ଏବେ ଘରେ କରିହେବ କରୋନା ଟେଷ୍ଟ୍‌: ରାପିଡ୍‌ ଆଣ୍ଟିଜେନ୍‌ କିଟ୍‌ର ବିକ୍ରିକୁ ମଞ୍ଜୁରୀ…

ନୂଆଦିଲ୍ଲୀ,୨୦।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ କରୋନା ସଂକ୍ରମଣ ରୋକିବା ପାଇଁ ଲୋକେ ଯେପରି ଘରେ ଟେଷ୍ଟ୍‌ କରିପାରିବେ ତାହା ଉପରେ ଗୁରୁତ୍ୱାରୋପ କରାଯାଉଛି। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କରୋନା ପରୀକ୍ଷାରେ ବ୍ୟବହୃତ ହେଉଥିବା ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ୍‌ କିଟ୍‌କୁ ଆଇସିଏମ୍‌ଆର ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି କିଟ୍‌ ଏବେ ବଜାରରେ ଉପଲବ୍ଧ ହେବ। ଆସିଏମ୍‌ଆର ସହିତ ଡ୍ରଗ୍‌ କଣ୍ଟ୍ରୋଲର୍‌ ଜେନେରାଲ ଅଫ୍‌ ଇଣ୍ଡିଆ ପକ୍ଷରୁ ରାପିଡ୍‌ ଆଣ୍ଟିଜେନ୍‌ କିଟ୍‌କୁ ବଜାରରେ ବିକ୍ରି ଲାଗି ଅନୁମତି ଦେଇଛନ୍ତି। ଏହାଦ୍ୱାରା ଦେଶରେ କରୋନା ଟେଷ୍ଟ୍‌ ସହଜରେ ଲୋକେ ନିଜ ଘରେ କରିପାରିବେ। ତେବେ ଦେଶରେ ରାପିଡ୍‌ ଆଣ୍ଟିଜେନ୍‌ କିଟ୍‌ ବିକ୍ରି କରିବା ଲାଗି ଗୋଟିଏ କମ୍ପାନୀକୁ ସ୍ବୀକୃତି ମିଳିଛି। ମାୟଲ୍ୟାବ୍‌ ଡିସକଭରୀ ସଲ୍ୟୁଶନ ଲିମିଟେଡ୍‌କୁ ରାପିଡ୍‌ ଆଣ୍ଟିଜେନ୍‌ କିଟ୍‌ ବିକ୍ରି ପାଇଁ ଅନୁମତି ପ୍ରଦାନ କରାଯାଇଛି।

Share