେଡି ପରିବର୍ତ୍ତେ ଭାଜପାରୁ ପ୍ରାର୍ଥୀ ହୋଇଛନ୍ତି। ଏବେ ଜୟ ଢୋଲକିଆଙ୍କ ଦଳୀୟ ନିର୍ବାଚନୀ ଚିହ୍ନ ପଦ୍ମଫୁଲ ହୋଇଛି। ସ୍ବର୍ଗତ ରାଜୁ ଢୋଲକିଆଙ୍କୁ ଯେଉଁ ଭୋଟରମାନେ ବିଜେଡି ନେତା ଓ ତାଙ୍କ ଚିହ୍ନ ଶଙ୍ଖ ବୋଲି ଗ୍ରହଣ କରିଥିଲେ, ସେମାନେ ତାଙ୍କ ପୁଅ ଜୟଙ୍କୁ ସହାନୁଭୂତି ଦେଖାଉଥିଲେ ମଧ୍ୟ ନିର୍ବାଚନୀ ଚିହ୍ନ ଓ ଦଳ ବଦଳକୁ ନେଇ ଅଡୁଆ ସ୍ଥିତିରେ ପଡ଼ିଛନ୍ତି। ଅନେକେ ଜୟଙ୍କ ନିର୍ବାଚନୀ ପ୍ରଚାରରେ ରାଜୁଭାଇ ଜିନ୍ଦାବାଦ୍‌ ନାରା ଦେଉଥିଲେ ମଧ୍ୟ ଦଳୀୟ ଚିହ୍ନ ପଦ୍ମ କହୁଥିବାରୁ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ବିଶେଷକରି ଗ୍ରାମୀଣ ଅଞ୍ଚଳର ଭୋଟରଙ୍କ ପାଇଁ ଏହି ଅଡୁଆ ବଢ଼ିଛି।

