Categories: ଜାତୀୟ

ପାଣି ନଷ୍ଟ କଲେ ଏଣିକି ୫ ବର୍ଷ ଜେଲ ସହ ଦେବାକୁ ପଡିବ ଏକ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ,୨୪ ।୧୦: ପାଣି ନଷ୍ଟ କରିବା ଲୋକେ ଏବେ ସାବଧାନ । କାରଣ କୌଣସି ବ୍ୟକ୍ତି ଅଥବା ସରକାରୀ ସଂସ୍ଥା ଯଦି ଭୂତଳରୁ ମିଳୁଥିବା ଜଳ ଯାହା ପାନୀୟ ଉପଯୋଗୀ ଜଳକୁ ନଷ୍ଟ କରୁଛନ୍ତି ଅବା ଅଯଥା ବ୍ୟବହାର କରୁଛନ୍ତି ତେବେ ଏହା ଏକ ଦଣ୍ଡନୀୟ ଅପରାଧ ଭାବେ ଗଣନା କରାଯିବ ବୋଲି କେନ୍ଦ୍ର କହିଛି । ଏଥିପାଇଁ ୫ ବର୍ଷ ଜେଲ ସହ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ । ଏହାପୂର୍ବରୁ ଦେଶରେ ଏମିତି ଦଣ୍ଡ ବ୍ୟବସ୍ଥା ନ ଥିଲା । ଜଳ ଶକ୍ତି ମନ୍ତ୍ରଣାଳୟ ଅଧିନରେ ଥିବା କେନ୍ଦ୍ରୀୟ ଭୂତଳ ଜଳ ପ୍ରାଧିକାରଣ(ସିଜିଡବ୍ଲୁଏ), ଜଳସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ନବୀକରଣ ବିଭାଗ, ପରିବେଶ(ସୁରକ୍ଷା) ଅଧିନିୟମ, ୧୯୮୬ ଅନୁଯାୟୀ ବିଜ୍ଞପ୍ତି ଜାରି କରାଯାଇଛି । ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲର ରାଜେନ୍ଦ୍ର ତ୍ୟାଗୀ ଓ ବେସରକାରୀ ସଂସ୍ଥା ଫ୍ରେଣ୍ଡସ୍ ପକ୍ଷରୁ ଗତବର୍ଷ ଜୁଲାଇ ୨୪ରେ ପାଣି ନଷ୍ଟ କରିବା ଉପରେ ରୋକ ଲଗାଇବାକୁ ନେଇ କରାଯାଇଥିବା ଆବେଦନର ପ୍ରଥମ ଶୁଣାଣି କରିବା ପରେ ଏହି ବିଜ୍ଞପ୍ତି ଜାରି କରାଯାଇଛି ।

Share