ନ୍ୟୁୟର ସେଲିବ୍ରେଶନ ପାଇଁ ନ୍ୟୁୟର୍କରେ ପହଞ୍ଚିଲେ ଏନ୍‌ଟିଆର

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଜୁନିୟର ଏନ୍‌ଟିଆର ଆଜିକାଲି ନ୍ୟୁୟର୍କରେ ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷ ଛୁଟି ଉପଭୋଗ କରୁଛନ୍ତି। ଏହି ସମୟରେ ସେ କିଛି ଭାରତୀୟ ଖାଦ୍ୟ ଉପଭୋଗ କରିବା ପରେ ନ୍ୟୁୟର୍କ ସହରର ଏକ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ସହ ଏକ ଫଟୋ ପାଇଁ ପୋଜ କରୁଥିବା ନଜର ଆସିଛନ୍ତି। ଯାହାର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଶେୟାର କରି କ୍ୟାପଶନରେ ଲେଖିଛନ୍ତି, ବୋଧହୁଏ ଏକ ଆନ୍ତର୍ଜାତୀୟ ଭ୍ରମଣରେ ସର୍ବୋତ୍ତମ ଭାରତୀୟ ଖାଦ୍ୟ, ମୋ ସ୍ବାଦ ପାଇଁ ଟିକେ ମସାଲାଦାର।

ନିକଟରେ ଫିଲ୍ମ ‘ଆର୍‌ଆର୍‌ଆର୍‌’ ପାଇଁ ଜୁନିଅର ଏନ୍‌ଟିଆର ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏଥିସହ ‘ଆର୍‌ଆର୍‌ଆର୍‌’ର ବ୍ଲକବଷ୍ଟର ଗୀତ ‘ନାଟୁ ନାଟୁ’ ଓସ୍କାର ସର୍ଟଲିଷ୍ଟରେ ସ୍ଥାନିତ ହୋଇଛି। ରାମ ଚରଣ ଇନଷ୍ଟାଗ୍ରାମରେ ଏହି ଗୀତର ପୋଷ୍ଟର ଶେୟାର କରି ଲେଖିଛନ୍ତି, ସମଗ୍ର ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ପାଇଁ ଏକ ଐତିହାସିକ ମୁହୂର୍ତ୍ତ।

Share