ସେହିଭଳି ବିଜେଡି ପ୍ରାର୍ଥୀ ହୋଇଥିବା ପୂର୍ବତନ ମନ୍ତ୍ରୀ ତଥା ବରଗଡ ଜିଲା ଅତାବିରା ଅଞ୍ଚଳର ନାରୀ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ନେଇ ମଧ୍ୟ ଭୋଟର ଦ୍ୱନ୍ଦ୍ୱରେ ରହିଛନ୍ତି। ସ୍ନେହାଙ୍ଗିନୀ ଅତାବିରା ଅଞ୍ଚଳରେ ଲୋକପ୍ରିୟ ନେତ୍ରୀ ହୋଇଥିଲେ ମଧ୍ୟ ନୂଆପଡା ନିର୍ବାଚନମଣ୍ଡଳୀରେ ତାଙ୍କର ସେପରି ଲୋକପ୍ରିୟତା ନାହିଁ। ତାଙ୍କୁ ବାହାର ଜିଲାର ପ୍ରାର୍ଥୀ ବୋଲି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀମାନେ ଟାର୍ଗେଟ କରୁଥିବାରୁ ନିର୍ବାଚନ ପ୍ରଚାରବେଳେ ବିଜେଡି ନେତା ଓ କର୍ମୀମାନେ ଅଡୁଆର ସମ୍ମୁଖୀନ ହେଉଛନ୍ତି। ଲୋକେ ଶଙ୍ଖଚିହ୍ନକୁ ଆଦର କରୁଥିଲେ ମଧ୍ୟ ଦଳୀୟ ପ୍ରାର୍ଥୀ ବଦଳକୁ ନେଇ ଅଡୁଆ ଦେଖାଦେଇଛି। ବିଶେଷକରି ଗ୍ରାମୀଣ ଅଞ୍ଚଳରେ ବିଜେଡିର ଚିହ୍ନ ଠିକ୍‌ ଥିଲେ ମଧ୍ୟ ପ୍ରାର୍ଥତ୍ତ୍ୱକୁ ନେଇ ଅଡୁଆ ବଢ଼ିଛି। ବୁଧବାର ସ୍ନେହାଙ୍ଗିନୀ ନିର୍ବାଚନ ମଣ୍ଡଳୀର ସୁନାବେଡା ଅଞ୍ଚଳରେ ଗଁାକୁ ଗଁା ଯାଇ ଭୋଟ ପ୍ରଚାର କରିଥିଲେ। କିଛି ଗଁାରେ ଭୋଟରମାନେ ଯେଭଳି ଶଙ୍ଖଚିହ୍ନକୁ ନେଇ ଆଗ୍ରହ ଦେଖାଇଥିଲେ ପ୍ରାର୍ଥୀଙ୍କୁ ଦେଖିବା ପରେ ନକାରାତ୍ମକ ମନ୍ତବ୍ୟ ଦେଉଥିବା ଶୁଣିବାକୁ ମିଳିଛି।
ଅନ୍ୟପଟେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଘାସିରାମ ମାଝି ୨୦୨୪ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ‘ଫୁଟ୍‌ବଲ ଖେଳାଳି’ ଚିହ୍ନରେ ନିର୍ବାଚନ ଲଢ଼ି ୫୦ ହଜାରରୁ ଊର୍ଦ୍ଧ୍ୱ ଭୋଟ ପାଇଥିଲେ। ସେତେବେଳେ ଘାସିରାମଙ୍କ ସମର୍ଥକମାନେ କଂଗ୍ରେସର ଟିକେଟ ବଣ୍ଟନ ନୀତିକୁ ଜୋରଦାର ସମାଲୋଚନା କରି ତାଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ପରାମର୍ଶ ଦେଇଥିଲେ। ଘାସିରାମ ମଧ୍ୟ ସମର୍ଥକଙ୍କ କଥା ମାନି ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ଶକ୍ତି ପ୍ରଦର୍ଶନ କରିଥିଲେ। ତେବେ ଗତ ନିର୍ବାଚନର ପ୍ରାୟ ୧୭ ମାସ ପରେ ଏବେ ଘାସିରାମ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ଚିହ୍ନ ବି ବଦଳି ଯାଇ ହାତଚିହ୍ନ ହୋଇଯାଇଛି। ତାଙ୍କର ସବୁଠୁ ବେଶୀ ସମର୍ଥକ ଆଦିବାସୀ ସମ୍ପ୍ରଦାୟର ରହିଛନ୍ତି ବୋଲି କୁହାଯାଉଛି। ସେ ଏବେ କଂଗ୍ରେସ ପ୍ରାର୍ଥୀ ହୋଇଥିବାରୁ ଭୋଟର ଏବଂ ତାଙ୍କ ସମର୍ଥକମାନେ ଏହାକୁ କିପରି ଗ୍ରହଣ କରିବେ ତାହା ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି।
ନୂଆପଡା ନିର୍ବାଚନ ମଣ୍ଡଳୀର ଭୋଟରମାନେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଏପଟସେପଟକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ସେମାନଙ୍କ ଦଳୀୟ ନିର୍ବାଚନ ଚିହ୍ନ ମଧ୍ୟ ଅଡୁଆ ବଢ଼ାଇଛି। ଅନେକଙ୍କ ନିର୍ବାଚନୀ ପ୍ରଚାର ସଭାରେ ଏହି ଆଭାସ ମିଳିଲାଣି। ଚଳିତ ଉପନିର୍ବାଚନରେ ନେତାମାନେ ନିଜ ସ୍ବାର୍ଥ ପାଇଁ ଏପଟସେପଟ ହୋଇଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରାର୍ଥୀମାନଙ୍କ ଏପଟସେପଟ ହେବା ଏବଂ ସେମାନଙ୍କ ଦଳୀୟ ଚିହ୍ନ ବଦଳିଯିବା ଏଠାକାର ଭୋଟରମାନଙ୍କୁ ଯେ ଅଡୁଆରେ ପକାଇବ ଏହା ଜଳ ଜଳ ଦେଖାଗଲାଣି।

Dharitri – Odisha’s No.1 Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ଗାଜଲବାଡ଼ି ଘାଟିରେ ୨ ଟ୍ୟାଙ୍କର ଫସିବା ଯୋଗୁ ଯାତାୟାତ ଠପ୍: ରାତିସାରା ଘାଟି ରାସ୍ତାରେ ଅଟକି ରହିଲେ ଶହ ଶହ ଯାତ୍ରୀ

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଓ ବାଲିଗୁଡ଼ାକୁ ସଂଯୋଗ କରୁଥିବା ୫୯ ନମ୍ବର ଗୋପାଳପୁର-ରାଇପୁର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶନିବାର ବିଳମ୍ବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?