ଅବ୍ୟବସ୍ଥା ଘେରରେ ନୂଆଗାଁ ବ୍ଲକ କାର୍ଯ୍ୟାଳୟ

ନୂଆଗାଁ,୫।୧୦(ଧନେଶ୍ୱର ସାହୁ)ଗାଁର ବିକାଶ ତଥା ଜନସାଧାରଣଙ୍କ ସମସ୍ୟା ସୁଧାରିବା ପାଇଁ ବ୍ଲକ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଛି। ବ୍ଲକ କାର୍ଯ୍ୟାଳୟର ସୁପରିଚାଳନା ପାଇଁ ଅଧିକାରୀଙ୍କୁ ନିୟୋଜିତ କରାଯିବା ସହ ଆନୁସଙ୍ଗିକ ବ୍ୟବସ୍ଥା ହୋଇଛି। ଏଥିପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଇଛନ୍ତି ସରକାର। ହେଲେ ନୟାଗଡ ଜିଲା ନୂଆଗାଁ ବ୍ଲକ କାର୍ଯ୍ୟାଳୟରେ ସବୁ ଥାଇ ମଧ୍ୟ ଅଧିକାରୀ ଓ କର୍ମଚାରୀଙ୍କ ପରିଚାଳନାଗତ ତ୍ରୁଟି ଯୋଗୁ ଅବ୍ୟବସ୍ଥା ମଧ୍ୟରେ ଚାଲିଛି ବୋଲି ଅଭିଯୋଗ ହୋଇଛି।
ଡ୍ରାଇଭର ଅଛନ୍ତି,କାମରେ ଲାଗୁନି ଜିପ୍‌: ବ୍ଲକ ଅଧିକାରୀ, କର୍ମଚାରୀ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା କୌଣସି ଅଫିସକୁ ପରିଦର୍ଶନରେ ଯିବା, କୌଣସି ବିକାଶ ମୂଳକ କାର୍ଯ୍ୟକୁ ତଦାରଖ କରିବା ପାଇଁ ସରକାରଙ୍କ ତରଫରୁ ଗୋଟିଏ ଜିପ୍‌ ଯୋଗାଇ ଦିଆ ଯାଇଛି। ସେହି ଗାଡ଼ିକୁ ଚଳାଇବା ପାଇଁ ଜଣେ ଡ୍ରାଇଭରଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। କିନ୍ତୁ ଉକ୍ତ ଗାଡ଼ି ଓ ଡ୍ରାଇଭରଙ୍କୁ କାମରେ ନ ଲଗାଇ ଗ୍ରାମୀଣ ଗୃହ ନିର୍ମାଣ ବିଭାଗରେ ନିୟୋଜିତ ଥିବା ବେସରକାରୀ ଗାଡ଼ିକୁ ପ୍ରତି କାମରେ ବ୍ୟବହାର କରାଯାଉଛି।
ଜେନେରେଟର ଅଛି, ବିଦ୍ୟୁତ୍‌ କଟିଲେ କାମ ବନ୍ଦ: ବିଦ୍ୟୁତ କଟିଲେ ମଧ୍ୟ ଲୋକମାନଙ୍କ ସମସ୍ୟାକୁ ସମାଧାନ କରିବା ସହ ବ୍ଲକର ପ୍ରତି ବିଭାଗ କାର୍ଯ୍ୟକୁ ସୂଚାରୁ ରୂପେ ଠିକ୍‌ ସମୟରେ ସାରିବା ପାଇଁ ଗୋଟିଏ ଜେନେରେଟର ଯୋଗାଇ ଦିଆଯାଇଛି। କିନ୍ତୁ ତାହାକୁ ରକ୍ଷଣାବେକ୍ଷଣ ନ କରିବାରୁ ତାହା ଅଚଳ ହୋଇ ପଡିଛି। ବିଦ୍ୟୁତ୍‌ କଟିଲେ ଲୋକମାନଙ୍କ ସମସ୍ୟା ସମାଧାନ ହୋଇ ପାରୁ ନାହିଁ। ଏପରିକି ସମସ୍ତ କାର୍ଯ୍ୟ ସେହି ଆଳରେ ବନ୍ଦ ହୋଇ ଯାଉଛି।
ଅଚଳ ହୋଇ ପଡିଛି ସିସିଟିଭି ବ୍ୟବସ୍ଥା: ବ୍ଲକ କାର୍ଯ୍ୟାଳୟର ସୁରକ୍ଷା ଦୃଷ୍ଟିରୁ କାର୍ଯ୍ୟାଳୟ ପରିସରରେ ସିସିଟିଭି କ୍ୟାମେରା ଲଗାଯାଇଛି। ତତ୍‌ ସହିତ କେଉଁ ବିଭାଗର କର୍ମଚାରୀମାନେ ତାଙ୍କ ବିଭାଗରେ କାମ କରୁଛନ୍ତି କି ନାହିଁ ତାହା ବିଡିଓ ଜାଣିବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ କରି ପ୍ରତି ବିଭାଗ କକ୍ଷରେ ସିସିଟିଭି କ୍ୟାମେରା ଲଗାଯାଇଛି। କିନ୍ତୁ ଦୀର୍ଘ ମାସ ହେଲା ତାହା ଅଚଳ ହୋଇ ପଡିଥିବା ବେଳେ ତାହାକୁ ମରାମତି କରାଯାଉ ନାହିଁ।
ଲୋକଙ୍କ ପାଇଁ ବସିବା ବ୍ୟବସ୍ଥା ନାହିଁ: ଦୂରଦୂରାନ୍ତରୁ କୌଣସି କାମରେ ଲୋକମାନେ ବ୍ଲକ କାର୍ଯ୍ୟାଳୟକୁ ଆସିଲେ ବସିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏପରି କି ଭୀଷଣ ଖରା କିମ୍ବା ବର୍ଷା ହେଲେ ବାରଣ୍ଡାରେ ଠିଆ ହୋଇ ରହିବାକୁ ପଡୁଛି। ଏସବୁ ଅବ୍ୟବସ୍ଥା ବାବଦରେ ନୂଆଗାଁ ବିଡିଓ ବାସୁଦେବ ନାୟକଙ୍କୁ ପଚାରିବାରେ ମୁଁ ଏସବୁ ସମସ୍ୟା ପ୍ରତି ଦୃଷ୍ଟି ଦେଇ ସମାଧାନ କରିବାକୁ ଚେଷ୍ଠା କରିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଜିଲାରେ ପ୍ରଥମ ପୋଷ୍ୟ ସନ୍ତାନ ଗ୍ରହଣ

ନୂଆପଡ଼ା,୬ା୧୨ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାର ପ୍ରଥମଥର ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଜିଲା ଶିଶୁ ସୁରକ୍ଷା ବିଭାଗ ଓ ସ୍ବତନ୍ତ୍ର...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri