ନୂଆପଡ଼ା ଉପନିର୍ବାଚନ: ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା

ନୂଆପଡ଼ା,୯ା୧୦(ମକାରୁ ବେମାଲ): ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶ ସର୍ବଦଳୀୟ ପ୍ରତିନିଧି ମଣ୍ଡଳ ସହିତ ଚୂଡ଼ାନ୍ତ ଭୋଟର୍‌ ତାଲିକା ଗୁରୁବାର ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରକାଶିତ କରିଛନ୍ତି।

ସୂଚନାଯୋଗ୍ୟ, ନୂଆପଡ଼ା ବିଧାନସଭା ମଣ୍ଡଳୀ -୭୧ ନୂଆପଡ଼ା,୧୧- କଳାହାଣ୍ଡି ପାର୍ଲିଆମେଣ୍ଟରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଟେ। ଏଥିପାଇଁ ନଭେମ୍ବର ୧୧ରେ ଉପନିର୍ବାଚନ ଘୋଷଣା କରାଯାଇଛି। ବୈଠକରେ ଜିଲାପାଳ ସମସ୍ତଙ୍କୁ ସ୍ବାଗତ କରି କହିଲେ ଯେ, ଏହି ନିର୍ବାଚନ ମଣ୍ଡଳୀରେ ମୋଟ୍‌ ୩୫୮ଟି ଭୋଟ୍‌ କେନ୍ଦ୍ର ଅଛି। ନୂଆପଡ଼ା ବିଧାନସଭାର ସର୍ବମୋଟ୍‌ ଭୋଟର ସଂଖ୍ୟା ୨,୫୩,୬୨୪। ଏଥିରୁ ପୁରୁଷ ଭୋଟର ସଂଖ୍ୟା ୧,୨୪,୧୦୮, ମହିଳା ଭୋଟର ସଂଖ୍ୟା ୧,୨୯,୪୯୫ ଏବଂ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ୨୧ ଅଟେ। ଭୋଟର୍‌ମାନଙ୍କ ମଧ୍ୟରୁ ୮୫ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ସଂଖ୍ୟା ୧୭୮୬, ଯୁବ ଭୋଟର୍‌ ୯୪୨୯ ଏଂ ଦିବ୍ୟାଙ୍ଗ ଭୋଟର୍‌ ୩୯୮୮ ଜଣ ଅଛନ୍ତି।

ନୂଆପଡା ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୧୬ରୁ ଆରମ୍ଭ ହୋଇ ସେହି ମାସ ୨୯ ପର୍ଯ୍ୟନ୍ତ ଚାଲିଥିଲା। ଭୋଟର ତାଲିକାରେ ନାମ ପଞ୍ଜୀକରଣ, ନାମଯୋଗ ପାଇଁ ଫର୍ମ ନଂ ୬ ରେ ୭୭୯୧ଟି ଆବେଦନ, ତାଲିକାରେ ଥିବା ନାମ କାଟିବା ପାଇଁ ଫର୍ମ ୭ରେ ୨୮୬୯ଟି ଆବେଦନ ଏବଂ ନାମ/ତଥ୍ୟ/ ଫଟୋ/ ଠିକଣା/ବିବରଣୀ/ତ୍ରୁଟି ସଂଶୋଧନ ପାଇଁ ଫର୍ମ ନଂ ୮ରେ ୧୮୯୫ଟି ଆବେଦନ ହସ୍ତଗତ ହୋଇଥିଲା। ଏଥିରୁ ଯାଞ୍ଚ ପରେ ୧୦,୬୮୫ଟି ଫର୍ମର ଆବେଦନ ଗୃହୀତ ହୋଇଥିଲା। ସେହି ଅନୁସାରେ ଚୂଡ଼ାନ୍ତ ଭୋଟର୍‌ ତାଲିକା ପ୍ରସ୍ତୁତ ହୋଇଛି। ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ୨୦ ଅକ୍ଟୋବର ଥିବାରୁ ଏହାର ୧୦ ଦିନ ପୂର୍ବ ଅର୍ଥାତ୍‌ ଆସନ୍ତାକାଲି ୧୦ ତରିଖ ପର୍ଯ୍ୟନ୍ତ ଭୋଟର୍‌ ତାଲିକାରେ ନାମ ଯୋଡ଼ିବା ପାଇଁ ଆବେଦନପତ୍ର ଗ୍ରହଣ ହେବ। ଏହାର ୭ ଦିନ ପରେ ସବିଶେଷ ଚୂଡ଼ାନ୍ତ ଭୋଟର୍‌ ତାଲିକା ଶେଷ ପ୍ରକାଶିତ ହେବ। ସମସ୍ତ ରାଜନୈତିକ ଦଳ ସହଯୋଗ କରି ଅଧିକରୁ ଅଧିକ ସଂଖ୍ୟାରେ ଭୋଟର୍‌ ନିର୍ବାଚନରେ ଅଂଶଗ୍ରହଣ କରି ଗଣତନ୍ତ୍ରକୁ ସୁଦୃଢ଼ କରନ୍ତୁ।

ଜିଲାପାଳ ତଥା ଜିଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର ରଇତ , ପ୍ରଫୁଲ୍ଲ କୁଜୁର,ଉପଜିଲାପାଳ ତଥା ଇ ଆର୍‌ ଓ, ସୁର୍ମି ସୋରେନ, ନିର୍ବାଚନ ଡେପୁଟୀ କଲେକ୍ଟର ସେଖ୍‌ ନସିମ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏବଂ ରାଜନୈତିକ ଦଳର ପ୍ରତିନିଧି ହିସାବରେ ଭାଜପା ସଭାପତି କମଲେଶ କୁମାର୍‌ ଦୀକ୍ଷିତ, ଆଇଏନ୍‌ସିରୁ ଦେବଦତ୍ତ ଦୀକ୍ଷିତ, ବିଜୁ ଜନତା ଦଳରୁ ରମାକାନ୍ତ ସିଂ କ୍ଷତ୍ରୀ ଏଂ ଆପରୁ ଲକ୍ଷ୍ମୀକାନ୍ତ ତାଣ୍ଡି ପ୍ରମୁଖ ଯୋଗଦେଇଥିଲେ।

 

Dharitri – Odisha’s Leading and Most Trusted Odia Newspaper

 


Enter your email to get our daily news in your inbox.

All Right Reserved By Dharitri.Com

Budget 2026: ବଜେଟ ଭାଷଣରେ ଆସୁଥିବା କଷ୍ଟକର ଶବ୍ଦର ସରଳ ଅର୍ଥ ଜାଣନ୍ତିକି? ବୁଝନ୍ତୁ…

ନୂଆଦିଲ୍ଲୀ,୩୧।୧: ୧ ଫେବୃଆରୀ, ୨୦୨୬ ରେ ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ Budget କେବଳ ଦେଶର ଅର୍ଥନୈତିକ ଦିଗ ନିର୍ଣ୍ଣୟ କରିବ ନାହିଁ ବରଂ ସାଧାରଣ ଲୋକଙ୍କ…

ସ୍କୁଲରେ ହଣାକଟା: ୯ମ ଶ୍ରେଣୀ ଛାତ୍ରଙ୍କୁ ହାଣିଲେ ୧୦ମ ଛାତ୍ର

ବାଲେଶ୍ୱର,୩୧ା୧(ବାଞ୍ଛାନିଧି ଦେ): ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ…

ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ ଜୋରଦାର ହେବ…

ଭୁବନେଶ୍ୱର,୩୧।୧: ଡ଼ିଶାରେ ପାନ ମସଲାକୁ ବ୍ୟାନ କରିଥିଲେ ରାଜ୍ୟ ସରକାର । ବିଡ଼ି, ସିଗାରେଟ, ଗୁଟଖା ଏବଂ ତମାଖୁ ଭଳି ଉତ୍ପାଦର ପ୍ୟାକେଜିଂ, ସଂରକ୍ଷଣ ଏବଂ ଉତ୍ପାଦନ…

ବେଲୁଚିସ୍ତାନରେ ପୁଣି ଜଳିଲା ବିଦ୍ରୋହର ନିଆଁ! BLA ଚଳାଇଛି Operation Herof 2.0 , ୧୨ ପାକିସ୍ତାନୀ ସେନା ନିହତ

କ୍ୱେଟା,୩୧।୧: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ପୁଣି ଥରେ ଯୁଦ୍ଧକ୍ଷେତ୍ର ପାଲଟିଛି, ଶନିବାର (ଜାନୁଆରୀ ୩୧) ବେଲୁଚି ଆର୍ମିମାନେ ଏକକାଳୀନ ୧୦ଟି ସହରରେ ପାକିସ୍ତାନୀ ସେନା ଏବଂ ISI…

ଭେଙ୍କଟପଲମ ମେଗା ପାନୀୟ ଜଳ ପ୍ରକଳ୍ପ: ପରିଦର୍ଶନ କଲେ ବିଧାନ ସଭା ଷ୍ଟାଣ୍ଡିଂ କମିଟି ସଦସ୍ୟ

କାଲିମେଳା,୩୧।୧(ଜୀବନକୃଷ୍ଣ ଦାସ ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଭେଙ୍କଟପଲମ ପଞ୍ଚାୟତରେ ଚାଲିଥିବା ମେଗାପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରିଛନ୍ତି ବିଧାନସଭା ଷ୍ଟାଣ୍ଡିଂ କମିଟିର ସଦସ୍ୟ।…

କ’ଣ ଏମିତି କହିଲା ତୁର୍କୀ? ଖପ୍ପା ହୋଇଗଲା Pakistan, ଜାଣନ୍ତୁ ପୂରା ଘଟଣା

ଇସଲାମାବାଦ,୩୧।୧: ଇସଲାମିକ ନାଟୋ ଗଠନ କରିବାକୁ ଚେଷ୍ଟା କରୁଥିବା Pakistanକୁ ତୁର୍କୀ ଏକ ଗୁରୁତ୍ୱପୂର୍ଣ୍ଣ ଧକ୍କା ଦେଇଛି। ତୁର୍କୀର ବୈଦେଶିକ ମନ୍ତ୍ରୀ ହାକାନ ଫିଦାନ ସ୍ପଷ୍ଟ କରିଛନ୍ତି…

ଗର୍ଜିଲେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗର ଲୋକେ, ସ୍ଥାୟୀ ଠିକଣା ଦାବି କରି…

ଦାରିଙ୍ଗବାଡ଼ି,୩୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ଶନିବାର ସର୍ବଭାରତୀୟ ମୂଳ ନିବାସୀ ସଂଘର ବିଭିନ୍ନ ଦାବିରେ ସଭା, ଶୋଭାଯାତ୍ରା ଓ ବିକ୍ଷୋଭ କରାଯାଇଛି। ସଂଘର ବ୍ଲକସ୍ତରୀୟ…

ସ୍କୁଲ ଛାତ୍ର ନିକଟରୁ ମିଳିଲା ବନ୍ଧୁକ: ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ

ବାହାନଗା, ୩୧। ୧(ଅରୂପ କୁମାର ଦାସ ): ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗସ୍ଥିତ ଦାସମହାପାତ୍ର ହାଇସ୍କୁଲର ଜଣେ ଛାତ୍ରଙ୍କ ବ୍ୟାଗରୁ ଏକ ବନ୍ଧୁକ ବାହାରିଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri