ବାଲସି ଗାଁରେ ନୂଆଖାଇ ଜୁହାର, ଏକାଠି ହୋଇ ନବାନ୍ନ ଭକ୍ଷଣ କରିବା ପରେ…

କେସିଙ୍ଗା,୧୬ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମର ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଷଣା ବଂଶ ପକ୍ଷରୁ ନୂଆଖାଇ ଓ ଜୁହାର କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି। ନୂଆଖାଇ ପୂର୍ବରୁ ଅର୍ଥାତ ଗତ ସୋମବାର ସକାଳେ ରୁଗୀ ବଟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଗ୍ରାମର ପ୍ରତ୍ୟେକ ଘରୁ ପୂଜା ଚାଉଳ, ନଡ଼ିଆ, ଇତ୍ୟାଦି ପୂଜା ସାମଗ୍ରୀ ସଂଗ୍ରହ କରାଯାଇ ଥିଲା। ମଙ୍ଗଳବାର ଷଣା ବଂଶର ପ୍ରାୟ ୨୫୦ଜଣଙ୍କୁ ନେଇ ନବାନ୍ନ ସେବନ ପାଇଁ ବାଲସି ଗ୍ରାମ୍ୟ କମିଟି ସଭାପତି ଋଷି ସାହୁଙ୍କ ଉଦ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ସମସ୍ତେ ସାମୁହିକ ଭାବେ ନବାନ୍ନ ଖାଇବା ପାଇଁ ସହମତି ପ୍ରଦାନ କରିଥିଲେ। ଋଷି ସାହୁଙ୍କ ଘରେ ଷଣା ବଂଶର ପ୍ରାୟ ୨୫୦ ଜଣ ମିଶି ଏକତ୍ରିତ ବସି ନୂଆ ଧାନର ଚୁଡ଼ା ସହ ବିଭିନ୍ନ ପ୍ରକାରର ପିଠା ଏବଂ ଖିରି ସହ ନବାନ୍ନ ସେବନ କରିଥିଲେ। ନବାନ୍ନ ସେବନ ପରେ ନୂଆଖାଇ ଜୁହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନବାନ୍ନ ଭକ୍ଷଣ ପରେ କନିଷ୍ଠମାନେ ଜ୍ୟେଷ୍ଠଙ୍କୁ ନୂଆଖାଇ ଜୁହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନବାନ୍ନ ବାସୀ ଦିନ ମାଂସରେ ଘରେ ଘରେ ପୁରେ ଆୟୋଜନ କରାଯାଇଥିଲା।

ବାସିପିଠା, ସହ ବିଭିନ୍ନ ସୁସ୍ବାଦୁ ଭୋଜନର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଷଣା ବଂଶ କିଷନ ସାହୁ, ବିଜୟ ସାହୁ, ମଙ୍ଗଲୁ ସାହୁଙ୍କ ସମେତ ଷଣା ବଂଶର ସମେତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।

Dharitri – Odisha’s No.1 Odia Daily

Share