ନୂଆପଡ଼ା ଉପନିର୍ବାଚନ: ନେତା ଏପଟସେପଟ, ଭୋଟର ଦ୍ୱନ୍ଦ୍ୱରେ

ନୂଆପଡ଼ା,୩୦ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ନୂଆପଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି, ଏକ ନୂଆ ଅଡୁଆ ବା ଦ୍ୱନ୍ଦ୍ୱ ଉଭୟ ପ୍ରାର୍ଥୀ ଓ ଭୋଟରଙ୍କୁ ଘାରିଛି। ଏହି ଉପନିର୍ବାଚନ ପୂର୍ବରୁ ବିଭିନ୍ନ ଦଳୀୟ ଓ ନିର୍ଦ୍ଦଳୀୟ ନେତା ଏପଟସେପଟ ହୋଇଛନ୍ତି। ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ ପ୍ରଥମେ ୨୦୦୪ରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଜିଣିଥିଲେ। ପରେ ସେ ବିଜେଡିରେ ଯୋଗଦେଇଥିଲେ। ବିଜେଡି ପ୍ରାର୍ଥୀ ଭାବେ ରାଜେନ୍ଦ୍ର ଲଗାତର ୪ଟି ନିର୍ବାଚନ ଲଢ଼ି ୩ଟିରେ ବିଜୟୀ ହୋଇ ଏହି ଅଞ୍ଚଳରେ ବିଜେଡିର ଅପ୍ରତିଦ୍ୱନ୍ଦ୍ୱୀ ନେତା ପାଲଟିଥିଲେ। ରାଜେନ୍ଦ୍ର ଢୋଲକିଆଙ୍କ ଦଳୀୟ ଚିହ୍ନ ଶଙ୍ଖଚିହ୍ନ ବୋଲି ନିର୍ବାଚନମଣ୍ଡଳୀର ଭୋଟରମାନେ ଜାଣିଯାଇଥିଲେ। ତାଙ୍କ ମୃତ୍ୟୁ ପରେ ଏବେ ଯେଉଁ ଉପନିର୍ବାଚନ ହେଉଛି, ସେଥିରେ ତାଙ୍କ ପୁଅ ଜୟ ଢୋଲକିଆ ପ୍ରାର୍ଥୀ ହୋଇଛନ୍ତି। ମାତ୍ର ସେ ବିଜେଡି ପରିବର୍ତ୍ତେ ଭାଜପାରୁ ପ୍ରାର୍ଥୀ ହୋଇଛନ୍ତି। ଏବେ ଜୟ ଢୋଲକିଆଙ୍କ ଦଳୀୟ ନିର୍ବାଚନୀ ଚିହ୍ନ ପଦ୍ମଫୁଲ ହୋଇଛି। ସ୍ବର୍ଗତ ରାଜୁ ଢୋଲକିଆଙ୍କୁ ଯେଉଁ ଭୋଟରମାନେ ବିଜେଡି ନେତା ଓ ତାଙ୍କ ଚିହ୍ନ ଶଙ୍ଖ ବୋଲି ଗ୍ରହଣ କରିଥିଲେ, ସେମାନେ ତାଙ୍କ ପୁଅ ଜୟଙ୍କୁ ସହାନୁଭୂତି ଦେଖାଉଥିଲେ ମଧ୍ୟ ନିର୍ବାଚନୀ ଚିହ୍ନ ଓ ଦଳ ବଦଳକୁ ନେଇ ଅଡୁଆ ସ୍ଥିତିରେ ପଡ଼ିଛନ୍ତି। ଅନେକେ ଜୟଙ୍କ ନିର୍ବାଚନୀ ପ୍ରଚାରରେ ରାଜୁଭାଇ ଜିନ୍ଦାବାଦ୍‌ ନାରା ଦେଉଥିଲେ ମଧ୍ୟ ଦଳୀୟ ଚିହ୍ନ ପଦ୍ମ କହୁଥିବାରୁ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ବିଶେଷକରି ଗ୍ରାମୀଣ ଅଞ୍ଚଳର ଭୋଟରଙ୍କ ପାଇଁ ଏହି ଅଡୁଆ ବଢ଼ିଛି।

ସେହିଭଳି ବିଜେଡି ପ୍ରାର୍ଥୀ ହୋଇଥିବା ପୂର୍ବତନ ମନ୍ତ୍ରୀ ତଥା ବରଗଡ ଜିଲା ଅତାବିରା ଅଞ୍ଚଳର ନାରୀ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ନେଇ ମଧ୍ୟ ଭୋଟର ଦ୍ୱନ୍ଦ୍ୱରେ ରହିଛନ୍ତି। ସ୍ନେହାଙ୍ଗିନୀ ଅତାବିରା ଅଞ୍ଚଳରେ ଲୋକପ୍ରିୟ ନେତ୍ରୀ ହୋଇଥିଲେ ମଧ୍ୟ ନୂଆପଡା ନିର୍ବାଚନମଣ୍ଡଳୀରେ ତାଙ୍କର ସେପରି ଲୋକପ୍ରିୟତା ନାହିଁ। ତାଙ୍କୁ ବାହାର ଜିଲାର ପ୍ରାର୍ଥୀ ବୋଲି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀମାନେ ଟାର୍ଗେଟ କରୁଥିବାରୁ ନିର୍ବାଚନ ପ୍ରଚାରବେଳେ ବିଜେଡି ନେତା ଓ କର୍ମୀମାନେ ଅଡୁଆର ସମ୍ମୁଖୀନ ହେଉଛନ୍ତି। ଲୋକେ ଶଙ୍ଖଚିହ୍ନକୁ ଆଦର କରୁଥିଲେ ମଧ୍ୟ ଦଳୀୟ ପ୍ରାର୍ଥୀ ବଦଳକୁ ନେଇ ଅଡୁଆ ଦେଖାଦେଇଛି। ବିଶେଷକରି ଗ୍ରାମୀଣ ଅଞ୍ଚଳରେ ବିଜେଡିର ଚିହ୍ନ ଠିକ୍‌ ଥିଲେ ମଧ୍ୟ ପ୍ରାର୍ଥତ୍ତ୍ୱକୁ ନେଇ ଅଡୁଆ ବଢ଼ିଛି। ବୁଧବାର ସ୍ନେହାଙ୍ଗିନୀ ନିର୍ବାଚନ ମଣ୍ଡଳୀର ସୁନାବେଡା ଅଞ୍ଚଳରେ ଗଁାକୁ ଗଁା ଯାଇ ଭୋଟ ପ୍ରଚାର କରିଥିଲେ। କିଛି ଗଁାରେ ଭୋଟରମାନେ ଯେଭଳି ଶଙ୍ଖଚିହ୍ନକୁ ନେଇ ଆଗ୍ରହ ଦେଖାଇଥିଲେ ପ୍ରାର୍ଥୀଙ୍କୁ ଦେଖିବା ପରେ ନକାରାତ୍ମକ ମନ୍ତବ୍ୟ ଦେଉଥିବା ଶୁଣିବାକୁ ମିଳିଛି।
ଅନ୍ୟପଟେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଘାସିରାମ ମାଝି ୨୦୨୪ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ‘ଫୁଟ୍‌ବଲ ଖେଳାଳି’ ଚିହ୍ନରେ ନିର୍ବାଚନ ଲଢ଼ି ୫୦ ହଜାରରୁ ଊର୍ଦ୍ଧ୍ୱ ଭୋଟ ପାଇଥିଲେ। ସେତେବେଳେ ଘାସିରାମଙ୍କ ସମର୍ଥକମାନେ କଂଗ୍ରେସର ଟିକେଟ ବଣ୍ଟନ ନୀତିକୁ ଜୋରଦାର ସମାଲୋଚନା କରି ତାଙ୍କୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ପରାମର୍ଶ ଦେଇଥିଲେ। ଘାସିରାମ ମଧ୍ୟ ସମର୍ଥକଙ୍କ କଥା ମାନି ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ଶକ୍ତି ପ୍ରଦର୍ଶନ କରିଥିଲେ। ତେବେ ଗତ ନିର୍ବାଚନର ପ୍ରାୟ ୧୭ ମାସ ପରେ ଏବେ ଘାସିରାମ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ଚିହ୍ନ ବି ବଦଳି ଯାଇ ହାତଚିହ୍ନ ହୋଇଯାଇଛି। ତାଙ୍କର ସବୁଠୁ ବେଶୀ ସମର୍ଥକ ଆଦିବାସୀ ସମ୍ପ୍ରଦାୟର ରହିଛନ୍ତି ବୋଲି କୁହାଯାଉଛି। ସେ ଏବେ କଂଗ୍ରେସ ପ୍ରାର୍ଥୀ ହୋଇଥିବାରୁ ଭୋଟର ଏବଂ ତାଙ୍କ ସମର୍ଥକମାନେ ଏହାକୁ କିପରି ଗ୍ରହଣ କରିବେ ତାହା ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି।
ନୂଆପଡା ନିର୍ବାଚନ ମଣ୍ଡଳୀର ଭୋଟରମାନେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଏପଟସେପଟକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ସେମାନଙ୍କ ଦଳୀୟ ନିର୍ବାଚନ ଚିହ୍ନ ମଧ୍ୟ ଅଡୁଆ ବଢ଼ାଇଛି। ଅନେକଙ୍କ ନିର୍ବାଚନୀ ପ୍ରଚାର ସଭାରେ ଏହି ଆଭାସ ମିଳିଲାଣି। ଚଳିତ ଉପନିର୍ବାଚନରେ ନେତାମାନେ ନିଜ ସ୍ବାର୍ଥ ପାଇଁ ଏପଟସେପଟ ହୋଇଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରାର୍ଥୀମାନଙ୍କ ଏପଟସେପଟ ହେବା ଏବଂ ସେମାନଙ୍କ ଦଳୀୟ ଚିହ୍ନ ବଦଳିଯିବା ଏଠାକାର ଭୋଟରମାନଙ୍କୁ ଯେ ଅଡୁଆରେ ପକାଇବ ଏହା ଜଳ ଜଳ ଦେଖାଗଲାଣି।

Dharitri – Odisha’s No.1 Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅଶ୍ଳୀଳ ଭିଡିଓ ମାମଲାରେ କର୍ନାଟକ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ, ଡିଜିପି ରାମଚନ୍ଦ୍ର ରାଓ ନିଲମ୍ବିତ

ବେଙ୍ଗାଲୁରୁ,୨୦।୧: ସୁନା ଚୋରା ଚାଲାଣ ଅଭିଯୁକ୍ତ ରାଣା ରାଓଙ୍କ ପିତା ଏବଂ ଜଣେ ଡିଜିପି-ର଼୍ୟାଙ୍କର ଅଧିକାରୀ ରାମଚନ୍ଦ୍ର ରାଓଙ୍କ କାର୍ଯ୍ୟାଳୟରେ ଅନୁପଯୁକ୍ତ ଆଚରଣ ପ୍ରଦର୍ଶନ କରୁଥିବାର...

ସାଇବର ଠକେଇ ଅଭିଯୋଗରେ ପୋବଳ ଗାଁରେ ପୋଲିସର ଚଢ଼ାଉ, ଲକ୍ଷାଧିକ ଟଙ୍କା ଜବତ ସହ ୩…

ଧର୍ମଶାଳା, ୨୦|୧ (ଶିବ ପ୍ରସାଦ ମହାନ୍ତି):  ଧର୍ମଶାଳା ଥାନା ଅନ୍ତର୍ଗତ ତରଞ୍ଜିଆ ପଞ୍ଚାୟତ ପୋବଳ ଗାଁରେ ରାତି ଅଧିଆ ଚଢ଼ାଉ କଲା ପୋଲିସ । ସୋମବାର...

ଓଡିଶାରେ ବିଧାନ ପରିଷଦ ସୁନିଶ୍ଚିତ: ରାଜନୀତି ସରଗରମ, ଜାଣନ୍ତୁ ଭିତିରି କଥା

ଭୁବନେଶ୍ୱର, ୨୦।୧(ସୁନିତ୍‌ ମିଶ୍ର):ରାଜ୍ୟରେ ବିଧାନପରିଷଦ ଗଠନ ହେବ ଏହାଦ୍ୱାରା ଯୁବଗୋଷ୍ଠୀଙ୍କୁ ସୁଯୋଗ ମିଳିବ, ଏହି କଥା କହି ୨୦୧୪ ଏବଂ ୨୦୧୯ ନିର୍ବାଚନ ସମୟରେ ଏକାଧିକ...

କେମିତି ଛଡ଼ାଇବେ ପିଲାଙ୍କ ମୋବାଇଲ୍‌ ଅଭ୍ୟାସ: ଆପଣାନ୍ତୁ ଏହି ଉପାୟ

ମୋବାଇଲ ବ୍ୟବହାର ନେଇ ପିଲାଙ୍କର ଆକର୍ଷଣ ଦିନକୁ ଦିନ ବଢିଚାଲିଛି। ସମୟ ଏବେ ଏମିତି ହୋଇଛି ଯେ ଫୋନ୍‌କୁ ସେମାନଙ୍କ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରଖିବା...

ହଠାତ କାହିଁକି ଅବସର ନେଲେ ଭାରତୀୟ ଅଲିମ୍ପିକ୍ସ ପଦକ ବିଜୟିନୀ ସାଇନା ନେହୱାଲ? ନିଜେ କହିଲେ ଏହାର ଅସଲ କାରଣ

ନୂଆଦିଲ୍ଲୀ,୨୦।୧: ଭାରତର ଷ୍ଟାର ସଟଲର୍‌ ଏବଂ ଅଲିମ୍ପିକ ପଦକ ବିଜେତା ସାଇନା ନେହୱାଲ ତାଙ୍କର ଅବସର ଘୋଷଣା କରିଛନ୍ତି। ଆଘାତ ଯୋଗୁ ଗତ ଦୁଇ ବର୍ଷ...

ମଣ୍ଡିରୁ ଉଠୁନି ଧାନ: ରାସ୍ତାରେ ବସିଲେ ଚାଷୀ

ଲାଞ୍ଜିଗଡ଼,୨୦ା୧(ରମେଶ ଚନ୍ଦ୍ର ନାୟକ):ବାରମ୍ବାର ଅଭିଯୋଗ ସତ୍ତ୍ୱେ ମିଲର୍ସଙ୍କ ମନମାନି ଯୋଗୁ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ସମବାୟ ସମିତି ମଣ୍ଡିରୁ ଧାନ ଉଠୁନାହିଁ। ଏହାର ପ୍ରତିବାଦରେ ସୋମବାର...

ଏଇ ଭାରତରେ

ଏବେ ବିବାହ ଉତ୍ସବରେ ପରିବେଶ ପ୍ରଦୂଷଣକାରୀ କାର୍ଯ୍ୟ ଦେଖିବାକୁ ମିଳୁଛି। ଖାଦ୍ୟ ନଷ୍ଟ ସହ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ର ବ୍ୟାପକ ବ୍ୟବହାର କରାଯାଉଛି। ହେଲେ ମଧ୍ୟପ୍ରଦେଶରେ...

ବୁଦ୍ଧି ବିସ୍ଫୋଟ

ବିଜ୍ଞାନ ଦୃଷ୍ଟିରେ ୨୦୨୬କୁ ଏକ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣରେ ଦଣ୍ଡାୟମାନ ଥିବାର ଦେଖିବାକୁ ମିଳିଛି। ଏଆଇ ନାମରେ କୃତ୍ରିମ ବୁଦ୍ଧିମତ୍ତା ସମଗ୍ର ବିଶ୍ୱକୁ ବଦଳାଇ ଦେବାର ସାମର୍ଥ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri